Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 3:14 - ପବିତ୍ର ବାଇବଲ (CL) NT (BSI)

14 “ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଲାଅଦିକୀଆ ମଣ୍ତଳୀର ଦୂତ ନିକଟକୁ ଲେଖ : ଯେ ସତ୍, ଯେ ବିଶ୍ଵସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ଵରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,

Gade chapit la Kopi

ଓଡିଆ ବାଇବେଲ

14 ଲାଅଦିକୀଆ ମଣ୍ଡଳୀର ଦୂତ ନିକଟକୁ ଲେଖ:- ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 “ଲାଅଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ବରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,

Gade chapit la Kopi

ପବିତ୍ର ବାଇବଲ

14 “ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ: “ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି:

Gade chapit la Kopi




ପ୍ରକାଶିତ 3:14
22 Referans Kwoze  

ଖ୍ରୀଷ୍ଟ, ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟମାନ ପ୍ରତିରୂପ। ସେ ପ୍ରଥମ ଜାତ ପୁତ୍ର ଓ ସମସ୍ତ ସୃଷ୍ଟି ଅପେକ୍ଷା ଶ୍ରେଷ୍ଠ।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ସେ ତାଙ୍କର ଉପାସକ ମଣ୍ଡଳୀରୂପ ଶରୀରର ମସ୍ତକ; ସେହି ଶରୀରର ସେ ଜୀବନ ଶକ୍ତି। ସମସ୍ତ ବିଷୟରେ ପ୍ରଥମ ସ୍ଥାନ ପାଇବା ପାଇଁ ସେ ମୃତ୍ୟୁରୁ ପ୍ରଥମେ ପୁନରୁତ୍ଥିତ ହୋଇଛନ୍ତି।


ଈଶ୍ୱରଙ୍କ ସମସ୍ତ ପ୍ରତିଶ୍ରୁତି ତାଙ୍କଠାରେ ସଫଳ ହୋଇଛି। ସେଥପାଇଁ ଯୀଶୁ ଖ୍ରୀଶ୍ଟଙ୍କ ହେତୁ ଆମର “ଆମେନ୍” ଈଶ୍ୱରଙ୍କ ଗୌରବ ନିମନ୍ତେ ଉଦ୍ଦିଷ୍ଟ।


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


ମୁଁ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।”


ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।


ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”


ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


“ଏଫିସସ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯାହାଙ୍କର ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଓ ଯେ ସପ୍ତ ସୁବର୍ଣ୍ଣ ପ୍ରଦୀପ ମଧ୍ୟରେ ବିଚରଣ କରନ୍ତି, ତାଙ୍କର ଏହି ବାର୍ତ୍ତା।


ତୁମେ ଏହି ପତ୍ର ପଢ଼ି ସାରିବା ପରେ ଲାଉଦିସିଆ ମଣ୍ଡଳୀରେ ମଧ୍ୟ ଯେପରି ଏହା ପାଠ କରାଯାଏ, ତାହାର ବ୍ୟବସ୍ଥା କର। ଲାଉଦିସିଆ ମଣ୍ଡଳୀର ଭାଇମାନେ ତୁମ ପାଖକୁ ଯେଉଁ ପତ୍ର ପଠାଇବେ, ତାହା ମଧ୍ୟ ପାଠ କର।


ତୁମ୍ଭମାନଙ୍କ ପାଇଁ, ଲାଉଦିକିଆବାସୀ ଓ ମୋତେ ଚିହ୍ନି ନ ଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଯେ କେତେ କଠିନ ପରିଶ୍ରମ କରୁଛି, ତାହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ।


ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।


ଯୀଶୁ ଉତ୍ତର ଦେଲେ, “ନା- ମୁଁ ନିଜ ପାଇଁ ସାକ୍ଷ୍ୟ ଦେଲେ ସୁଦ୍ଧା, ମୁଁ ଯାହା କହୁଛି ତାହା ସତ୍ୟ, କାରଣ ମୁଁ ଜାଣେ, ମୁଁ କେଉଁଠାରୁ ମୋର ଆଗମନ ଓ କେଉଁଠାକୁ ମୋର ପ୍ରସ୍ଥାନ, ତୁମେ ତାହା ଜାଣ ନାହିଁ।


Swiv nou:

Piblisite


Piblisite