Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 21:14 - ପବିତ୍ର ବାଇବଲ (CL) NT (BSI)

14 ନଗରୀର ଏହି ପ୍ରାଚୀର, ଦ୍ୱାଦଶ ପ୍ରସ୍ତର ଭିତ୍ତିମୂଳ ଉପରେ ନିର୍ମିତ ହୋଇଥିଲା ଏବଂ ସେହି ଦ୍ୱାଦଶ ଭିତ୍ତିମୂଳ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଶିଷ୍ୟଙ୍କର ନାମ ଲେଖା ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେହି ନଗରୀର ପ୍ରାଚୀରର ଦ୍ଵାଦଶ ଭିତ୍ତିମୂଳ, ସେହିସବୁ ଉପରେ ମେଷଶାବକଙ୍କ ଦ୍ଵାଦଶ ପ୍ରେରିତଙ୍କ ଦ୍ଵାଦଶ ନାମ ଲିଖିତ ଅଛି।

Gade chapit la Kopi

ଓଡିଆ ବାଇବେଲ

14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ, ସେହି ସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ ଥିଲା, ସେହିସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି।

Gade chapit la Kopi

ପବିତ୍ର ବାଇବଲ

14 ନଗରୀର କାନ୍ଥସବୁ ବାରଟି ମୂଳଦୁଆ ପଥର ଉପରେ ଥିଲା। ସେହି ପଥର ଉପରେ ମେଷଶାବକଙ୍କର ବାରଜଣ ପ୍ରେରିତଙ୍କର ନାମ ଲେଖାଯାଇଥିଲା।

Gade chapit la Kopi




ପ୍ରକାଶିତ 21:14
14 Referans Kwoze  

ଯେଉଁ ଚିରସ୍ଥାୟୀ ନଗର ଈଶ୍ୱରଙ୍କ ଦ୍ୱାରା ପରିକଳ୍ପିତ ଓ ନିମର୍ତତ ଅବ୍ରାହାମ ସେହି ନଗରର ଅପେକ୍ଷାରେ ଥିଲେ।


ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।


ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।


ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷମାନେ ତୁମ୍ଭମାନଙ୍କୁ ଯାହା କହି ଯାଇଛନ୍ତି, ତାହା ସ୍ମରଣ କର।


ଅତୀତରେ ମାନବ ଜାତିକୁ ଏହି ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ କୁହାଯାଇ ନ ଥିଲା। କିନ୍ତୁ ଈଶ୍ୱର ବର୍ତ୍ତମାନ ତାଙ୍କର ପବିତ୍ର ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କୁ ଆତ୍ମାଙ୍କ ଦ୍ୱାରା ଏହା ପ୍ରକାଶ କରିଛନ୍ତି।


“ସେଥିରେ ମୁଁ ତୁମକୁ କହୁଛି, ତୁମେ ପିତର ଅର୍ଥାତ୍ ପଥର। ଏହି ପଥର ମୂଳଦୁଆ ଉପରେ ମୁଁ ମୋର ଉପାସକ ମୁଣ୍ଡଳୀ ପ୍ରତିଷ୍ଠା କରିବି। ଏପରି କି ମୃତ୍ୟପରି କୌଣସି ଧ୍ୱଂସକାରୀ ଶକ୍ତି ତାକୁ ବିନଷ୍ଟ କରି ପାରିବ ନାହିଁ।


ସେ ହିଁ ମାନବ ଜାତିକୁ ବହୁ ବର ଦାନ କରି ଯାଇଛନ୍ତି। କେତେକଙ୍କୁ ପ୍ରେରିତ ଶିଷ୍ୟ, ଆଉ କେତେକଙ୍କୁ ଭାବବାଦୀ, କେତେକଙ୍କୁ ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକରୂପେ ନିଯୁକ୍ତ କରିଛନ୍ତି।


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


ତା’ପରେ ଦୁଇଜଣଙ୍କ ମଧ୍ୟରୁ ଜଣକୁ ବାଛିବା ନିମନ୍ତେ ଗୁଳିବାଣ୍ଟ ହେଲା। ଗୁଳିବାଣ୍ଟରେ ମଥିୟସ୍ ମନୋନୀତ ହୋଇ ଏଗାର ଜଣ ପ୍ରେରିତ ଶିଷ୍ୟଙ୍କ ଦଳରେ ଅନ୍ତର୍ଭୁକ୍ତ ହେଲେ।


ପ୍ରାଚୀରର ପ୍ରତ୍ୟେକ ପାଶ୍ୱର୍ରେ ତିନୋଟି ଦ୍ୱାର ରହିଥିଲା - ପୂର୍ବରେ ତିନୋଟି, ଦକ୍ଷିଣରେ ତିନୋଟି, ଉତ୍ତରରେ ତିନୋଟି ଓ ପଶ୍ଚିମରେ ତିନୋଟି।


Swiv nou:

Piblisite


Piblisite