Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 21:27 - ପବିତ୍ର ବାଇବଲ (CL) NT (BSI)

27 କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ,।

Gade chapit la Kopi

ଓଡିଆ ବାଇବେଲ

27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ।

Gade chapit la Kopi

ପବିତ୍ର ବାଇବଲ

27 କୌଣସି ଅଶୁଚି ଜିନିଷ ତା’ ଭିତରେ ପ୍ରବେଶ କରିବ ନାହିଁ। ଲଜ୍ଜାପୂର୍ଣ୍ଣ କାର୍ଯ୍ୟ କରିବା ଲୋକ ଓ ମିଥ୍ୟା କହିବା ଲୋକ ତା’ ଭିତରେ ପଶିପାରିବେ ନାହିଁ। ମେଷଶାବକଙ୍କ ଜୀବନପୁସ୍ତକରେ ନାମ ଲେଖା ହୋଇଥିବା ଲୋକମାନେ ସେହି ନଗରୀ ଭିତରେ ପ୍ରବେଶ କରିବେ।

Gade chapit la Kopi




ପ୍ରକାଶିତ 21:27
28 Referans Kwoze  

ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନ ଥିଲା, ସେମାନେ ମଧ୍ୟ ସମସ୍ତେ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେଲେ।


ଯେଉଁମାନେ ବିଜୟୀ ହେବେ, ସେମାନେ ଏହିପରି ଶୁକ୍ଲ ବସ୍ତ୍ର ପରିହିତ ହେବେ। ଜୀବନ ପୁସ୍ତକରୁ ସେମାନଙ୍କର ନାମ କଦାପି ଲୋପ କରାଯିବ ନାହିଁ ଏବଂ ମୋର ପିତା ଓ ତାଙ୍କର ଦୂତମାନଙ୍କ ସମ୍ମୁଖରେ ସେମାନଙ୍କୁ ମୋର ଅନୁଗାମୀ ବୋଲି ମୁଁ ସ୍ୱୀକାର କରିବି।


ମନୁଷ୍ୟପୁତ୍ର ତାଙ୍କ ରାଜ୍ୟରୁ ସବୁ ଦୁଷ୍କର୍ମକାରୀ ଓ ଯେଉଁମାନେ ଅନ୍ୟମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ପଠାଇବେ।


ଏହା ନିଶ୍ଚିତ ବୋଲି ଜାଣି ରଖ, ଯେଉଁ ଲୋକ ନୀତିହୀନ, ଅଶିଷ୍ଟ ଓ ଅତି ଲୋଭୀ (ଅତି ଲୋଭ ପ୍ରତିମା ପୂଜା ସ୍ୱରୂପ), ସେ କେବେହେଲେ ଖ୍ରୀଷ୍ଟଙ୍କର ଓ ଈଶ୍ୱରଙ୍କ ରାଜ୍ୟର ଅଂଶୀ ହେବ ନାହିଁ।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।


ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।


ହେ ମୋର ବିଶ୍ୱସ୍ତ ଅଂଶୀଦାର! ତୁମକୁ ମଧ୍ୟ ମୋର ନିବେଦନ, ଏହି ଭଉଣୀମାନଙ୍କୁ ସାହାଯ୍ୟ କର, କାରଣ ଏମାନେ କ୍ଲେମେଣ୍ଟ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସହିତ ସୁସମାଚାର ପ୍ରଚାର କାର୍ଯ୍ୟରେ କଠିନ ପରିଶ୍ରମ କରି ମୋତେ ସାହାଯ୍ୟ କରିଛନ୍ତି। ଏମାନଙ୍କର ନାମ ଈଶ୍ୱରଙ୍କ “ଜୀବନ ପୁସ୍ତକରେ” ଲେଖାଅଛି।


ସେମାନେ ଲକ୍ଷ୍ୟ କଲେ ଯେ, ଯୀଶୁଙ୍କ କେତେକ ଶିଷ୍ୟ ବିଧି ଅନୁଯାୟୀ ହାତ ଧୋଇ ଖାଉ ନାହାନ୍ତି। ଫାରୁଶୀମାନେ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ଯେଉଁ ନିୟମସବୁ କରିଥିଲେ, ଶିଷ୍ୟମାନେ ତାହା ପାଳନ କରୁ ନ ଥିଲେ।


କିନ୍ତୁ ଭୂତମାନେ ତୁମର ବଶୀଭୂତ ହେଲେ; ଆନନ୍ଦ କର ନାହିଁ, ବରଂ ସ୍ୱର୍ଗରେ ତୁମ୍ଭମାନଙ୍କର ନାମ ଲେଖା ହୋଇ ଥିବାରୁ ଆନନ୍ଦ କର।”


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


କିନ୍ତୁ ଆମେ ଈଶ୍ୱର ପ୍ରତିଜ୍ଞା କରିଥିବା ଏକ ନୂତ ଆଶାଶମଣ୍ଡଳ ଓ ନୂତନ ପୃଥିବୀର ପ୍ରତୀକ୍ଷାରେ ରହିଛୁ। ସେଥିରେ ଧାର୍ମିକତା ପ୍ରତିଷ୍ଠିତ ହେବ।


Swiv nou:

Piblisite


Piblisite