Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 4:10 - ପବିତ୍ର ବାଇବଲ (CL) NT (BSI)

10 ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି,

Gade chapit la Kopi

ଓଡିଆ ବାଇବେଲ

10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି,

Gade chapit la Kopi

ପବିତ୍ର ବାଇବଲ

10 ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି:

Gade chapit la Kopi




ପ୍ରକାଶିତ 4:10
28 Referans Kwoze  

ସେ ଏହା କରିବା ମାତ୍ରେ ଚାରିଗୋଟି ପ୍ରାଣୀ ଓ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପ୍ରତ୍ୟେକଙ୍କ ହସ୍ତରେ ଗୋଟିଏ ଗୋଟିଏ ବୀଣା ଓ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ଏକ ସୁବର୍ଣ୍ଣ ପାତ୍ର ଥିଲା।


ସିଂହାସନୋପବିଷ୍ଟ ଈଶ୍ୱରଙ୍କ ସମ୍ମୁଖରେ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଓ ସେହି ଚାରୋଟି ପ୍ରାଣୀ ଭୂମିଷ୍ଠ ହୋଇ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ କହିଲେ, “ଆମେନ୍! ଈଶ୍ୱରଙ୍କ ପ୍ରଶଂସା କର।”


ଏହାପରେ ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ବସିଥିବା ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଭୂମିଷ୍ଠ ହୋଇ ଈଶ୍ୱରଙ୍କ ଆରାଧନା କରି କହିଲେ -


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


ସିଂହାସନକୁ, ବୟୋଜ୍ୟେଷ୍ଠ ନେତାମାନଙ୍କୁ ଓ ଚାରି ପ୍ରାଣୀଙ୍କୁ ଘେରି ସ୍ୱର୍ଗଦୂତମାନେ ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ଭୂମିଷ୍ଠ ହେଲେ ଓ ଈଶ୍ୱରଙ୍କ ଆରାଧନା କରି କହିଲେ,


ଚାରିଗୋଟି ପ୍ରାଣୀ ଘୋଷା ଧରି କହୁଥିଲେ, “ଆମେନ୍” ଏବଂ ନେତାମାନେ ପ୍ରଣିପାତ କରି ତାଙ୍କର ଆରାଧନା କଲେ।


ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”


ପ୍ରାଣୀମାନେ ସିଂହାସନୋପବିଷ୍ଟ ସେହି ଚିରଞ୍ଜୀବୀ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦେଇ ତାଙ୍କର ସ୍ତୁତିଗାନ କରୁଥିବା ସମୟରେ


ସେମାନେ ସେହି ଗୃହ ଭିତରେ ପ୍ରବେଶ କଲେ ଏବଂ ଶିଶୁକୁ ମାତା ମରିୟଙ୍କ କୋଳରେ ଦେଖି ଜାନୁପାତପୂର୍ବକ ତାଙ୍କୁ ଆରାଧନା କଲେ ଓ ସଙ୍ଗରେ ଆଣିଥିବା ସୁବର୍ଣ୍ଣ, କୁନ୍ଦୁରୁ ଓ ସୁଗନ୍ଧ ରସ ବାହାର କରି ତାଙ୍କୁ ଉପହାର ଦେଲେ।


ସେମାନେ ତାଙ୍କର ଆରାଧନା କରି ମହାଆନନ୍ଦରେ


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ସଙ୍ଗେ ସଙ୍ଗେ ପବିତ୍ରଆତ୍ମାଙ୍କ ଦ୍ୱାରା ଆବିଷ୍ଟ ହୋଇ ମୁଁ ଦେଖିଲି, ସ୍ୱର୍ଗରେ ଗୋଟିଏ ସିଂହାସନରେ ଜଣେ କେହି ବସିଛନ୍ତି।


ଏବଂ ସସାଗରା ଧରା, ସ୍ୱର୍ଗ ଓ ଏମାନଙ୍କ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଚିରଜୀବୀ ଈଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଆଉ କାଳ ବିଳମ୍ବ ହେବ ନାହିଁ।


ପୂର୍ବୋକ୍ତ ଚାରୋଟି ପ୍ରାଣୀ ମଧ୍ୟରୁ ଜଣେ ଚିରଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ସାତଟି ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ।


Swiv nou:

Piblisite


Piblisite