Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:19 - ପବିତ୍ର ବାଇବଲ (CL) NT (BSI)

19 ଏବଂ ଏହି ପୁସ୍ତକର ଭବିଷ୍ୟଦ୍ବାଣୀରୁ କେହି ଯଦି କିଛି ବାଦ୍ ଦିଏ, ତେବେ ଈଶ୍ୱର ତାକୁ ଏହି ପୁସ୍ତକବର୍ଣ୍ଣିତ ଜୀବନ-ବୃକ୍ଷର ଫଳରୁ ଓ ପବିତ୍ର ନଗରୀରୁ ବଞ୍ଚିତ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ପୁଣି କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ଵର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।

Gade chapit la Kopi

ଓଡିଆ ବାଇବେଲ

19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ବର ଏହି ପୁସ୍ତକରେ ଲିଖିତ ଜୀବନ-ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।

Gade chapit la Kopi

ପବିତ୍ର ବାଇବଲ

19 ଯଦି କୌଣସି ବ୍ୟକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକରୁ କିଛି କାଢ଼ି ଦିଏ, ତେବେ ପରମେଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନେବେ।

Gade chapit la Kopi




ପ୍ରକାଶିତ 22:19
24 Referans Kwoze  

“ହେ ଧର୍ମଗୁରୁମାନେ, ତୁମ ଦଶା କେଡ଼େ ଭୟଙ୍କର ହେବ। ତୁମେ ଜ୍ଞାନରୂପ ଗୃହର ଦ୍ୱାର ଖୋଲିବାକୁ ଚାବି ରଖିଛ; ତୁମେ ନିଜେ ଭିତରକୁ ଯାଉ ନାହଁ ଏବଂ ଯେଉଁମାନେ ଭିତରକୁ ଯିବାକୁ ଚେଷ୍ଟା କରନ୍ତି, ତୁମେ ସେମାନଙ୍କୁ ବାଧା ଦେଉଛ।”


ନଗରୀର ରାଜପଥ ମଧ୍ୟଦେଇ ପ୍ରବାହିତ ହୋଇଥିଲା। ନଦୀର ଦୁଇ ପାଶ୍ୱର୍ରେ ଜୀବନ-ବୃକ୍ଷ ଥିଲା। ତାହା ବର୍ଷର ପ୍ରତ୍ୟେକ ମାସରେ, ଅର୍ଥାତ୍ ବର୍ଷକରେ ଦ୍ୱାଦଶ ଥର ଫଳ ଧାରଣ କରେ ଏବଂ ଏହାର ପତ୍ର ଆରୋଗ୍ୟଦାୟକ।


ପୁଣି ଏକ ପବିତ୍ର ନଗରୀ, ନୂତନ ଯିରୁଶାଲମ, କନ୍ୟା ବେଶରେ ସଜ୍ଜିତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ପୃଥିବୀ ଉପରକୁ ଅବତରଣ କଲା।


ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


ଯୀଶୁ କହୁଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଅଛି! ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟ ଅନୁସାରେ ଫଳ ଦେବା ପାଇଁ ମୁଁ ପୁରସ୍କାର ନେଇ ଆସିବି।


ବିଜୟୀ ବ୍ୟକ୍ତିକୁ ମୁଁ ମୋର ଈଶ୍ୱରଙ୍କ ମନ୍ଦିରରେ ସ୍ତମ୍ଭ ରୂପେ ସ୍ଥାପନ କରିବି ଏବଂ ସେ କଦାପି ସେଠାରୁ ସ୍ଥାନାନ୍ତରିତ ହେବ ନାହିଁ। ମୁଁ ତାହା ଉପରେ ମୋ’ ଈଶ୍ୱରଙ୍କ ନାମ ଲେଖିବି। ମୋ’ ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଆଗତ ଈଶ୍ୱରଙ୍କ ନଗର, ନୂତନ ଯିରୂଶାଲମର ନାମ ଓ ମୋର ନୂତନ ନାମ ମଧ୍ୟ ତା’ ଉପରେ ଲେଖିବି।


ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ମଁ ଯେପରି ବିଜୟୀ ହୋଇ ମୋ’ ପିତାଙ୍କ ସହିତ ତାଙ୍କ ସିଂହାସନରେ ବସିଅଛି, ଯେଉଁମାନେ ଜୟ କରିବେ, ସେ ସମସ୍ତଙ୍କୁ ମୁଁ ଠିକ୍ ସେହିପରି ମୋର ସିଂହାସନରେ ମୋ’ ପାଖରେ ବସିବାର ଅଧିକାର ଦେବି।


ଯେଉଁମାନେ ବିଜୟ ଲାଭ କରିବେ ଓ ଶେଷ ପର୍ଯ୍ୟନ୍ତ ମୋର ଇଚ୍ଛାନୁରୂପ କାର୍ଯ୍ୟ କରିବେ, ମୁଁ ପିତାଙ୍କ ନିକଟରୁ ଯେଉଁ କ୍ଷମତା ପାଇଅଛି, ତାହା ସେମାନଙ୍କୁ ପ୍ରଦାନ କରିବି।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ଦ୍ୱିତୀୟ ମୃତ୍ୟୁ ସେମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ମାପ ନାହିଁ। କାରଣ, ତାହା ଅନ୍ୟ ଜାତିମାନଙ୍କୁ ଦାନ କରାଯାଇଛି। ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ଏହି ପବିତ୍ର ନଗରୀକୁ ପଦଦଳିତ କରି ରଖିବେ।


ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, “ହଁ, ମୁଁ ସମସ୍ତ ବିଷୟ ନୂତନ କରିଛି।” ପୁଣି ସେ ମୋତେ ନିର୍ଦ୍ଦେଶ ଦେଲେ, “ଏହି ସବୁ କଥା ଲେଖି ରଖ, କାରଣ ଏହା ସତ୍ୟ ଓ ବିଶ୍ୱସନୀୟ”।


ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”


Swiv nou:

Piblisite


Piblisite