Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 20:9 - ପବିତ୍ର ବାଇବଲ (CL) NT (BSI)

9 ସେମାନେ ପୃଥିବୀର ସର୍ବତ୍ର ମାଡ଼ି ଯାଇ ପ୍ରଭୁଭକ୍ତ ସାଧୁମାନଙ୍କର ଶିବିର ସବୁକୁ ଓ ଈଶ୍ୱରଙ୍କ ପ୍ରିୟ ନଗରୀକୁ ଘେରିଯିବେ। ମାତ୍ର ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଧ୍ୱଂସ କରିଦେବ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେମାନେ ପୃଥିବୀର ପ୍ରସ୍ଥରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ଵର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।

Gade chapit la Kopi

ଓଡିଆ ବାଇବେଲ

9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ । ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।

Gade chapit la Kopi

ପବିତ୍ର ବାଇବଲ

9 ଶୟତାନର ସେନାବାହିନୀ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ୱରଙ୍କ ପ୍ରିୟ ନଗରକୁ ଘେରିଗଲେ। କିନ୍ତୁ ସ୍ୱର୍ଗରୁ ଅଗ୍ନି ଆସିଲା ଓ ତା'ର ସେନାବାହିନୀକୁ ବିନାଶ କରିଦେଲା।

Gade chapit la Kopi




ପ୍ରକାଶିତ 20:9
33 Referans Kwoze  

ଯେଉଁମାନେ ଈଶ୍ୱରଙ୍କୁ ଉପେକ୍ଷା କରୁଛନ୍ତି ଓ ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଅଗ୍ରାହ୍ୟ କରୁଛନ୍ତି, ସେହି ଲୋକମାନଙ୍କୁ ଶାସ୍ତି ଦେବା ନିମନ୍ତେ ସେ ସେତେବେଳେ ଜ୍ୱଳନ୍ତ ଅଗ୍ନିଶିଖା ନେଇ ଆସିବେ।


ଦ୍ୱିତୀୟ ପଶୁଟି ମହାଅଲୌକିକ କାର୍ଯ୍ୟସବୁ ସାଧନ କଲା। ସମସ୍ତଙ୍କ ସମ୍ମୁଖରେ ସ୍ୱର୍ଗରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଇଲା


ଯଦି କେହି ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ଶତ୍ରୁକୁ ଧ୍ୱଂସ କରିବ। ଏହିପରି ଯେ କେହି ସେମାନଙ୍କର କ୍ଷତି କରିବାକୁ ବାହାରିବ, ସେ ନିଜେ ବିନଷ୍ଟ ହେବ।


ଯେଉଁ ଦିନ ଲୋଟ ସଦୋମ ପରିତ୍ୟାଗ କଲେ, ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା।


ଏହା ଦେଖି ଯାକୁବ ଓ ଯୋହନ ଏହି ଦୁଇ ଶିଷ୍ୟ କହିଲେ - “ପ୍ରଭୁ, ଏମାନଙ୍କୁ ଧ୍ୱଂସ କରିବା ପାଇଁ ଆକାଶରୁ ଅଗ୍ନି ବୃଷ୍ଟି କରାଇବା - ଏହା ଆପଣ ଚାହାନ୍ତି କି?”


ତେଣୁ ଯିବା ଏବଂ ତାଙ୍କ ସହ ନିନ୍ଦା, ଅପମାନ ସହ୍ୟ କରିବା।


ଯେତେବେଳେ ତୁମ୍ଭେମାନେ ଯିରୂଶାଲମକୁ ସୈନ୍ୟମାନଙ୍କ ଦ୍ୱାରା ପରିବେଷ୍ଟିତ ହେବା ଦେଖିବ, ସେତେବେଳେ ତୁମ୍ଭେମାନେ ଜାଣିବ ଯେ ତାହା ଶୀଘ୍ର ଧ୍ୱଂସ ପାଇବ।


ସମୟ ଆସିବ, ଯେତେବେଳେ ମୋର ଶତ୍ରୁମାନେ ଚାରିପଟେ ବନ୍ଧ ବାନ୍ଧି ତୋତେ ଅବରୋଧ କରିବେ ଓ ଚାରିଆଡ଼ୁ ତୋ’ ଉପରକୁ ମାଡ଼ି ଆସିବେ।


Swiv nou:

Piblisite


Piblisite