Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 4:1 - ପବିତ୍ର ବାଇବଲ (CL) NT (BSI)

1 ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ଵର୍ଗରେ ଗୋଟିଏ ଦ୍ଵାର ଉନ୍ମୁକ୍ତ; ପୁଣି ତୂରୀଶଦ୍ଦ ସଦୃଶ ମୋʼ ସହିତ କହୁଥିବା ଯେଉଁ ସ୍ଵର ମୁଁ ପୂର୍ବରେ ଶୁଣିଥିଲି, ତାହା କହିଲା, ଏଠାକୁ ଉଠିଆସ ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ।

Gade chapit la Kopi

ଓଡିଆ ବାଇବେଲ

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।”

Gade chapit la Kopi

ପବିତ୍ର ବାଇବଲ

1 ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।”

Gade chapit la Kopi




ପ୍ରକାଶିତ 4:1
21 Referans Kwoze  

ପୁଣି, ସେହି ଦୁଇଜଣ ଭାବବାଦୀ ସେମାନଙ୍କୁ ସ୍ୱର୍ଗରୁ ଉଚ୍ଚ ସ୍ୱରରେ ଏହି କଥା କହୁଥିବା ଏକ ବାଣୀ ଶୁଣିଲେ: “ଏଠାକୁ ଆସ!” ସେମାନଙ୍କର ଶତ୍ରୁମାନେ ଦେଖୁ ଦେଖୁ ସେମାନେ ମେଘାରୂଢ଼ ହୋଇ ସ୍ୱର୍ଗକୁ ଆରୋହଣ କଲେ।


ତେଣୁ ତୁମେ ଯେଉଁ ସବୁ ବିଷୟ ଦେଖୁଛ - ଯେଉଁ ସମସ୍ତ ବିଷୟ ବର୍ତ୍ତମାନ ଘଟୁଛି ଓ ଯାହା ସବୁ ଭବିଷ୍ୟତରେ ଘଟିବ - ତାହା ଲିପିବଦ୍ଧ କର।


ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।


ଯୀଶୁ ଜଳରୁ ଉଠି ଆସିବାକ୍ଷଣି ଦେଖିଲେ, ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ ଏବଂ ପରମାତ୍ମା କପୋତ ରୂପରେ ତାଙ୍କ ଉପରେ ଅବତରଣ କରୁଛନ୍ତି।


ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”


ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”


ସେ କହିଲେ, “ଦେଖ, ମୁଁ ସ୍ୱର୍ଗ ଉନ୍ମୁକ୍ତ ହେବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉଭା ହୋଇଥିବା ଦେଖୁଛି!”


କିନ୍ତୁ ସତ୍ୟମୟ ଆତ୍ମା ଆସିଲେ, ସେ ସମସ୍ତ ସତ୍ୟ ବୁଝିବାକୁ ଶକ୍ତି ଦେବେ। ସେ ନିଜ ଅଧିକାର ବଳରେ କିଛି କହିବେ ନାହିଁ। ଈଶ୍ୱରଙ୍କଠାରୁ ସେ ଯାହା ଶୁଣିଛନ୍ତି, କେବଳ ସେତିକି ସେ ପ୍ରକାଶ କରିବେ। ଯାହା ସବୁ ଘଟିବାକୁ ଯାଉଛି, ସେ ତୁମ୍ଭମାନଙ୍କୁ ଜଣାଇବେ।


ଅନ୍ୟ ସମସ୍ତେ ଜଳରେ ଦୀକ୍ଷିତ ହେବା ପରେ ଯୀଶୁ ମଧ୍ୟ ଜଳଦୀକ୍ଷା ଗ୍ରହଣ କଲେ। ସେହି ସମୟରେ ସେ ପ୍ରାର୍ଥନା କରୁଥିବା ବେଳେ ଆକାଶ ଉନ୍ମୁକ୍ତ ହେଲା


ସେ ଦେଖିଲେ, ଆକାଶ ଉନ୍ମୁକ୍ତ ହୋଇଛି ଓ ଗୋଟିଏ ବଡ଼ ଚାଦର ଚାରି କୋଣରୁ ଝୁଲା ହୋଇ ପୃଥିବୀ ଉପରକୁ ଖସି ଆସୁଛି।


ଯୀଶୁ ଦୀକ୍ଷିତ ହୋଇ ଜଳରୁ ଉଠି ଆସିବାମାତ୍ରେ ସେ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଛି ଏବଂ ପରମାତ୍ମା କପୋତରୂପେ ତାଙ୍କ ଉପରେ ଅବତରଣ କଲେ।


କିଏ ମୋ’ ସଙ୍ଗରେ କଥା କହୁଛନ୍ତି, ଦେଖିବା ପାଇଁ ମୁଁ ପଛକୁ ବୁଲିପଡ଼ି ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।


Swiv nou:

Piblisite


Piblisite