Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 3:18 - ପବିତ୍ର ବାଇବଲ (CL) NT (BSI)

18 ତେଣୁ ମୁଁ ତୁମକୁ ପରାମର୍ଶ ଦେଇଛି, ଧନବାନ ହେବା ପାଇଁ ମୋ’ଠାରୁ ବିଶୁଦ୍ଧ ସୁବର୍ଣ୍ଣ କ୍ରୟ କର - ତୁମ୍ଭମାନଙ୍କର ଲଜ୍ଜାକର ଉଲଗ୍ନତାକୁ ଆବୃତ କରିବା ପାଇଁ ମୋ’ ନିକଟରୁ ଶୁକ୍ଲ ବସ୍ତ୍ର କ୍ରୟ କର। ପୁଣି ଦୃଷ୍ଟିଶକ୍ତି ନିର୍ମଳ କରିବା ପାଇଁ କିଛି ଅଞ୍ଜନ କିଣି ଚକ୍ଷୁରେ ଲଗାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।

Gade chapit la Kopi

ଓଡିଆ ବାଇବେଲ

18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।

Gade chapit la Kopi

ପବିତ୍ର ବାଇବଲ

18 ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ'ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।

Gade chapit la Kopi




ପ୍ରକାଶିତ 3:18
34 Referans Kwoze  

“ଶୁଣ! ମୁଁ ଚୋର ପରି ଆସିବି। ଯେଉଁ ବ୍ୟକ୍ତି ଜାଗ୍ରତ ରହି ଚୋର କବଳରୁ ନିଜ ଲୁଗାପଟା ସୁରକ୍ଷା କରେ, ସେ ଭାଗ୍ୟବାନ। ଉଲଙ୍ଗ ହୋଇ ବିଚରଣ କରିବା ଦ୍ୱାରା ତାକୁ ଲଜ୍ଜା ପାଇବାକୁ ପଡ଼ିବ ନାହିଁ।”


ତୁମ୍ଭମାନଙ୍କ ବିଶ୍ୱାସର ବିଶୁଦ୍ଧତା ପରିକ୍ଷା କରିବା କରିବା ଏହି ସବୁର ଉଦ୍ଦେଶ୍ୟ। କ୍ଷୟଶୀଳ ସୁବର୍ଣ୍ଣକୁ ଅଗ୍ନିରେ ପରୀକ୍ଷା କରାଯାଏ। ତୁମ୍ଭମାନଙ୍କର ବିଶ୍ୱାସ ସୁବର୍ଣ୍ଣ ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥିବାରୁ ପରୀକ୍ଷା ଦ୍ୱାରା ତାହାକୁ ସିଦ୍ଧ କରିବା ନିତାନ୍ତ ଆବଶ୍ୟକ। ତା’ ହୋଇପାରିଲେ, ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ, ତୁମ୍ଭେମାନେ ପ୍ରଶଂସା, ଗୌରବ ଓ ସମ୍ମାନ ଲାଭକରିବ।


ତାଙ୍କର ପରିଧାନ ନିମନ୍ତେ ସେ ଶୁକ୍ଲ ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପାଇଛନ୍ତି।” (ସାଧୁମାନଙ୍କର ପୁଣ୍ୟ କର୍ମ ହେଉଛି, ସେହି ସୂକ୍ଷ୍ମ ବସ୍ତ୍ର)।


ବୟୋଜ୍ୟେଷ୍ଠମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, “ଶୁକ୍ଲ ବସ୍ତ୍ରପରିହିତ ସେହି ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଛନ୍ତି?”


“ଦିନେ ଜଣେ ଲୋକ କ୍ଷେତରେ ଖୋଳୁ ଖୋଳୁ ପୋତା ହୋଇଥିବା ଧନ ପାଇଲା। ସେ ତାକୁ ଘୋଡ଼ାଇ ପକାଇଲା। ଆଉ ଆନନ୍ଦରେ ନିଜର ସବୁ ସମ୍ପତ୍ତି ବିକି ଦେଇ ସେହି ଜମିନେଲା। ସ୍ୱର୍ଗରାଜ୍ୟ ଏହି ପୋତା ଧନ ପରି।


ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?


ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।


ତୁମର ଦୁର୍ଦ୍ଦଶା ସବୁ ମୋତେ ଜଣା; ମୁଁ ମଧ୍ୟ ଜାଣେ ଯେ, ତୁମେ ଦରିଦ୍ର; କିନ୍ତୁ ପ୍ରକୃତରେ ତୁମେ ଧନୀ। ଯେଉଁମାନେ ନିଜକୁ ଇହୁଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ଇହୁଦୀ ନୁହଁନ୍ତି ଓ ଯେଉଁମାନେ ଶୟତାନର ଅନୁଗାମୀ, ସେମାନେ କିପରି ତୁମର ଅପବାଦ କରି କଥା କହିଛନ୍ତି, ତାହା ମୁଁ ଜାଣେ।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଷଞ ଜାଣ। ସେ ଧନୀ ହୋଇ ମଧ୍ୟ ତୁମ୍ଭମାନଙ୍କ ପାଇଁ ଦାରିଦ୍ର୍ୟ ବରଣ କଲେ- ତାଙ୍କ ଦାରିଦ୍ର୍ୟ ଦ୍ୱାରା ତୁମ୍ଭେମାନେ ମଧ୍ୟ ଯେପରି ଧନୀ ହୋଇ ପାରିବ।


କିନ୍ତୁ ସେହି ସ୍ୱର୍ଗୀୟ ଆବାସରେ ପ୍ରବେଶ କଲେ, ଆମେ ଶରୀରବିହୀନ ହେବା ନାହିଁ।


ପରିଶେଷରେ ଯୀଶୁ କହିଲେ, “ଯେଉଁମାନେ ନିଜ ପାଇଁ ଧନ ସଞ୍ଚୟ କରନ୍ତି, କିନ୍ତୁ ଐଶ୍ୱରିକ ବିଷୟରେ ଧନୀ ନୁହଁନ୍ତି, ସେମାନଙ୍କ ଦଶା ଏହିପରି ହେବ।”


“ବୁଦ୍ଧିମତୀମାନେ କହିଲେ, ‘ତୁମ ପାଇଁ ଓ ଆମ ପାଇଁ ତେଲ ଯଥେଷ୍ଟ ହେବ ନାହିଁ। ତୁମେ ଦୋକାନକୁ ଯାଇ ନିଜ ନିଜ ପାଇଁ କିଛି ତେଲ କିଣି ଆଣ।’


ସତ୍କର୍ମରେ ବ୍ରତୀ ହୋଇ ପୁଣ୍ୟଧନ ଅର୍ଜନ କରନ୍ତୁ; ଦାନଶୀଳ ହୋଇ ନିଜର ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ;


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


Swiv nou:

Piblisite


Piblisite