Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 5:6 - ପବିତ୍ର ବାଇବଲ (CL) NT (BSI)

6 ତା’ପରେ ସିଂହାସନର ମଧ୍ୟସ୍ଥଳରେ ପୂର୍ବୋକ୍ତ ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଗହଣରେ ଗୋଟିଏ ମେଷଶାବକଙ୍କୁ ଛିଡ଼ା ହୋଇଥିବା ଦେଖିଲି। ମେଷଶାବକଟି ବଧ ହୋଇଥିବା ପରି ମନେ ହେଲେ। ତାହାଙ୍କର ସାତଟି ଶୃଙ୍ଗ ଓ ସାତଟି ଚକ୍ଷୁ ଥିଲା। ସେହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପଠାଯାଇଥିବା ଈଶ୍ୱରଙ୍କ ସପ୍ତ ଆତ୍ମା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହିସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ଵରଙ୍କର ସପ୍ତ ଆତ୍ମା।

Gade chapit la Kopi

ଓଡିଆ ବାଇବେଲ

6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୂଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା।

Gade chapit la Kopi

ପବିତ୍ର ବାଇବଲ

6 ସେତେବେଳେ ମୁଁ ସିଂହାସନର ମଝିରେ ଜଣେ ମେଷଶାବକଙ୍କୁ ଦେଖିଲି। ତାହାଙ୍କ ଗ୍ଭରିପାଖେ ଗ୍ଭରୋଟି ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ ଘେରି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦେଖା ଯାଉଥିଲେ। ତାହାଙ୍କର ସାତୋଟି ଶିଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ସାତୋଟି ଚକ୍ଷୁ ପରମେଶ୍ୱରଙ୍କର ସାତୋଟି ଆତ୍ମା, ଯାହାଙ୍କୁ ପୃଥିବୀର ଗ୍ଭରିଆଡ଼େ ପ୍ରେରିତ କରାଯାଇଥିଲା।

Gade chapit la Kopi




ପ୍ରକାଶିତ 5:6
35 Referans Kwoze  

ସେମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥିଲେ। “ନିହତ ହୋଇଥିବା ସେହି ମେଷଶାବକ କ୍ଷମତା, ଐଶ୍ୱର୍ଯ୍ୟ, ଜ୍ଞାନ ଓ ଶକ୍ତି ସମ୍ଭ୍ରମ, ଗୌରବ ଓ ପ୍ରଶଂସାର ଭାଜନ!”


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ସେହି ବାଟେ ଯୀଶୁ ଚାଲି ଯାଉଥିବା ଦେଖି ଯୋହନ କହିଲେ: “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ।”


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ସେ ଧର୍ମ ଶାସ୍ତ୍ରର ଏହି ଅଂଶଟି ପାଠ କରୁଥିଲେ: “ନିହତ ହେବା ନିମନ୍ତେ ନିଆଯାଉଥିବା ମେଷତୁଲ୍ୟ, ଲୋମ ଛେଦନ ସମୟରେ, ନୀରବ ମେଷ ତୁଲ୍ୟ, ସେ ପଦଟିଏ ହେଲେ କଥା କହିଲେ ନାହିଁ।


ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ନଗରୀଟିକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବରେ ତାହା ଜାଜ୍ୱଲ୍ୟମାନ ଏବଂ ମେଷଶାବକ ତାହାର ପ୍ରଦୀପ।


ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ; କିନ୍ତୁ ମେଷଶାବକ ତାଙ୍କର ଆହୂତ, ମନୋନୀତ, ଅନୁଗତ ଓ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା।”


ମେଷଶାବକଙ୍କ ରକ୍ତର ବଳରେ ଓ ସେମାନେ ଘୋଷଣା କରୁଥିବା ସତ୍ୟ ପାଇଁ ଆତ୍ମବଳିଦାନ କରିବାକୁ ପ୍ରସ୍ତୁତ ଥିବାରୁ ଆମ ଭାଇମାନେ ବିଜୟୀ ହୋଇଛନ୍ତି।


ସେମାନେ ପର୍ବତ ଓ ଶିଳା ଖଣ୍ଡଗୁଡ଼ିକୁ ଡ଼ାକି କହୁଥିଲେ, “ଆମ ପରେ ପଡ଼ - ସିଂହାସନୋପବିଷ୍ଟ ସେହି ବ୍ୟକ୍ତିଙ୍କ ଦୃଷ୍ଟିରୁ ଓ ମେଷଶାବକଙ୍କ କୋପରୁ ଆମକୁ ଲୁଚାଇ ରଖ।


ସେ ଆମ ପାଇଁ ତାଙ୍କର ଦାସ ଦାଉଦଙ୍କ ବଂଶରୁ ଏକ ପରାକ୍ରମଶାଳୀ ତ୍ରାଣକର୍ତ୍ତା ଯୋଗାଇଛନ୍ତି।


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି।


ସେତେବେଳେ ସ୍ୱର୍ଗ, ପୃଥିବୀ, ପାତାଳ ଓ ସମୁଦ୍ରର ସମସ୍ତ ଜୀବ ଏବଂ ବିଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୀତ ଗାଉଥିବାର ମୁଁ ଶୁଣିଲି। ସେମାନେ ଗାଉଥିଲେ: “ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ତାଙ୍କ ମେଷଶାବକଙ୍କର ପ୍ରଶଂସା କର। ତାଙ୍କ ସମ୍ଭ୍ରମ, ଗୌରବ ଓ ପରାକ୍ରମ ଅନନ୍ତ କାଳସ୍ଥାୟୀ!”


ଚାରିଗୋଟି ପ୍ରାଣୀ ଘୋଷା ଧରି କହୁଥିଲେ, “ଆମେନ୍” ଏବଂ ନେତାମାନେ ପ୍ରଣିପାତ କରି ତାଙ୍କର ଆରାଧନା କଲେ।


ଅନନ୍ତର ମୁଁ ଦେଖିଲି, ମେଷଶାବକ ସିୟୋନ ପର୍ବତ ଉପରେ ଠିଆ ହୋଇଛନ୍ତି। ତାଙ୍କ ସଙ୍ଗରେ ଏକ ଲକ୍ଷ ଚଉରାଳିଶ ହଜାର ଜଣ ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାଙ୍କ ପିତାଙ୍କର ନାମ ଲିଖିତ ଥିଲା।


ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।


Swiv nou:

Piblisite


Piblisite