Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:15 - ପବିତ୍ର ବାଇବଲ (CL) NT (BSI)

15 କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।

Gade chapit la Kopi

ଓଡିଆ ବାଇବେଲ

15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।

Gade chapit la Kopi

ପବିତ୍ର ବାଇବଲ

15 କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”

Gade chapit la Kopi




ପ୍ରକାଶିତ 22:15
29 Referans Kwoze  

କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ଯେଉଁମାନେ ଅସତ୍ କାର୍ଯ୍ୟରେ ଲିପ୍ତ, ଯେଉଁମାନେ ଶରୀରକୁ ବିକଳାଙ୍ଗ କରିବା ପାଇଁ ଜିଦ୍ ଧରନ୍ତି, ସେହି କୁକୁରମାନଙ୍କ ପ୍ରତି ସାବଧାନ।


କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।


ଏ ସବୁରେ ଲିପ୍ତ ରହି ଯେଉଁମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ତୋ’ ମଧ୍ୟରେ ଆଉ କେବେ ପ୍ରଦୀପ ଜଳିବ ନାହିଁ; କିମ୍ବା ବର କନ୍ୟାଙ୍କର ସମ୍ଭାଷଣ ଶୁଣାଯିବ ନାହିଁ। କାରଣ ତୋର ବ୍ୟବସାୟୀମାନେ ପୃଥିବୀରେ ମହାଶକ୍ତିଶାଳୀ ହୋଇ ରହିଥିଲେ, ତୋହର କୁହୁକ ଦ୍ୱାରା ତୁ ପୃଥିବୀର ସମସ୍ତଙ୍କୁ ପ୍ରବଞ୍ଚନା କରି ରଖିଥିଲୁ।”


ସେହି ଗୁଣି ବିଦ୍ୟା ବଳରେ ଅନେକ ଦିନ ଧରି ସେ ଶମିରୋଣୀୟମାନଙ୍କୁ ତା’ର ଅନୁଗତ କରି ରଖିଥିଲା।


କିନ୍ତିୁ ଯେଉଁମାନେ ଏହି ରାଜ୍ୟରେ ରହିବା କଥା,;ସମାନଙ୍କୁ ବାହାର ଅନ୍ଧକାରରେ ନିକ୍ଷେପ କରାଯିବ।ସେଠାରେ ସେମାନେ କ୍ରନ୍ଦନ କରି ଦାନ୍ତ ରଗଡ଼ିବେ।”


ମୁଁ ପାପୀ ବୋଲି ତୁମ ମଧ୍ୟରୁ କିଏ ପ୍ରମାଣ କରିପାରିବ? ମୁଁ ଯଦି ସତ୍ୟ କହେ, ମୋତେ ତୁମ୍ଭେମାନେ କାହିଁକି ବିଶ୍ୱାସ କରୁନାହଁ?


କୁକୁରକୁ ପବିତ୍ର ପଦାର୍ଥ ଦିଅ ନାହିଁ। କାରଣ ସେ ବୁଲିପଡ଼ି ତୁମକୁ ଆକ୍ରମଣ କରିପାରେ। ଘୁଷୁରି ଆଗରେ ମୁକ୍ତା ପକାଅ ନାହିଁ। ତା’ର ମୂଲ୍ୟ ନ ବୁଝି ତାକୁ ସେ କେବଳ ପାଦରେ ଦଳି ଦେବ।


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


Swiv nou:

Piblisite


Piblisite