Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:11 - ପବିତ୍ର ବାଇବଲ (CL) NT (BSI)

11 ଅଧର୍ମାଚାରୀ ଯଦି ଚାହେଁ, ଆହୁରି ଅଧର୍ମାଚରଣ କରୁ; ଅଶୁଚି ବ୍ୟକ୍ତି ଅଶୁଚି ହୋଇ ରହୁ; କିନ୍ତୁ ଯେ ସଦାଚାରୀ, ସେ ସତ୍କର୍ମରେ ନିବିଷ୍ଟ ରହୁ; ଯେ ପବିତ୍ର, ସେ ପବିତ୍ର ହୋଇ ରହୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର, ସେ ଆହୁରି ପବିତ୍ର ହେଉ।

Gade chapit la Kopi

ଓଡିଆ ବାଇବେଲ

11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ।

Gade chapit la Kopi

ପବିତ୍ର ବାଇବଲ

11 ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହୋଇ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହୋଇ ରହିବାକୁ ଦିଅ।”

Gade chapit la Kopi




ପ୍ରକାଶିତ 22:11
22 Referans Kwoze  

କିନ୍ତୁ ଦୁରାଚାରୀ ଓ ପ୍ରବଞ୍ଚକମାନଙ୍କ ଗତି ସର୍ବନାଶ ଆଡ଼କୁ - ସେମାନେ ଅନ୍ୟମାନଙ୍କୁ ଠକାଇ ଶେଷରେ ନିଜେ ଠକି ହୋଇଯିବେ।


“ସେମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ସେମାନେ ଅନ୍ଧ ପଥପ୍ରଦର୍ଶକ। ଗୋଟିଏ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ବାଟ କଡ଼ାଇଲେ ଦୁଇଜଣ ଯାକ ଖାଲରେ ପଡ଼ନ୍ତି।”


ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରିବାକୁ ଯେଉଁମାନଙ୍କର ଏକାନ୍ତ ଆକାଂକ୍ଷା, ସେମାନେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସନ୍ତୁଷ୍ଟ କରିବେ।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ତେଣୁ ବୁଦ୍ଧିହୀନା କୁମାରୀମାନେ ତେଲ କିଣିବାକୁ ବାହାରିଲେ। ସେମାନେ ଚାଲିଯିବା ପରେ ବର ଆସି ପହଞ୍ଚିଲେ। ପ୍ରସ୍ତୁତ ଥିବା ପାଞ୍ଚଜଣ କୁମାରୀ ତାଙ୍କ ସହିତ ବିବାହ ଭୋଜିକୁ ଯିବା ପରେ ଦ୍ୱାର ବନ୍ଦ ହୋଇଗଲା।


ପୁଣି ତାକୁ ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ସର୍ବାଙ୍ଗ ସୁନ୍ଦର କରି ନିଜେ ଗ୍ରହଣ କଲେ।


ରାସ୍ତାକଡ଼ରେ ଗୋଟିଏ ଡ଼ିମିରି ଗଛ ଥିଲା। ଯୀଶୁ ତା’ ନିକଟକୁ ଯାଇ ସେଥିରେ ପତ୍ର ଛଡ଼ା ଆଉ କିଛି ଦେଖିଲେ ନାହିଁ। ତେଣୁ ସେ ଗଛଟିକୁ କହିଲେ, “ତୁ ଆଉ କେବେ ଫଳ ଧରିବୁ ନାହିଁ।” ତତ୍କ୍ଷଣାତ୍ ଡ଼ିମିରି ଗଛଟି ଶୁଖିଗଲା।


ଯୀଶୁ ପୁଣି ସେମାନଙ୍କୁ କହିଲେ, “ମୁଁ ଚାଲି ଯାଉଛି, ତୁମ୍ଭେମାନେ ମୋତେ ଖୋଜିବ; କିନ୍ତୁ ନିଜ ନିଜ ପାପରେ ମରିବ। ମୁଁ ଯେଉଁଠାକୁ ଯାଉଛି, ସେଠାକୁ ତୁମ୍ଭେମାନେ ଯାଇପାରିବ ନାହିଁ।”


ପଚାଶ କିଲୋଗ୍ରାମ ଓଜନର ବିରାଟ କରକାମାନ ଆକାଶରୁ ମନୁଷ୍ୟମାନଙ୍କ ଉପରେ ପଡ଼ିଲା, ଲୋକମାନେ ଏହି ଭୀଷଣ ବିପତ୍ତି ଲାଗି ଈଶ୍ୱରଙ୍କୁ ଅଭିଶାପ ଦେଲେ।


ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!


କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।


ଏହା କଲେ ଈଶ୍ୱରଙ୍କ ସନ୍ତାନ ବୋଲି ପରିଚିତ ହେବ। କାରଣ ଈଶ୍ୱର ଉତ୍ତମ ଓ ଅଧମ, ଉଭୟ ପ୍ରକାର ଲୋକଙ୍କୁ ସୂର୍ଯ୍ୟ କିରଣ ଦିଅନ୍ତି ଏବଂ ସତ୍କର୍ମ ଓ ଦୁଷ୍କର୍ମକାରୀ ସମସ୍ତଙ୍କୁ ବର୍ଷା ଯୋଗାଇ ଦିଅନ୍ତି।


Swiv nou:

Piblisite


Piblisite