Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 20:8 - ପବିତ୍ର ବାଇବଲ (CL) NT (BSI)

8 ଏବଂ ଗୋଗ୍ ଓ ମାଗୋଗ୍ ପରି ପୃଥିବୀର ଚାରିଆଡ଼େ ସମୁଦ୍ରର ବାଲୁକାରାଶି ସଦୃଶ ବିକ୍ଷିପ୍ତ ହୋଇ ରହିଥିବା ଜାତିମାନଙ୍କର ଅଗଣିତ ଜନତାକୁ ଶୟତାନ ପ୍ରବଞ୍ଚନା କରି ଯୁଦ୍ଧ ପାଇଁ ଏକଜୁଟ କରାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍, ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗୋଗ୍ ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।

Gade chapit la Kopi

ଓଡିଆ ବାଇବେଲ

8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍‍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।

Gade chapit la Kopi

ପବିତ୍ର ବାଇବଲ

8 ସେ ପୃଥିବୀର ଗ୍ଭରି କୋଣକୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସେହି ସମୁଦ୍ରର ବାଲି ପରି ଅସଂଖ୍ୟ ଗୋଗ୍ ଓ ମାଗୋ‌ଗ୍‌ଙ୍କୁ ଏକତ୍ର କରି ଯୁଦ୍ଧ କରିବାକୁ ବାହାରିବ।

Gade chapit la Kopi




ପ୍ରକାଶିତ 20:8
17 Referans Kwoze  

ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।


ଏବଂ ଯେଉଁ ଗନ୍ଧକାଗ୍ନି ଜଳୁଥିବା ହ୍ରଦରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ, ପ୍ରତାରକ ଶୟତାନକୁ ମଧ୍ୟ ସେଥିରେ ନିକ୍ଷେପ କରାଯିବ। ସେଠାରେ ସେମାନେ ଦିବାରାତ୍ର ଚିରକାଳ ଦାରୁଣ ଯନ୍ତ୍ରଣା ଭୋଗ କରିବେ।


ଓ ପାତାଳକୁଣ୍ଡରେ ନିକ୍ଷେପ କରି ତାହାର ଦ୍ୱାର ରୁଦ୍ଧ କଲେ ଏବଂ ଦ୍ୱାର ଦେଶକୁ ମୁଦ୍ରିତ କଲେ। ସହସ୍ର ବର୍ଷ ବିତି ନ ଯିବା ଯାଏ ସେ ଆଉ କୌଣସି ଦେଶର ଲୋକମାନଙ୍କୁ ପ୍ରତାରଣା କରିପାରିବ ନାହିଁ। ନିର୍ଦ୍ଦିଷ୍ଟ କାଳ ପୁରିଗଲେ, ତାକୁ କିଛି ସମୟ ପାଇଁ ପୁଣି ଥରେ ମୁକୁଳାଇ ଦିଆଯିବ।


ଅବ୍ରାହାମ ମୃତକଳ୍ପ ହୋଇଥିଲେ ହେଁ ତାଙ୍କଠାରୁ ଆକାଶର ତାରା ଓ ସମୁଦ୍ର ବାଲି ପରି ଅସଂଖ୍ୟ ବଂଶଧର ଜାତ ହେଲେ।


ଏହାପରେ ମୁଁ ଦେଖିଲି, ପୃଥିବୀର ଚାରି କୋଣରେ ଚାରି ଜଣ ସ୍ୱର୍ଗଦୂତ ଠିଆ ହୋଇଛନ୍ତି ଏବଂ ପୃଥିବୀର ଚାରି ଦିଗରୁ ବାୟୁ ପ୍ରବାହକୁ ଅଟକାଇ ରଖିଛନ୍ତି। ଫଳରେ ପୃଥିବୀ, ସମୁଦ୍ର ବା କୌଣସି ବୃକ୍ଷ ଲତା ଉପରେ ଟିକିଏ ହେଲେ ବାୟୁ ପ୍ରବାହିତ ହେଉ ନ ଥିଲା।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


Swiv nou:

Piblisite


Piblisite