Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 20:5 - ପବିତ୍ର ବାଇବଲ (CL) NT (BSI)

5 ସେହି ସହସ୍ର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ମୃତ ବ୍ୟକ୍ତିର ପୁନରୁତ୍ଥାନ ହୋଇପାରି ନ ଥିଲା। ଏହା ପ୍ରଥମ ପୁନରୁତ୍ଥାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।

Gade chapit la Kopi

ଓଡିଆ ବାଇବେଲ

5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ । ଏହା ହିଁ ପ୍ରଥମ ପୁନରୁତ୍ଥାନ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।

Gade chapit la Kopi

ପବିତ୍ର ବାଇବଲ

5 (ଅବଶିଷ୍ଟ ମୃତ ଲୋକମାନେ ଏକହଜାର ବର୍ଷ ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ବଞ୍ଚି ଉଠିଲେ ନାହିଁ।) ଏହା ହିଁ ପ୍ରଥମ ପୁନରୁ‌ତ୍‌‌ଥାନ।

Gade chapit la Kopi




ପ୍ରକାଶିତ 20:5
9 Referans Kwoze  

ଓ ମୃତ୍ୟୁରୁ ପୁନରୁତ୍ôଥତ ହେବାର ଭରସା ଲାଭ କରିବି।


ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ତା’ହେଲେ, ତୁମେ ଆଶୀର୍ବାଦ ପାଇବ, କାରଣ ପ୍ରତିଦାନ ଦେବାକୁ ସେମାନେ ଅକ୍ଷମ। ଧାର୍ମିକ ଲୋକାମନେ ମୃତ୍ୟୁରୁ ଉଠିବା ଦିନ ଈଶ୍ୱର ତୁମକୁ ପ୍ରତିଦାନ ଦେବେ।”


କିନ୍ତୁ ସାଢ଼େ ତିନି ଦିନ ପରେ ଈଶ୍ୱରଙ୍କଠାରୁ ପ୍ରାଣବାୟୁ ଆସି ସେମାନଙ୍କ ଶରୀରରେ ପ୍ରବେଶ କଲା ଏବଂ ସେମାନେ ଉଠି ଠିଆ ହେଲେ। ଯେଉଁମାନେ ଏହି ଘଟଣା ଦେଖିଲେ, ସେମାନେ ଆତଙ୍କିତ ହେଲେ।


କାରଣ ସେମାନେ ପରିତ୍ୟକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ସହିତ ସମଗ୍ର ମାନବ ଜାତିର ବନ୍ଧୁତା ସ୍ଥାପନ ହୋଇଛି। ତାହାହେଲେ, ଯଦି ଈଶ୍ୱର ସମୁଦାୟ ଇହୁଦୀ ଜାତିକୁ ଗ୍ରହଣ କରନ୍ତି, ତାହାର ଫଳ କଅଣ ହେବ? ତା’ ହେବ ମୃତ ବ୍ୟକ୍ତି ସଞ୍ଜୀବିତ ହେବା ସଦୃଶ।


ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ନିର୍ଘୋଷିତ ହେବ, ପ୍ରଧାନ ସ୍ୱର୍ଗଦୂତଙ୍କ କଣ୍ଠସ୍ୱର ଶୁଭିବ, ଈଶ୍ୱରଙ୍କ ତୂରୀ ଧ୍ୱନି ନିନାଦିତ ହେବ ଏବଂ ପ୍ରଭୁ ସ୍ୱର୍ଗରୁ ଅବତରଣ କରିବେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନେ ପ୍ରଥମେ ସଞ୍ଜୀବିତ ହୋଇ ଉତ୍ଥିତ ହେବେ;


Swiv nou:

Piblisite


Piblisite