Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:14 - ପବିତ୍ର ବାଇବଲ (CL) NT (BSI)

14 ଯେଉଁମାନେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି, ସେମାନେ ଭାଗ୍ୟବାନ। ଜୀବନବୃକ୍ଷର ଫଳ ଭୋଜନ କରିବାକୁ ଓ ଦ୍ୱାର ଦେଇ ନଗରୀ ମଧ୍ୟରେ ପ୍ରବେଶ କରିବାକୁ ସେମାନଙ୍କର ଅଧିକାର ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ଵାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରିଅଛନ୍ତି, ସେମାନେ ଧନ୍ୟ।

Gade chapit la Kopi

ଓଡିଆ ବାଇବେଲ

14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।

Gade chapit la Kopi

ପବିତ୍ର ବାଇବଲ

14 “ଯେଉଁ ଲୋକମାନେ ନିଜର ରାଜ ପୋଷାକ ଧୋଇଛନ୍ତି, ସେମାନେ ଧନ୍ୟ ହେବେ। ଜୀବନ ବୃକ୍ଷର ଫଳ ଖାଇବା ପାଇଁ ସେମାନଙ୍କର ଅଧିକାର ରହିଛି। ସେମାନେ ନଗରୀ ଭିତରକୁ ନଗରୀ ଦ୍ୱାର ଦେଇ ପ୍ରବେଶ କରି ପାରିବେ।

Gade chapit la Kopi




ପ୍ରକାଶିତ 22:14
31 Referans Kwoze  

କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।


ଈଶ୍ବରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ଅଛି, ଏହାର ଅର୍ଥ, ଆମେ ତାଙ୍କର ଆଜ୍ଞା ପାଳନ କରୁ। ତାଙ୍କ ଆଜ୍ଞାପାଳନ କରିବାଅତି କଷ୍ଟସାଧ୍ୟ ନୁହେଁ,


ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”


ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଏହି ଆଶା ପୋଷଣ କରିଛନ୍ତି, ସେମାନେ ଖ୍ରୀଷ୍ଟଙ୍କ ପରି ନିଜକୁ ପବିତ୍ର କରି ରଖିବେ।


“ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ଅସୁନ୍ନତ ଲୋକ ଯଦି ଈଶ୍ୱରଙ୍କ ଆହ୍ୱାନ ପାଏ, ସେ ଆଉ ସୁନ୍ନତ ନ ହେଉ, କାରଣ ସୁନ୍ନତ ହେବା ବା ନ ହେବାରେ କିଛି ମୂଲ୍ୟ ନାହିଁ। ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ଆଦେଶ ପାଳନ କରିବା।


ନଗରୀର ରାଜପଥ ମଧ୍ୟଦେଇ ପ୍ରବାହିତ ହୋଇଥିଲା। ନଦୀର ଦୁଇ ପାଶ୍ୱର୍ରେ ଜୀବନ-ବୃକ୍ଷ ଥିଲା। ତାହା ବର୍ଷର ପ୍ରତ୍ୟେକ ମାସରେ, ଅର୍ଥାତ୍ ବର୍ଷକରେ ଦ୍ୱାଦଶ ଥର ଫଳ ଧାରଣ କରେ ଏବଂ ଏହାର ପତ୍ର ଆରୋଗ୍ୟଦାୟକ।


ତେଣୁ ଯୀଶୁ ପୁନର୍ବାର କହିଲେ, “ସତ କହୁଛି- ମୁଁ ମେଷମାନଙ୍କ ପାଇଁ ଦ୍ୱାର।


ମୁଁ ହେଉଛି ଦ୍ୱାର। ଯେ ମୋ’ ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ।


ମୁଁ ଉତ୍ତର ଦେଲି, “ମହାଶୟ! ମୁଁ ଜାଣେ ନାହିଁ। ଆପଣ ଜାଣିଥିବେ।” ସେ ମୋତେ କହିଲେ, “ଏହି ଲୋକମାନେ ଭୟଙ୍କର ନିର୍ଯ୍ୟାତନା ସହ୍ୟ କରି ଆସି ଅଛନ୍ତି। ସେମାନେ ମେଷଶାବକଙ୍କ ଉତ୍ତାରେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ଏହାର ଗୋଟିଏ ବିରାଟ ଉଚ୍ଚ ପ୍ରାଚୀର ଥିଲା। ଏହି ପ୍ରାଚୀରରେ ଦ୍ୱାଦଶ ସ୍ୱର୍ଗଦୂତଙ୍କ ଦ୍ୱାରା ସୁରକ୍ଷିତ ଦ୍ୱାଦଶ ଦ୍ୱାର ଥିଲା ଓ ସେହି ଦ୍ୱାରମାନଙ୍କ ଉପରେ ଇଶ୍ରାଏଲ ଜାତିର ଦ୍ୱାଦଶ ଗୋଷ୍ଠୀଙ୍କ ନାମ ଲେଖାଯାଇଥିଲା।


ଅନ୍ୟାନ୍ୟ ପ୍ରେରିତ ଶିଷ୍ୟ, ପିତର ଓ ପ୍ରଭୁଙ୍କ ଭାଇମାନଙ୍କ ପରି ବିଶ୍ୱାସୀ ସମାଜର ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ଭ୍ରମଣ କରିବା ପାଇଁ ମୋର କ’ଣ ଅଧିକାର ନାହିଁ?


କିନ୍ତୁ ସାବଧାନ, ତୁମ୍ଭମାନଙ୍କର ଏହି ସ୍ୱାଧୀନତା ଯେପରି ଦୁର୍ବଳ ବିଶ୍ୱାସୀମାନଙ୍କର ବିଘ୍ନ ସ୍ୱରୂପ ନ ହୁଏ।


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ଆମ ପୂର୍ବପୁରୁଷ ଯାକୁବ ଏହି କୂଅ ଖୋଳାଇଥିଲେ। ସେ, ତାଙ୍କ ପୁଅମାନେ ଓ ତାଙ୍କ ପଶୁପଲ ଏଇ କୂଅରୁ ପାଣି ପିଉଥିଲେ। ଆପଣ କଅଣ ଯାକୁବଙ୍କଠାରୁ ମହାନ୍?”


Swiv nou:

Piblisite


Piblisite