Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 21:22 - ପବିତ୍ର ବାଇବଲ (CL) NT (BSI)

22 ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର ଓ ମେଷଶାବକ ସେଥିର ମନ୍ଦିର ସ୍ଵରୂପ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ

22 ମୁଁ ସେହି ନଗରୀ ଭିତରେ କୌଣସି ମନ୍ଦିର ଦେଖିଲି ନାହିଁ। ସର୍ବଶକ୍ତିମାନ୍ ପ୍ରଭୁ ପରମେଶ୍ୱର ଓ ମେଷଶାବକ ହେଉଛନ୍ତି ସେହି ନଗରର ମନ୍ଦିର।

Gade chapit la Kopi




ପ୍ରକାଶିତ 21:22
25 Referans Kwoze  

ସମୟ ଆସୁଛି ଓ ସେ ସମୟ ଆସିଗଲାଣି, ଯେତେବେଳେ ସ୍ୱୟଂ ପବିତ୍ରଆତ୍ମାଙ୍କ ଶକ୍ତିରେ ଲୋକେ ପିତା ଈଶ୍ୱରଙ୍କ ସ୍ପଷ୍ଟ ପରିଚୟ ପାଇବେ। ସେତେବେଳେ ସେମାନେ ତାଙ୍କୁ ଯଥାର୍ଥ ଭାବରେ ଅନ୍ତରାତ୍ମା ସହ ଆରାଧନା କରିବେ। ଏହିପରି ଉପାସନା ସେ ଚାହାଁନ୍ତି।


ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


ତା’ପରେ ମୁଁ ଦେବାରୁ ଗୋଟିଏ କଣ୍ଠସ୍ୱର ଶୁଣିଲି, “ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର! ତୁମର ବିଚାର ଯଥାର୍ଥ ଓ ନ୍ୟାୟସଙ୍ଗତ।”


ତା’ପରେ ସିଂହାସନର ମଧ୍ୟସ୍ଥଳରେ ପୂର୍ବୋକ୍ତ ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଗହଣରେ ଗୋଟିଏ ମେଷଶାବକଙ୍କୁ ଛିଡ଼ା ହୋଇଥିବା ଦେଖିଲି। ମେଷଶାବକଟି ବଧ ହୋଇଥିବା ପରି ମନେ ହେଲେ। ତାହାଙ୍କର ସାତଟି ଶୃଙ୍ଗ ଓ ସାତଟି ଚକ୍ଷୁ ଥିଲା। ସେହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପଠାଯାଇଥିବା ଈଶ୍ୱରଙ୍କ ସପ୍ତ ଆତ୍ମା।


କେବଳ ମାନବରୂପୀ ଖ୍ରୀଷ୍ଟଙ୍କଠାରେ ଐଶ୍ୱରିକ ସ୍ୱଭାବ ପୂର୍ଣ୍ଣମାତ୍ରାରେ ନିହିତ ଅଛି।


ଯୀଶୁ କହିଲେ: “ମୋତେ ବିଶ୍ୱାସ କର; ସମୟ ଆସୁଛି, ଯେତେବେଳେ ଲୋକେ ମୋ’ ପିତା ଈଶ୍ୱରଙ୍କୁ ଏହି ପର୍ବତ ଉପରେ ବା ଯିରୂଶାଲମରେ ଆଉ ଉପାସନା କରିବେ ନାହିଁ।


ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ!


“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର, ତୁମେ ଅତୀତ ଓ ବର୍ତ୍ତମାନ! ଆମେ ତୁମକୁ ଧନ୍ୟବାଦ ଦେଉଛୁ; କାରଣ ତୁମ ମହାଶକ୍ତିରେ ରାଜ୍ୟ ଭାର ଗ୍ରହଣ କରିଛ।


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


କାରଣ ଈଶ୍ୱରଙ୍କର ନିଷ୍ପତ୍ତି ଅନୁଯାୟୀ ପୁତ୍ର ନିଜେ ଈଶ୍ୱରଙ୍କ ପୂର୍ଣ୍ଣ ସ୍ୱଭାବ ଧାରଣ କରିଛନ୍ତି।


ପିତା ଈଶ୍ୱର ଓ ମୁଁ ଏକ।”


ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।


ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।


ଯୀଶୁ କହିଲେ, “ଏବେ ସିନା ଏସବୁ ଦେଖୁଛ। ମୁଁ ତୁମ୍ଭମାନଙ୍କୁ କହୁଛି, ଏ ମନ୍ଦିରର ଗୋଟିଏ ହେଲେ ପଥର ତା’ ସ୍ଥାନରେ ରହିବ ନାହିଁ। ପ୍ରତ୍ୟେକଟି ଭୂମିସାତ୍ ହେବ।”


ସେଥିଯୋଗୁଁ ସେମାନେ ଈଶ୍ୱରଙ୍କ ମନ୍ଦିରରେ ତାଙ୍କ ସିଂହାସନ ସମ୍ମୁଖରେ ଠିଆ ହୋଇ ଦିବାରାତ୍ରି ତାଙ୍କର ଆରାଧନା କରୁଛନ୍ତି। ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କୁ ଆଶ୍ରୟ ଦେବେ।


କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”


ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।


ଅତଏବ ଯଦି ଈଶ୍ୱର ମନୁଷ୍ୟପୁତ୍ର ଦ୍ୱାରା ମହିମାନ୍ୱିତ ହେବେ, ଈଶ୍ୱର ନିଜ ମହିମାରେ ମନୁଷ୍ୟପୁତ୍ରଙ୍କୁ ମହିମାନ୍ୱିତ କରିବେ। ଶୀଘ୍ର ସେ ଏହା କରିବାକୁ ଯାଉଛନ୍ତି।


Swiv nou:

Piblisite


Piblisite