Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 3:20 - ପବିତ୍ର ବାଇବଲ (CL) NT (BSI)

20 ଦେଖ! ମୁଁ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରୁଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଖୋଲି ଦିଏ, ମୁଁ ତା’ ଘର ଭିତରକୁ ଆସି ତା’ ସହିତ ଭୋଜନ କରିବି ଏବଂ ସେ ମୋ’ ସହିତ ଭୋଜନ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଦେଖ, ଆମ୍ଭେ ଦ୍ଵାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ; ଯଦି କେହି ଆମ୍ଭର ସ୍ଵର ଶୁଣି ଦ୍ଵାର ଫିଟାଇଦେବ, ତାହାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ।

Gade chapit la Kopi

ଓଡିଆ ବାଇବେଲ

20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।

Gade chapit la Kopi

ପବିତ୍ର ବାଇବଲ

20 ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ।

Gade chapit la Kopi




ପ୍ରକାଶିତ 3:20
8 Referans Kwoze  

ଅନନ୍ତର ସ୍ୱର୍ଗଦୂତ ମୋତେ କହିଲେ, “ଲେଖି ରଖ, ଯେଉଁମାନେ ମେଷଶାବକଙ୍କର ବିବାହଭୋଜିକୁ ନିମନ୍ତ୍ରିତ ହୋଇଛନ୍ତି, ସେମାନେ ଭାଗ୍ୟବାନ।” ସେ ଆହୁରି ମଧ୍ୟ କହିଲେ, “ଏହା ଈଶ୍ୱରଙ୍କର ବାଣୀ - ନିରାଟ ସତ୍ୟ।”


ଠିକ୍ ସେହିପରି ଏହିସବୁ ଘଟଣା ଦେଖିଲେ, ଅନ୍ତିମ କାଳର ଆରମ୍ଭ ହେଲା ବୋଲି ତୁମ୍ଭେମାନେ ଜାଣିବ।


ଅବଶ୍ୟ ନୁହେଁ! ବରଂ ତୁମେ ତାକୁ କହିଥାଅ, ‘ମୋର ଭୋଜନ ପ୍ରସ୍ତୁତ କର; ମୋର ଖାଇବା ସମୟରେ ଅଣ୍ଟା ବାନ୍ଧି ମୋ’ କଥା ବୁଝ। ତା’ପରେ ତୁ ଖାଇବୁ।’


ଦ୍ୱାରରକ୍ଷକ ତା’ ପାଇଁ ଦ୍ୱାର ଖୋଲି ଦିଏ ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ, ସେମାନେ ତା’ର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ।


ଭାଇମାନେ, ପରସ୍ପରର ଦୋଷ ଧର ନାହିଁ, ତାହାହେଲେ ଈଶ୍ୱର ତୁମର ବିଚାର କରିବେ ନାହିଁ। ଦେଖ! ମହାବିଚାରକର୍ତ୍ତା ଦ୍ୱାରା ନିକଟେ ଉପସ୍ଥିତ।


Swiv nou:

Piblisite


Piblisite