Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 5:1 - ପବିତ୍ର ବାଇବଲ (CL) NT (BSI)

1 ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ହସ୍ତରେ ମୁଁ ଗୋଟିଏ ପ୍ରାଚୀନ ପାଣ୍ଡୁଲିପି ଦେଖିଲି; ତାହାର ଦୁଇ ପାଶ୍ୱର୍ରେ ଲେଖା ହୋଇଥିଲା ଓ ସାତଗୋଟି ମୋହରରେ ତାହା ମୁଦ୍ରାଙ୍କିତ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତତ୍ପରେ ମୁଁ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ଵରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।

Gade chapit la Kopi

ଓଡିଆ ବାଇବେଲ

1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।

Gade chapit la Kopi

ପବିତ୍ର ବାଇବଲ

1 ତା'ପରେ ମୁଁ ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରେ ଗୋଟିଏ ଚର୍ମପତ୍ର ଥିବାର ଦେଖିଲି। ସେହି ଚର୍ମପତ୍ରଟିର ଉଭୟ ପଟେ ଲେଖା ହୋଇଥିଲା। ସେହି ଚର୍ମପତ୍ରଟି ସାତୋଟି ମୁଦ୍ରାରେ ବନ୍ଦ କରାଯାଇଥିଲା।

Gade chapit la Kopi




ପ୍ରକାଶିତ 5:1
16 Referans Kwoze  

ମେଷଶାବକ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କ ଡ଼ାହାଣ ହାତରୁ ପାଣ୍ଡୁଲିପିଟି ନେଲେ।


ତାଙ୍କ ହସ୍ତରେ ଏକ କ୍ଷୁଦ୍ର ଖୋଲା ପାଣ୍ଡୁଲିପି ଥିଲା। ସେ ତାଙ୍କର ଡ଼ାହାଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ଭୂମି ଉପରେ ରଖିଥିଲେ।


ତା’ପରେ ମୁଁ ଦେଖିଲି, ମେଷଶାବକ ସାତଟି ମୋହର ମଧ୍ୟରୁ ପ୍ରଥମଟି ଭାଙ୍ଗିଲେ ଏବଂ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣେ ମୋତେ ବଜ୍ରଗମ୍ଭୀର ସ୍ୱରରେ କହିଲେ, “ଆସ!”


ସେତେବେଳେ ସ୍ୱର୍ଗ, ପୃଥିବୀ, ପାତାଳ ଓ ସମୁଦ୍ରର ସମସ୍ତ ଜୀବ ଏବଂ ବିଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୀତ ଗାଉଥିବାର ମୁଁ ଶୁଣିଲି। ସେମାନେ ଗାଉଥିଲେ: “ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ତାଙ୍କ ମେଷଶାବକଙ୍କର ପ୍ରଶଂସା କର। ତାଙ୍କ ସମ୍ଭ୍ରମ, ଗୌରବ ଓ ପରାକ୍ରମ ଅନନ୍ତ କାଳସ୍ଥାୟୀ!”


ତାଙ୍କର ମୁଖ ହୀରା ଓ ମାଣିକ୍ୟ ପରି ଝଟକୁ ଥିଲା ଓ ସିଂହାସନକୁ ମର୍କତ ମଣି ସଦୃଶ ଗୋଟିଏ ଇନ୍ଦ୍ରଧନୁ ବେଷ୍ଟନ କରି ରହିଥିଲା।


ପ୍ରାଣୀମାନେ ସିଂହାସନୋପବିଷ୍ଟ ସେହି ଚିରଞ୍ଜୀବୀ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦେଇ ତାଙ୍କର ସ୍ତୁତିଗାନ କରୁଥିବା ସମୟରେ


ସେମାନେ ପର୍ବତ ଓ ଶିଳା ଖଣ୍ଡଗୁଡ଼ିକୁ ଡ଼ାକି କହୁଥିଲେ, “ଆମ ପରେ ପଡ଼ - ସିଂହାସନୋପବିଷ୍ଟ ସେହି ବ୍ୟକ୍ତିଙ୍କ ଦୃଷ୍ଟିରୁ ଓ ମେଷଶାବକଙ୍କ କୋପରୁ ଆମକୁ ଲୁଚାଇ ରଖ।


ମେଷଶାବକ ସପ୍ତମ ମୋହରଟି ଭାଙ୍ଗିବା କ୍ଷଣି ସ୍ୱର୍ଗରେ ପ୍ରାୟ ଅଧଘଣ୍ଟା ଯାଏ ସମ୍ପୂର୍ଣ୍ଣ ନିସ୍ତବ୍ଧତା ବିରାଜମାନ ହେଲା।


Swiv nou:

Piblisite


Piblisite