Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 21:6 - ପବିତ୍ର ବାଇବଲ (CL) NT (BSI)

6 ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ କ ଓ କ୍ଷ, ଆଦି ଓ ଅ;। ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ।।

Gade chapit la Kopi

ଓଡିଆ ବାଇବେଲ

6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ। ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ।

Gade chapit la Kopi

ପବିତ୍ର ବାଇବଲ

6 ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି।

Gade chapit la Kopi




ପ୍ରକାଶିତ 21:6
26 Referans Kwoze  

ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”


କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”


କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?


ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।


ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


କିନ୍ତୁ ଈଶ୍ୱର ଖ୍ରୀଷ୍ଟଯୀଶୁଙ୍କ ଦ୍ୱାରା ବିନା ମୂଲ୍ୟରେ ଯେଉଁ ଅନୁଗହ ଦାନ ଦେଇଛନ୍ତି, ତାହା ଯେଉଁମାନେ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ପରିତ୍ରାଣ ଦିଅନ୍ତି ଓ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।


ମୁଁ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।”


ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”


ତାଙ୍କୁ ଦେଖିବା ମାତ୍ରେ ମୁଁ ମୃତବତ୍ ତାଙ୍କ ପାଦ ତଳେ ପଡ଼ିଗଲି। ସେ ତାଙ୍କ ଡ଼ାହାଣ ହାତ ମୋ’ ଉପରେ ରଖି କହିଲେ, “ଭୟ କର ନାହିଁ, ମୁଁ ଆଦି ଓ ଅନ୍ତ


ଆମେ ଜାଗତିକ ଆତ୍ମା ପ୍ରାପ୍ତ ହୋଇ ନାହୁଁ। କିନ୍ତୁ ଈଶ୍ୱରପ୍ରଦତ୍ତ ସମସ୍ତ ବିଷୟ ଜାଣି ପାରିବା ନିମନ୍ତେ ଈଶ୍ୱରପ୍ରେରିତ ଆତ୍ମାଙ୍କୁ ଗ୍ରହଣ କରିଛୁ।


ଏବଂ ସସାଗରା ଧରା, ସ୍ୱର୍ଗ ଓ ଏମାନଙ୍କ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଚିରଜୀବୀ ଈଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଆଉ କାଳ ବିଳମ୍ବ ହେବ ନାହିଁ।


ଏହି ଭିତ୍ତି ଉପରେ କେହି କେହି ସୁନା ରୂପା, ମୂଲ୍ୟବାନ ପଥର ଏବଂ କେହି କେହି କାଠ, ଘାସ ଓ ନଡ଼ା ଦେଇ ନିର୍ମାଣ କରିବେ।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


ସୁତରାଂ ମନୁଷ୍ୟର କ୍ୱଚିତ୍ ବିଷୟରେ କେହି ଦର୍ପ ନ କରୁ। ବାସ୍ତବିକ ତୁମ୍ଭେମାନେ ସବୁ ବିଷୟର ଅଧିକାରୀ।


ଆପୋଲୋ କିଏ? ଅଥବା ପାଉଲ କିଏ? ଆମ୍ଭେମାନେ ଈଶ୍ୱରଙ୍କ ସେବକ ମାତ୍ର। ତୁମ୍ଭମାନଙ୍କୁ ବିଶ୍ୱାସୀ କରିବାରେ ଆମେ ସାହାଯ୍ୟ କରୁଛୁ। ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ଆମେ ସେହି କାର୍ଯ୍ୟ କରିଛୁ।


ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇର୍ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର। କେଉଁଠାରୁ ଆପଣ ସେହି ଜଳ ପାଇବେ?


“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:


Swiv nou:

Piblisite


Piblisite