Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 20:13 - ପବିତ୍ର ବାଇବଲ (CL) NT (BSI)

13 ସେହି ସମୟରେ ସମୁଦ୍ର ଗର୍ଭରେ ମୃତ ହୋଇଥିବା ବ୍ୟକ୍ତିମାନେ ଉଠି ଆସିଲେ। ମୃତ୍ୟୁପୁରୀରେ ଥିବା ମୃତ ବ୍ୟକ୍ତିମାନେ ମଧ୍ୟ ବାହାରି ଆସିଲେ। ସେମାନେ ସମସ୍ତେ ନିଜ ନିଜର କ୍ରିୟାକର୍ମ ଅନୁଯାୟୀ ବିଚାରିତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।

Gade chapit la Kopi

ଓଡିଆ ବାଇବେଲ

13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।

Gade chapit la Kopi

ପବିତ୍ର ବାଇବଲ

13 ସମୁଦ୍ର ଭିତରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସେମାନଙ୍କୁ ଦେଇଦେଲା। ମୃତ୍ୟୁ ଓ ପାତାଳ ନିଜ ପାଖରେ ଥିବା ମୃତ ଲୋକମାନଙ୍କୁ ଦେଇଦେଲା, ପ୍ରତ୍ୟେକ ଲୋକକୁ ତା'ର କର୍ମଗୁଡ଼ିକ ଅନୁସାରେ ବିଗ୍ଭର କରାଗଲା।

Gade chapit la Kopi




ପ୍ରକାଶିତ 20:13
13 Referans Kwoze  

ମୁଁ ଦେଖିଲି, ଗୋଟିଏ ପାଣ୍ଡୁର ବର୍ଣ୍ଣ ଅଶ୍ୱ। ତା’ ଆରୋହୀଙ୍କ ନାମ ମୃତ୍ୟୁ; ପ୍ରେତପୁରୀ ତା’ର ଅନୁଗମନ କରୁଥିଲା। ଯୁଦ୍ଧ, ଦୁର୍ଭିକ୍ଷ, ରୋଗ, ବ୍ୟାଧି ଓ ବନ୍ୟଜନ୍ତୁମାନଙ୍କ ଉପଦ୍ରବ ଦ୍ୱାରା ପୃଥିବୀର ଏକ ଚତୁର୍ଥାଂଶ ଅଧିବାସୀଙ୍କୁ ବିନଷ୍ଟ କରିବା ପାଇଁ ସେମାନଙ୍କୁ କ୍ଷମତା ପ୍ରଦତ୍ତ ହେଲା।


ତାହାପରେ ମୃତ୍ୟୁ ଓ ମୃତ୍ୟୁପୁରୀକୁ ସେହି ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା। (ଏହି ଅଗ୍ନିମୟ ହ୍ରଦ ହେଉଛି, ଦ୍ୱିତୀୟ ମୃତ୍ୟୁ।)


ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।


ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


“ଆଉ କପର୍ନାହୁମ! ତୁମର କି ଦିଶା ହେବ! ତୁମେ କ’ଣ ନିଜକୁ ସ୍ୱର୍ଗଆଡ଼କୁ ଉଡାଇବା ପାଇଁ ଚେଷ୍ଟା କରିଛ? ତୁମେ ନରକରେ ନିକ୍ଷିପ୍ତ ହେବ। ତୁମ ମଧ୍ୟରେ ଯେଯଉଁ ଅଲୌକିକ କାର୍ଯ୍ୟ କରାଯାଉଛି, ତାହା ଯଦି ସଦୋମରେ କରାଯାଇଥାନ୍ତା।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ଶେଷରେ ଅନ୍ତିମ ଶତ୍ରୁ ମୃତ୍ୟୁ ମଧ୍ୟ ପରାଜିତ ହେବ।


ତାହାର ଅନୁଗାମୀମାନଙ୍କୁ ମଧ୍ୟ ହତ୍ୟା କରିବି। ତା’ହେଲେ, ମଣ୍ଡଳୀମାନେ ସମସ୍ତେ ଜାଣିପାରିବେ ଯେ; ମୁଁ ଅନ୍ତର୍ଯ୍ୟାମୀ, ମନୁଷ୍ୟର ସକଳ ଚିନ୍ତା ଓ କାମନା ମୁଁ ଜାଣିପାରେ। ତୁମେ ପ୍ରତ୍ୟେକେ ଯାହା କରିଅଛ, ସେହି ଅନୁସାରେ ମୁଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବି।


ସେ ସେମାନଙ୍କ ଚକ୍ଷୁର ଲୋତକ ସବୁ ପୋଛି ଦେବେ। ମୃତ୍ୟୁ, ଶୋକ, କ୍ରନ୍ଦନ କିଅବା ବ୍ୟଥା, ଆଉ କିଛି ରହିବ ନାହିଁ। ସମସ୍ତ ପୁରାତନ ବିଷୟ ଲୋପ ପାଇଛି।”


Swiv nou:

Piblisite


Piblisite