Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:5 - ପବିତ୍ର ବାଇବଲ (CL) NT (BSI)

5 ସେଠାରେ ଆଉ ରାତ୍ରି ହେବ ନାହିଁ ଏବଂ ପ୍ରଦୀପ ବା ସୂର୍ଯ୍ୟାଲୋକ ସେମାନଙ୍କର ଆଉ ଆବଶ୍ୟକ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କର ଆଲୋକ ହେବେ ଏବଂ ସେମାନେ ଚିରକାଳ ରାଜତ୍ୱ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ଵର ସେମାନଙ୍କ ଉପରେ ଆଲୋକ ସ୍ଵରୂପ ହେବେ, ପୁଣି ସେମାନେ ଯୁଗେ ଯୁଗେ ରାଜତ୍ଵ କରିବେ।

Gade chapit la Kopi

ଓଡିଆ ବାଇବେଲ

5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ।

Gade chapit la Kopi

ପବିତ୍ର ବାଇବଲ

5 ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।

Gade chapit la Kopi




ପ୍ରକାଶିତ 22:5
22 Referans Kwoze  

ତା’ପରେ ମୁଁ ଦେଖିଲି, କେତେକ ସିଂହାସନ ଓ ସେଗୁଡ଼ିକରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ବିଚାର କରିବାର କ୍ଷମତା ଦିଆଯାଇଛି। ଆଉ ମଧ୍ୟ ମୁଁ ଦେଖିଲି, କେତେକ ମୃତ ବ୍ୟକ୍ତିଙ୍କର ଆତ୍ମା। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିବାରୁ ସେହି ବ୍ୟକ୍ତିମାନେ ମୃତ୍ୟୁଦଣ୍ଡ ପାଇଥିଲେ। ସେମାନେ ପଶୁ କିମ୍ବା ତା’ର ପ୍ରତିମୂର୍ତ୍ତିକୁ ପୂଜା କରି ନ ଥିଲେ, କିମ୍ବା କପାଳ ଓ ହାତରେ ପଶୁର ଚିହ୍ନ ଧାରଣ କରି ନ ଥିଲେ। ଖ୍ରୀଷ୍ଟଙ୍କ ସଙ୍ଗରେ ଏକ ସହସ୍ର ବର୍ଷ ରାଜତ୍ୱ କରିବା ପାଇଁ ସେମାନେ ପୁନର୍ଜୀବିତ ହୋଇଥିଲେ।


ଅବଶ୍ୟ ଜଣେ ମନୁଷ୍ୟର ପାପ ହେତୁ, ମୃତ୍ୟୁର ଆଧିପତ୍ୟ ପ୍ରତିଷ୍ଠିତ ହେଲା; କିନ୍ତୁ ଅନ୍ୟ ଜଣେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଯାହା କରିଛନ୍ତି, ତାହା କେଡ଼େ ମହତ୍ତର! ଯେଉଁ ସମସ୍ତେ ଈଶ୍ୱରଙ୍କ ପ୍ରଚୁର ଅନୁଗ୍ରହରୁ ବିନା ମୂଲ୍ୟରେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହେବେ, ସେମାନେ ଖ୍ରୀଷ୍ଟଙ୍କ ସହିତ ବିଜୟୀ ଜୀବନ ଯାପନ କରିବେ।


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।


କଷ୍ଟଭୋଗରେ ଯଦି ଅବିଚଳିତ ରହିଥିବୁ, ତାଙ୍କ ସହିତ ଆମ୍ଭେମାନେ ରାଜତ୍ୱ କରିବୁ। ତାଙ୍କୁ ଅସ୍ୱୀକାର କଲେ, ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ।


ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


ତୋ’ ମଧ୍ୟରେ ଆଉ କେବେ ପ୍ରଦୀପ ଜଳିବ ନାହିଁ; କିମ୍ବା ବର କନ୍ୟାଙ୍କର ସମ୍ଭାଷଣ ଶୁଣାଯିବ ନାହିଁ। କାରଣ ତୋର ବ୍ୟବସାୟୀମାନେ ପୃଥିବୀରେ ମହାଶକ୍ତିଶାଳୀ ହୋଇ ରହିଥିଲେ, ତୋହର କୁହୁକ ଦ୍ୱାରା ତୁ ପୃଥିବୀର ସମସ୍ତଙ୍କୁ ପ୍ରବଞ୍ଚନା କରି ରଖିଥିଲୁ।”


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


ଯୀଶୁ ଉତ୍ତର ଦେଲେ, “ଏକଥା ନିଶ୍ଚିତ ବୋଲି ଜାଣିବ, ନୂତନ ଯୁଗରେ ଯେତେବେଳେ ମନୁଷ୍ୟପୁତ୍ର ତାଙ୍କର ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ, ସେତେବେଳେ ମୋର ଏହି ବାର ଶିଷ୍ୟ ମଧ୍ୟ ବାରଟି ସିଂହାସନରେ ବସି ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ରାଜତ୍ୱ କରିବେ।


ମୃତ ବ୍ୟକ୍ତିମାନଙ୍କର ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅନ୍ତର୍ଭୁକ୍ତ, ସେମାନେ କେଡ଼େ ଭାଗ୍ୟବାନ। ସେମାନେ କେଡ଼େ ସୁଖୀ! ସେମାନଙ୍କୁ ଆଉ ଦ୍ୱିତୀୟ ଥର ମୃତ୍ୟୁଭୋଗ କରିବାକୁ ପଡ଼ିବ ନାହିଁ। ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ।


Swiv nou:

Piblisite


Piblisite