Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 20:3 - ପବିତ୍ର ବାଇବଲ (CL) NT (BSI)

3 ଓ ପାତାଳକୁଣ୍ଡରେ ନିକ୍ଷେପ କରି ତାହାର ଦ୍ୱାର ରୁଦ୍ଧ କଲେ ଏବଂ ଦ୍ୱାର ଦେଶକୁ ମୁଦ୍ରିତ କଲେ। ସହସ୍ର ବର୍ଷ ବିତି ନ ଯିବା ଯାଏ ସେ ଆଉ କୌଣସି ଦେଶର ଲୋକମାନଙ୍କୁ ପ୍ରତାରଣା କରିପାରିବ ନାହିଁ। ନିର୍ଦ୍ଦିଷ୍ଟ କାଳ ପୁରିଗଲେ, ତାକୁ କିଛି ସମୟ ପାଇଁ ପୁଣି ଥରେ ମୁକୁଳାଇ ଦିଆଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ତାହାକୁ ପାତାଳକୁଣ୍ତରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁସ; ଏହା ପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ।

Gade chapit la Kopi

ଓଡିଆ ବାଇବେଲ

3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ

3 ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ।

Gade chapit la Kopi




ପ୍ରକାଶିତ 20:3
17 Referans Kwoze  

ତାହାପରେ ମୁଁ ଆଉ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସୁଥିବା ଦେଖିଲି। ତାଙ୍କ ହାତରେ ପାତାଳପୁରୀର ଚାବି ଓ ଏକ ଓଜନିଆ ଜଞ୍ଜିର ଥିଲା।


ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ସେମାନେ ଯାଇ କବରଟିର ସୁରକ୍ଷା କରିବା ପାଇଁ ବ୍ୟବସ୍ଥା କଲେ। ତା’ ମୁହଁକୁ ଢ଼ାଙ୍କି ରଖିଥିବା ପଥର ଉପରେ ମୋହର ବସାଇ ଜଗିବା ପାଇଁ ପ୍ରହରୀମାନଙ୍କୁ ରଖିଲେ।


ମୋତେ ଭୟ ଲାଗୁଛି, ସପର ଧୂର୍ତ୍ତତା ଦ୍ୱାରା ହବା ପ୍ରତାରିତ ହେଲା ପରି ତୁମ୍ଭେମାନେ କାଳେ ଖ୍ରୀଷ୍ଟଙ୍କ ପ୍ରତି ତୁମର ପୂର୍ଣ୍ଣ ଓ ସରଳ ବିଶ୍ୱସ୍ତତାରୁ ବିବ୍ୟୁତ ହେବ।


କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।


ପୃଥିବୀର ରାଜାଗଣ ସେହି ବେଶ୍ୟା ସହିତ ବ୍ୟଭିଚାର କରିଛନ୍ତି ଏବଂ ପୃଥିବୀର ଜନସାଧାରଣ ତାହାର ବ୍ୟଭିଚାରରୂପ ସୁରାପାନ କରି ମତୁଆଳ ହୋଇଛନ୍ତି।”


ଏବଂ ପ୍ରଥମ ପଶୁର ଉପସ୍ଥିତିରେ ଏହିପରି ବହୁ ଅଲୌକିକ କର୍ମମାନ କରି ପୃଥ୍ୱୀବାସୀ ସମସ୍ତଙ୍କୁ ପ୍ରତାରଣା କଲା। ଖଡ଼୍ଗାହତ ହୋଇ ଆରୋଗ୍ୟ ଲାଭ କରିଥିବା ପ୍ରଥମ ପଶୁଟିର ସମ୍ମାନାର୍ଥେ ତାହାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଦ୍ୱିତୀୟ ପଶୁଟି ଲୋକମାନଙ୍କୁ ଆଦେଶ ଦେଲା।


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ବାଟରେ ପଡ଼ିଥିବା ବୀଜ ପରି ସେହି ବାର୍ତ୍ତାକୁ କେତେ ଲୋକ ଗ୍ରହଣ କରନ୍ତି। କିନ୍ତୁ ସେମାନେ ଶୁଣିବା ମାତ୍ରେ ଶୟତାନ ତାହା ହରଣ କରିନିଏ।


ସେମାନଙ୍କୁ ପାତାଳକୁ ନ ପଠାଇବା ପାଇଁ ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ।


Swiv nou:

Piblisite


Piblisite