Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:10 - ପବିତ୍ର ବାଇବଲ (CL) NT (BSI)

10 ସେ ମୋତେ ପୁଣି କହିଲେ, “ଏହି ପୁସ୍ତକର ଭବିଷ୍ୟତ୍‌ବାଣୀଗୁଡ଼ିକ ଗୁପ୍ତ ରଖ ନାହିଁ, କାରଣ ଏ ସବୁ ବିଷୟ ଘଟିବାର ସମୟ ନିକଟ ହୋଇ ଆସିଲାଣି। ତେଣି ଏ କଥା ଜାଣି ଯେ ଯାହା ଇଚ୍ଛା, ତାହା କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।

Gade chapit la Kopi

ଓଡିଆ ବାଇବେଲ

10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।

Gade chapit la Kopi

ପବିତ୍ର ବାଇବଲ

10 ତା'ପରେ ସ୍ୱର୍ଗଦୂତ ମୋତେ କହିଲେ, “ଏହି ପୁସ୍ତକରେ ଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଗୋପନୀୟ ରଖ ନାହିଁ। ଏସବୁ ଘଟିବାର ସମୟ ପାଖେଇ ଆସିଲାଣି।

Gade chapit la Kopi




ପ୍ରକାଶିତ 22:10
21 Referans Kwoze  

ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।


ସେମାନେ ଯାହା କଥାବାର୍ତ୍ତା ହେଲେ, ତାହା ମୁଁ ଲେଖିବାକୁ ଯାଉଥିଲି, କିନ୍ତୁ ସ୍ୱର୍ଗରୁ ଗୋଟିଏ କଣ୍ଠସ୍ୱର ଶୁଣିଲି। ସେହି ସ୍ୱର ମୋତେ କହିଲେ: “ମେଘ ଗର୍ଜନରେ ଯାହା ଶୁଣୁଛ, ତାହା ଗୋପନ ରଖ; ଲେଖ ନାହିଁ।”


ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାର ସମୟରେ କହୁଛି, ତାହା ଦିବାଲୋରେ ପ୍ରକାଶ କର ଏବଂ ଯାହା ନିଭୃତରେଶୁଣିଛ, ତାହା ଘର ଉପରୁ ଘୋଷଣା କର।


ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।


“ମୁଁ ଯୀଶୁ। ମଣ୍ଡଳୀମାନଙ୍କରେ ତୁମ୍ଭମାନଙ୍କ ଉପକାରାର୍ଥେ ଏସବୁ ବିଷୟ ଘୋଷଣା କରିବା ପାଇଁ ମୋର ଦୂତକୁ ପ୍ରେରଣ କରିଛି। ମୁଁ ଦାଉଦଙ୍କ ବଂଶଧର। ମୁଁ ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”


ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ହସ୍ତରେ ମୁଁ ଗୋଟିଏ ପ୍ରାଚୀନ ପାଣ୍ଡୁଲିପି ଦେଖିଲି; ତାହାର ଦୁଇ ପାଶ୍ୱର୍ରେ ଲେଖା ହୋଇଥିଲା ଓ ସାତଗୋଟି ମୋହରରେ ତାହା ମୁଦ୍ରାଙ୍କିତ ହୋଇଥିଲା।


ଏହିପରି କହି ତୁମ୍ଭମାନଙ୍କୁ କେହି କୌଣସି ପ୍ରକାରେ ପ୍ରତାରଣା ନ କରୁ। ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ନ ଘଟିବା ପର୍ଯ୍ୟନ୍ତ ଓ ସେହି ନରକଗାମୀ “ପାପାତ୍ମା” ଆତ୍ମପ୍ରକାଶ ନ କରିବା ପର୍ଯ୍ୟନ୍ତ ସେହି ଦିନ ଆସିବ ନାହିଁ।


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


ଏବେ ଏ ସମସ୍ତ ତୁମକୁ ଅବଶ୍ୟ କରିବାକୁ ହେବ, କାରଣ ନିଦ୍ରାରୁ ଜାଗ୍ରତ ହେବା ସମୟ ଉପସ୍ଥିତ। ପରିତ୍ରାଣ ପାଇବାର ସମୟ ପୂର୍ବାପେକ୍ଷା ଏବେ ଅଧିକ ସନ୍ନିକଟ।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”


କିନ୍ତୁ ସେ କହିଲେ, “ସେପରି କର ନାହିଁ, କାରଣ ମୁଁ ମଧ୍ୟ ତୁମ ପରି ଜଣେ। ତୁମର ଯେଉଁ ଭାବବାଦୀ ଭାଇମାନେ ଓ ଯେଉଁ ସମସ୍ତେ ଏହି ପୁସ୍ତକର ବାକ୍ୟ ଅନୁଯାୟୀ ଆଜ୍ଞାବହ ହୋଇ ରହନ୍ତି, ସେମାନଙ୍କ ପରି ମୁଁ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର।”


ମୁଁ ଯୋହନ। ଯେଉଁମାନେ ଏହି ପୁସ୍ତକର ଭବିଷ୍ୟଦ୍ବାଣୀ ସବୁ ଶୁଣନ୍ତି, ସେମାନଙ୍କୁ ମୁଁ ସତର୍କ କରି ଦେଉଛି: ଯଦି ଏଥିରେ କେହି କିଛି ଯୋଗ କରେ, ତେବେ ଏହି ପୁସ୍ତକବର୍ଣ୍ଣିତ ମହାମାରୀ ଦ୍ୱାରା ଈଶ୍ୱର ତାକୁ ଶାସ୍ତି ଦେବେ


Swiv nou:

Piblisite


Piblisite