Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:20 - ପବିତ୍ର ବାଇବଲ (CL) NT (BSI)

20 ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ। ଆମେନ୍, ହେ ପ୍ରଭୁ ଯୀଶୁ, ଆସନ୍ତୁ।

Gade chapit la Kopi

ଓଡିଆ ବାଇବେଲ

20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ । ଆମେନ୍, ହେ ପ୍ରଭୁ ଯୀଶୁ, ଆସନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, “ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ।” ଆମେନ୍‍, ହେ ପ୍ରଭୁ ଯୀଶୁ, ଆସନ୍ତୁ।

Gade chapit la Kopi

ପବିତ୍ର ବାଇବଲ

20 ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।” ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।

Gade chapit la Kopi




ପ୍ରକାଶିତ 22:20
15 Referans Kwoze  

ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ଯୀଶୁ କହୁଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଅଛି! ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟ ଅନୁସାରେ ଫଳ ଦେବା ପାଇଁ ମୁଁ ପୁରସ୍କାର ନେଇ ଆସିବି।


ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।


ଯେ ପ୍ରଭୁଙ୍କୁ ପ୍ରେମ ନ କରେ, ସେ ଅଭିଶପ୍ତ ହେଉ। ‘ମାରାନା ଥା’ ଅର୍ଥାତ୍ ଆମର ପ୍ରଭୁ ଆସନ୍ତୁ।


ସେ ମୋତେ ପୁଣି କହିଲେ, “ଏହି ପୁସ୍ତକର ଭବିଷ୍ୟତ୍‌ବାଣୀଗୁଡ଼ିକ ଗୁପ୍ତ ରଖ ନାହିଁ, କାରଣ ଏ ସବୁ ବିଷୟ ଘଟିବାର ସମୟ ନିକଟ ହୋଇ ଆସିଲାଣି। ତେଣି ଏ କଥା ଜାଣି ଯେ ଯାହା ଇଚ୍ଛା, ତାହା କରୁ।


ପୁଣି ଯୋହନ ନିଜେ ଯାହା ସବୁ ଦେଖିଛନ୍ତି, ତାହା ଏଥିରେ ପ୍ରକାଶ କରିଛନ୍ତି। ଏହି ବିବରଣୀରେ ଈଶ୍ୱରଙ୍କ ବାର୍ତ୍ତା ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ସତ୍ୟ ସନ୍ନିବେଶିତ।


ମୁଁ ଯୋହନ। ଯେଉଁମାନେ ଏହି ପୁସ୍ତକର ଭବିଷ୍ୟଦ୍ବାଣୀ ସବୁ ଶୁଣନ୍ତି, ସେମାନଙ୍କୁ ମୁଁ ସତର୍କ କରି ଦେଉଛି: ଯଦି ଏଥିରେ କେହି କିଛି ଯୋଗ କରେ, ତେବେ ଏହି ପୁସ୍ତକବର୍ଣ୍ଣିତ ମହାମାରୀ ଦ୍ୱାରା ଈଶ୍ୱର ତାକୁ ଶାସ୍ତି ଦେବେ


ଯୀଶୁଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆହୁରି ଅନେକ ବିଷୟ ଅଛି। କିନ୍ତୁ ମୋ’ ବିଚାରରେ, ସେସବୁ ଜଣେ ଲେଖି ବସିଲେ, ଯେତେ ପୁସ୍ତକ ଲେଖାଯିବ, ସେସେବୁ ରଖିବା ପାଇଁ ଜଗତରେ ସ୍ଥାନ ହେବ ନାହିଁ।


ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


ଧର୍ମଶାସ୍ତ୍ରରେ ଲେଖାଅଛି: “ଆଉ ଅଳ୍ପ ସମୟ ଅଅପେକ୍ଷା କର, ଯାହାଙ୍କ ଆଗମନ ହେବାର ଅଛି, ସେ ଆସିବେ, ବଳମ୍ବ କରିବେ ନାହିଁ।”


ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।


Swiv nou:

Piblisite


Piblisite