Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 4:6 - ପବିତ୍ର ବାଇବଲ (CL) NT (BSI)

6 ପୁଣି ସିଂହାସନ ସମ୍ମୁଖରେ ସ୍ଫଟିକ ପରି ଏକ ସ୍ୱଚ୍ଛ ସମୁଦ୍ର ଦେଖା ଯାଉଥିଲା। ସିଂହାସନକୁ ଉଭୟ ପାଶ୍ୱର୍ରେ ଘେରି ରହିଥିଲେ ଚାରିଗୋଟି ପ୍ରାଣୀ; ସେମାନଙ୍କ ଶରୀରର ଅଗ୍ରଭାଗ ଓ ପୃଷ୍ଠଦେଶ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସିଂହାସନ ସମ୍ମୁଖରେ ସ୍ପଟିକ ପରି ସ୍ଵଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଅଗ୍ର ଓ ପଶ୍ଚାତ୍ ଚକ୍ଷୁରେ ପରିପୂର୍ଣ୍ଣ।

Gade chapit la Kopi

ଓଡିଆ ବାଇବେଲ

6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ।

Gade chapit la Kopi

ପବିତ୍ର ବାଇବଲ

6 ସେହି ସିଂହାସନ ସମ୍ମୁଖରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦେଖାଯାଉଥିଲା, ଯାହା ସ୍ଫଟିକପରି ସ୍ୱଚ୍ଛ ଥିଲା। ସେହି ସିଂହାସନର ଗ୍ଭରିପଟେ ଗ୍ଭରୋଟି ଜୀବିତ ପ୍ରାଣୀ ଥିଲେ। ସେହି ଜୀବିତ ପ୍ରାଣୀଙ୍କର ଆଗ ଓ ପଛ ଉଭୟ ପଟେ ଚକ୍ଷୁ ଭରି ହୋଇରହିଥିଲା।

Gade chapit la Kopi




ପ୍ରକାଶିତ 4:6
25 Referans Kwoze  

ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।


ତା’ପରେ ସିଂହାସନର ମଧ୍ୟସ୍ଥଳରେ ପୂର୍ବୋକ୍ତ ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଗହଣରେ ଗୋଟିଏ ମେଷଶାବକଙ୍କୁ ଛିଡ଼ା ହୋଇଥିବା ଦେଖିଲି। ମେଷଶାବକଟି ବଧ ହୋଇଥିବା ପରି ମନେ ହେଲେ। ତାହାଙ୍କର ସାତଟି ଶୃଙ୍ଗ ଓ ସାତଟି ଚକ୍ଷୁ ଥିଲା। ସେହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପଠାଯାଇଥିବା ଈଶ୍ୱରଙ୍କ ସପ୍ତ ଆତ୍ମା।


ସେହି ଲକ୍ଷେ ଚଉରାଳିଶ ହଜାର ଜଣ ସ୍ୱର୍ଗ-ସିଂହାସନ, ଚାରୋଟି ପ୍ରାଣୀ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାଗଣଙ୍କ ସମ୍ମୁଖରେ ଠିଆହେଲେ। ସେମାନେ ନୂତନ ଗୀତ ଗାୟନ କରୁଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ସେହି ଗୀତ ଗାଇପାରୁ ନ ଥିଲା। ସମଗ୍ର ମାନବ ଜାତି ମଧ୍ୟରୁ କେବଳ ସେହିମାନେ ପରିତ୍ରାଣ ପାଇଥିଲେ।


ସିଂହାସନୋପବିଷ୍ଟ ଈଶ୍ୱରଙ୍କ ସମ୍ମୁଖରେ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଓ ସେହି ଚାରୋଟି ପ୍ରାଣୀ ଭୂମିଷ୍ଠ ହୋଇ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ କହିଲେ, “ଆମେନ୍! ଈଶ୍ୱରଙ୍କ ପ୍ରଶଂସା କର।”


ଚାରିଗୋଟି ପ୍ରାଣୀ ଘୋଷା ଧରି କହୁଥିଲେ, “ଆମେନ୍” ଏବଂ ନେତାମାନେ ପ୍ରଣିପାତ କରି ତାଙ୍କର ଆରାଧନା କଲେ।


ସିଂହାସନକୁ, ବୟୋଜ୍ୟେଷ୍ଠ ନେତାମାନଙ୍କୁ ଓ ଚାରି ପ୍ରାଣୀଙ୍କୁ ଘେରି ସ୍ୱର୍ଗଦୂତମାନେ ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ଭୂମିଷ୍ଠ ହେଲେ ଓ ଈଶ୍ୱରଙ୍କ ଆରାଧନା କରି କହିଲେ,


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ପୂର୍ବୋକ୍ତ ଚାରୋଟି ପ୍ରାଣୀ ମଧ୍ୟରୁ ଜଣେ ଚିରଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ସାତଟି ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ।


ଦ୍ୱାଦଶ ଦ୍ୱାର ଥିଲା, ଦ୍ୱାଦଶ ମୁକ୍ତା - ପ୍ରତ୍ୟେକଟି ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ ହୋଇଥିଲା। ଗନରୀର ରାଜପଥ କାଚ ପରି ସ୍ୱଚ୍ଛ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା।


ପ୍ରାଚୀରଟି ସୂର୍ଯ୍ୟକାନ୍ତ ମଣିରେ ନିର୍ମିତ ହୋଇଥିଲା ଓ ନଗରୀ ନିର୍ମିତ ହୋଇଥିଲା, କାଚ ପରି ସ୍ୱଚ୍ଛ ବିଶୁଦ୍ଧ ସୁବର୍ଣ୍ଣରେ।


କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


ସେ ଏହା କରିବା ମାତ୍ରେ ଚାରିଗୋଟି ପ୍ରାଣୀ ଓ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପ୍ରତ୍ୟେକଙ୍କ ହସ୍ତରେ ଗୋଟିଏ ଗୋଟିଏ ବୀଣା ଓ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ଏକ ସୁବର୍ଣ୍ଣ ପାତ୍ର ଥିଲା।


ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି।


ତା’ପରେ ମୁଁ ଦେଖିଲି, ମେଷଶାବକ ସାତଟି ମୋହର ମଧ୍ୟରୁ ପ୍ରଥମଟି ଭାଙ୍ଗିଲେ ଏବଂ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣେ ମୋତେ ବଜ୍ରଗମ୍ଭୀର ସ୍ୱରରେ କହିଲେ, “ଆସ!”


ଏବଂ ମୋର ମନେ ହେଲା, ଚାରୋଟିଯାକ ପ୍ରାଣୀ ଏକ ସ୍ୱରରେ କହୁଛନ୍ତି: “ଦିନକର ମଜୁରୀରେ ଏକ କିଲୋ ଗହମ କିମ୍ବା ତିନି କିଲୋ ଯବ ମିଳିବ। କିନ୍ତୁ ଜୀତ ବୃକ୍ଷ ଓ ଅଙ୍ଗୁର କ୍ଷେତ୍ରକୁ ନଷ୍ଟ କର ନାହିଁ।”


Swiv nou:

Piblisite


Piblisite