Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:16 - ପବିତ୍ର ବାଇବଲ (CL) NT (BSI)

16 “ମୁଁ ଯୀଶୁ। ମଣ୍ଡଳୀମାନଙ୍କରେ ତୁମ୍ଭମାନଙ୍କ ଉପକାରାର୍ଥେ ଏସବୁ ବିଷୟ ଘୋଷଣା କରିବା ପାଇଁ ମୋର ଦୂତକୁ ପ୍ରେରଣ କରିଛି। ମୁଁ ଦାଉଦଙ୍କ ବଂଶଧର। ମୁଁ ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆମ୍ଭେ ଯୀଶୁ, ମଣ୍ତଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ଵଳ ପ୍ରଭାତୀତାରା।

Gade chapit la Kopi

ଓଡିଆ ବାଇବେଲ

16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ । ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”

Gade chapit la Kopi

ପବିତ୍ର ବାଇବଲ

16 “ଆମ୍ଭେ ନିଜେ ଯୀଶୁ। ମୁଁ ମଣ୍ଡଳୀଗୁଡ଼ିକୁ ଏହି ସମସ୍ତ କହିବା ପାଇଁ ମୋର ଦୂତଙ୍କୁ ତୁମ୍ଭ ପାଖକୁ ପଠାଇଛି। ଆମ୍ଭେ ଦାଉଦଙ୍କ ପରିବାରର ବଂଶଜାତ। ଆମ୍ଭେ ଉଜ୍ଜ୍ୱଳ ପ୍ରଭାତୀ ତାରା।”

Gade chapit la Kopi




ପ୍ରକାଶିତ 22:16
30 Referans Kwoze  

ତା’ପରେ ବୟୋଜ୍ୟେଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ମୋତେ ଆଶ୍ୱାସନା ଦେଇ କହିଲେ, “କାନ୍ଦ ନାହିଁ, ଦେଖ! ଦାଉଦଙ୍କର ମହାନ ବଂଶଧର, ଯିହୁଦା ଗୋଷ୍ଠୀର ସିଂହ ବିଜୟୀ ହୋଇ ଆସିଛନ୍ତି; ସେ ଏହି ସାତଟିଯାକ ମୋହର ଭାଙ୍ଗି ପାଣ୍ଡୁଲିପି ଖୋଲିବାକୁ ସକ୍ଷମ।”


ତେଣୁ ଭାବବାଦୀମାନଙ୍କ ଦ୍ୱରା ପ୍ରଚାରି ବାର୍ତ୍ତାରେ ଆମ ବିଶ୍ୱାସ ଅଧିକ ଦୃଢ଼ ହୋଇଛି। ସେଥିପ୍ରତି ତୁମ୍ଭେମାନେ ମଧ୍ୟ ମନୋଯୋଗୀ ହେବା ଉଚିତ, କାରଣ ତାହା ଅନ୍ଧକାରରେ ଏକ ପ୍ରଦୀପ ତୁଲ୍ୟ। ପ୍ରତ୍ୟୁଷରେ ପ୍ରଭାତୀ ତାରାର ଆଲୋକ ତୁମ ହୃଦୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏହା ପ୍ରଜ୍ୱଳିତ ହୋଇ ରହିଥିବ।


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


“ମସୀହଙ୍କ ସମ୍ବନ୍ଧରେ ତୁମେ କଅଣ ଭାବୁଛ? ସେ କାହାର ବଂଶଧର?” ସେମାନେ ଉତ୍ତର ଦେଲେ, “ସେ ଦାଉଦଙ୍କର।”


ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”


ଯାହା ସବୁ ଅତି ଶୀଘ୍ର ଘଟିବାକୁ ଯାଉଛି, ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରକାଶ କରିଥିବା ତାହାର ଏକ ବିବରଣୀ ଏହି ପୁସ୍ତକରେ ଲିପିବଦ୍ଧ ହୋଇଛି। ସେହି ସମସ୍ତ ବିଷୟ ତାଙ୍କର ଦାସମାନଙ୍କୁ ଜଣାଇବା ନିମନ୍ତେ ଖ୍ରୀଷ୍ଟ ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କରି ତାଙ୍କ ଦାସ ଯୋହନଙ୍କୁ ତାହା ଅବଗତ କରାଇଲେ।


“ଯେଉଁ ଶିଶୁ ଇହୁଦୀମାନଙ୍କର ରାଜା ହେବା ପାଇଁ ଜନ୍ମ ହୋଇଛନ୍ତି, ସେ କାହାନ୍ତି? ପୂର୍ବାକାଶରେ ତାଙ୍କ ନକ୍ଷତ୍ର ଦେଖି ତାଙ୍କୁ ପୂଜା କରିବା ପାଇଁ ଆମେ ଆସିଛୁ।”


“ଶୁଣିବାକୁ ଶକ୍ତି ଥିଲେ, ଈଶ୍ୱରଙ୍କ ଆତ୍ମା ମଣ୍ଡଳୀମାନଙ୍କୁ କ’ଣ କହୁଛନ୍ତି, ଶୁଣ।”


“ଯାହାର ଶୁଣିବା ଶକ୍ତି ଅଛି, ସେ ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣୁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀମାନଙ୍କୁ ପବିତ୍ରାତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣ।”


ଆମ ବିଖ୍ୟାଦ ଇହୁଦୀ ପୂର୍ବପୁରୁଷମାନଙ୍କର ସେମାନେ ବଂଶଧର ଏବଂ ମାନବ ରୂପେ ଖ୍ରୀଷ୍ଟ ସେହି ବଂଶରୁ ଜାତ। ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ ହୁଅନ୍ତୁ।


ଅଧର୍ମାଚାରୀ ଯଦି ଚାହେଁ, ଆହୁରି ଅଧର୍ମାଚରଣ କରୁ; ଅଶୁଚି ବ୍ୟକ୍ତି ଅଶୁଚି ହୋଇ ରହୁ; କିନ୍ତୁ ଯେ ସଦାଚାରୀ, ସେ ସତ୍କର୍ମରେ ନିବିଷ୍ଟ ରହୁ; ଯେ ପବିତ୍ର, ସେ ପବିତ୍ର ହୋଇ ରହୁ।”


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


“ଯେଉଁମାନଙ୍କର ଶୁଣିବା ପାଇଁ କାନ ଅଛି, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଅଛନ୍ତି, ତାହା ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଗଚ୍ଛିତ ରଖାଯାଇଥିବା ମାନ୍ନାରୁ କିଛି ଦେବି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନୂତନ ନାମ ଲେଖା ହୋଇଥିବା ଗୋଟିଏ ଶ୍ୱେତ ପ୍ରସ୍ତର ପ୍ରଦାନ କରିବି। ସେହି ନୂତନ ନାମ କଅଣ, ପ୍ରସ୍ତର ଗ୍ରହଣକାରୀ ବ୍ୟତୀତ ଅନ୍ୟ କେହି ତାହା ଜାଣି ପାରିବେ ନାହିଁ।


ଆମ ଈଶ୍ୱର କୃପାବାନ୍ ଓ କୋମଳ ହୃଦୟ, ସେ ଆମ ପାଇଁ ପରିତ୍ରାଣର ସୂର୍ଯ୍ୟୋଦୟ କରାଇବେ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


“ଯଦି ଦାଉଦ ମସୀହଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରିଛନ୍ତି, ତେବେ ମସୀହ କିପରି ତାଙ୍କର ବଂଶଧର ହୋଇ ପାରିବେ?”


ଅବ୍ରାହାମ୍ ଓ ଦାଉଦଙ୍କ ବଂଶଧର ଯୀଶୁଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ବଂଶାବଳୀ -


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ଦ୍ୱିତୀୟ ମୃତ୍ୟୁ ସେମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।


ଏବଂ ଯିଶାଇୟ କହିଛନ୍ତି: “ଯେଶିଙ୍କ ଜଣେ ବଂଶଧର ଆବିର୍ଭୁତ ହେବେ, ସେ ଅଣଇହୁଦୀମାନଙ୍କୁ ଶାସନ କରିବେ ଓ ସେମାନେ ତାଙ୍କଠାରେ ଭରସା ରଖିବେ।”


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


ଦାଉଦ ତାଙ୍କୁ ‘ପ୍ରଭୁ’ ବୋଲି ଉଲ୍ଲେଖ କରିଛନ୍ତି; ତା’ହେଲେ ମସୀହ କିପରି ଦାଉଦଙ୍କ ବଂଶଧର ହୋଇପାରନ୍ତି?”


Swiv nou:

Piblisite


Piblisite