Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 6:1 - ପବିତ୍ର ବାଇବଲ (CL) NT (BSI)

1 ତା’ପରେ ମୁଁ ଦେଖିଲି, ମେଷଶାବକ ସାତଟି ମୋହର ମଧ୍ୟରୁ ପ୍ରଥମଟି ଭାଙ୍ଗିଲେ ଏବଂ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣେ ମୋତେ ବଜ୍ରଗମ୍ଭୀର ସ୍ୱରରେ କହିଲେ, “ଆସ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣଙ୍କୁ ବଜ୍ରନିର୍ଘୋଷ ସ୍ଵରରେ ଏହା କହୁଥିବା ଶୁଣିଲି, ଆସ।

Gade chapit la Kopi

ଓଡିଆ ବାଇବେଲ

1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତହୁଁ ମୁଁ ମେଷଶାବକଙ୍କୁ ସପ୍ତ ମୁଦ୍ରା ମଧ୍ୟରୁ ପ୍ରଥମ ମୁଦ୍ରା ଭାଙ୍ଗିବାର ଦେଖିଲି, ଆଉ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣକୁ ବଜ୍ର ପରି ସ୍ୱରରେ ଏହା କହୁଥିବା ଶୁଣିଲି, ଆସ।

Gade chapit la Kopi

ପବିତ୍ର ବାଇବଲ

1 ତା'ପରେ ମୁଁ ମେଷଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ୟରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସେହି ଗ୍ଭରି ଜଣ ଜୀବିତ ପ୍ରାଣୀଙ୍କ ମଧ୍ୟରୁ ଜଣେ ବଜ୍ର ପରି ଉଚ୍ଚ ସ୍ୱରରେ କହିଲେ, “ଆସ”

Gade chapit la Kopi




ପ୍ରକାଶିତ 6:1
17 Referans Kwoze  

ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ହସ୍ତରେ ମୁଁ ଗୋଟିଏ ପ୍ରାଚୀନ ପାଣ୍ଡୁଲିପି ଦେଖିଲି; ତାହାର ଦୁଇ ପାଶ୍ୱର୍ରେ ଲେଖା ହୋଇଥିଲା ଓ ସାତଗୋଟି ମୋହରରେ ତାହା ମୁଦ୍ରାଙ୍କିତ ହୋଇଥିଲା।


ତା’ପରେ ମେଷଶାବକ ତୃତୀୟ ମୋହର ଭାଙ୍ଗିଲେ ଓ ଦ୍ୱିତୀୟ ପ୍ରାଣୀ ମୋତେ କହିଲେ, “ଆସି ଦେଖ”। ମୁଁ ଦେଖିଲି, ଗୋଟିଏ କୃଷ୍ଣ ବର୍ଣ୍ଣ ଅଶ୍ୱ; ତା’ ଆରୋହୀଙ୍କ ହସ୍ତରେ ଗୋଟିଏ ତରାଜୁ ଥିଲା;


ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।


ତାହାପରେ, ମେଷଶାବକ ଚତୁର୍ଥ ମୋହର ଭାଙ୍ଗିଲେ ଏବଂ ଚତୁର୍ଥ ପ୍ରାଣୀ ମୋତେ କହିଲେ, “ଆସ!”


ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ତା’ପରେ ମେଷଶାବକ ଦ୍ୱିତୀୟ ମୋହର ଭାଙ୍ଗିଲେ ଏବଂ ଦ୍ୱିତୀୟ ପ୍ରାଣୀ ମୋତେ କହିଲେ, “ଆସ”।


କାରଣ ଆମେ ଯାହା ଦେଖିଛୁ ଓ ଶୁଣିଛୁ, ସେ ବିଷୟ ନ କହି ରହିପାରିବୁ ନାହିଁ।”


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


ସେ ଏହା କରିବା ମାତ୍ରେ ଚାରିଗୋଟି ପ୍ରାଣୀ ଓ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପ୍ରତ୍ୟେକଙ୍କ ହସ୍ତରେ ଗୋଟିଏ ଗୋଟିଏ ବୀଣା ଓ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ଏକ ସୁବର୍ଣ୍ଣ ପାତ୍ର ଥିଲା।


ସେମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥିଲେ। “ନିହତ ହୋଇଥିବା ସେହି ମେଷଶାବକ କ୍ଷମତା, ଐଶ୍ୱର୍ଯ୍ୟ, ଜ୍ଞାନ ଓ ଶକ୍ତି ସମ୍ଭ୍ରମ, ଗୌରବ ଓ ପ୍ରଶଂସାର ଭାଜନ!”


ମେଷଶାବକ ସପ୍ତମ ମୋହରଟି ଭାଙ୍ଗିବା କ୍ଷଣି ସ୍ୱର୍ଗରେ ପ୍ରାୟ ଅଧଘଣ୍ଟା ଯାଏ ସମ୍ପୂର୍ଣ୍ଣ ନିସ୍ତବ୍ଧତା ବିରାଜମାନ ହେଲା।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


Swiv nou:

Piblisite


Piblisite