Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:5 - ପବିତ୍ର ବାଇବଲ (CL) NT (BSI)

5 ତୁମର କେଡ଼େ ଅଧୋଗତି ହୋଇଛି, ଚିନ୍ତା କର। ପାପରୁ ଫେରି ପୂର୍ବ ପରି ସତ୍କର୍ମ କର। ଯଦି ପାପରୁ ଫେରି ନ ଆସ, ତେବେ ମୁଁ ତୁମର ପ୍ରଦୀପକୁ ସ୍ଥାନାନ୍ତରିତ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ଵସ୍ଥାନରୁ ଘୁଞ୍ଚାଇଦେବୁ।

Gade chapit la Kopi

ଓଡିଆ ବାଇବେଲ

5 ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନ-ପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନ-ପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ।

Gade chapit la Kopi

ପବିତ୍ର ବାଇବଲ

5 ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହୋଇଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ଯ୍ୟଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତେବେ ମୁଁ ଆସି ତୁମ୍ଭର ଦୀପରୂଖାକୁ ତା'ର ସ୍ଥାନରୁ ଅଲଗା କରିଦେବି।

Gade chapit la Kopi




ପ୍ରକାଶିତ 2:5
34 Referans Kwoze  

ମୁଁ ଯେଉଁମାନଙ୍କୁ ପ୍ରେମ କରେ, ସେମାନଙ୍କୁ ତିରସ୍କାର କରେ ଓ ଶାସ୍ତି ଦିଏ। ତେଣୁ ଆନ୍ତରିକତା ସହିତ ପାପ ପଥରୁ ଫେରି ଆସ।


ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।


ତୁମର କାର୍ଯ୍ୟକଳାପ, ତୁମ ପ୍ରେମ, ବିଶ୍ୱସ୍ତତା, ତୁମ ସେବାକାର୍ଯ୍ୟ ଓ ଧୈର୍ଯ୍ୟ ମୁଁ ଜାଣେ! ମୁଁ ମଧ୍ୟ ଜାଣେ ଯେ, ତୁମେ ପୂର୍ବେ ଯାହା କରୁଥିଲ, ବର୍ତ୍ତମାନ ତାହାଠାରୁ ଅଧିକ କରୁଛ।


ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।


ସେ ଭାବବାଦୀ ଏଲିୟଙ୍କ ପରି ବଳିଷ୍ଠ ଓ ଶକ୍ତିଶାଳୀ ହୋଇ ପ୍ରଭୁଙ୍କ ଅଗ୍ରଦୂତ ହେବେ। ସେ ପିତା ଓ ସନ୍ତାନମାନଙ୍କୁ ପୁନର୍ମିଳିତ କରାଇବେ, ଅବାଧ୍ୟ ଲୋକମାନଙ୍କୁ ଧାର୍ମିକମାନଙ୍କ ଚିନ୍ତାଧାରା ଆଡ଼କୁ ଫେରାଇ ଆଣିବେ ଏବଂ ପ୍ରଭୁଙ୍କ ପାଇଁ ତାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”


ଯୀଶୁ ପଚାରିଲେ, “କହିଲ ଦେଖି, ଏହା ପରେ ସେହି ଦ୍ରାକ୍ଷାକ୍ଷେତର ମାଲିକ କ’ଣ କରିଥିବେ? ସେ ଆସି ନିଶ୍ଚୟ ସେହି ଚାଷୀମାନଙ୍କୁ ଜୀବନରେ ମାରି ପକାଇ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ଦେଇଥିବେ।


ତୁମର କାର୍ଯ୍ୟକଳାପ, କଠିନ ପରିଶ୍ରମ ଓ ଧୈର୍ଯ୍ୟ ବିଷୟ ମୁଁ ଜାଣେ। ମୁଁ ମଧ୍ୟ ଜାଣେ ଯେ, ତୁମେ ଦୁଷ୍କର୍ମମାନଙ୍କୁ ସହ୍ୟ କରିପାର ନାହିଁ। ଯେଉଁମାନେ ପ୍ରେରିତ ଶିଷ୍ୟ ବୋଲି ନିଜର ପରିଚୟ ଦିଅନ୍ତି, ଅଥଚ ପ୍ରକୃତରେ ଶିଷ୍ୟ ନୁହଁନ୍ତି, ପରୀକ୍ଷା କରି ସେମାନଙ୍କୁ ମିଥ୍ୟାବାଦୀ ବୋଲି ତୁମେ ପ୍ରମାଣିତ କରିଛ।


ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ତୁମ ଅତୀତ କଥା ସ୍ମରଣ କର। ଈଶ୍ୱରଙ୍କ ଆଲୋକ ତୁମ୍ଭମାନଙ୍କୁ ଉଦ୍ଭାସିତ କରିବା ପରେ ତୁମ୍ଭେମାନେ ନାନାଦି ଦୁଃଖ କ୍ଳେଶ ଭୋଗ କଲ, କିନ୍ତୁ ପରାଜିତ ହୋଇ ନ ଥିଲ।


ଏଥିରେ ସେମାନେ ଉତ୍ତ୍ୟକ୍ତ ହୋଇ ଈଶ୍ୱରଙ୍କୁ ଅଭିଶାପ ଦେଲେ; କିନ୍ତୁ ମନ ପରିବର୍ତ୍ତନ କରି ତାଙ୍କର ମହିମା ସ୍ୱୀକାର କଲେ ନାହିଁ।


ତୁମେ ସମଗ୍ର ଜଗତର ଆଲୋକ ସ୍ୱରୂପ। ଯେଉଁ ନଗରୀଟି ପର୍ବତ ଉପରେ ନିର୍ମିତ, ତାହା କେବେ ଲୁକ୍କାୟିତ ହୋଇ ରହିପାରେ ନାହିଁ।


ଦୀପଟିଏ ଜାଳି କେହି ପାତ୍ର ତଳେ ଢ଼ାଙ୍କି ରଖେ ନାହିଁ। - ତାକୁ ଦୀପରୁଖା ଉପରେ ରଖେ ଏବଂ ତାହା ଘରେ ଥିବା ସମସ୍ତଙ୍କୁ ଆଲୋକ ଦିଏ।


ତାହାହେଲେ, ଏହି ଦୁର୍ନୀତିଗ୍ରସ୍ତ ଓ ପାପପୂର୍ଣ୍ଣ ଜଗତରେ ତୁମ୍ଭେମାନେ ଈଶ୍ୱରଙ୍କର ପବିତ୍ର ସନ୍ତାନସନ୍ତତି ପରି ନିର୍ଦ୍ଦୋଷ ଓ ଅମାୟିକ ଜୀବନ ଯାପନ କରିପାରିବ।


କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ଏହିସବୁ ପୂର୍ବରୁ ଗାଣିଛ। ତେଣୁ ସାବଧାନ, ଯେପରି ଉତ୍ସୃଙ୍ଖଳ ବ୍ୟକ୍ତିମାନଙ୍କର ଭ୍ରାନ୍ତ ଶିକ୍ଷାରେ ଚାଳିତ ହୋଇ ତୁମ ଦୃଢ଼ ବିଶ୍ୱାସରୁ ବିଚ୍ୟୁତ ନ ହୁଅ।


Swiv nou:

Piblisite


Piblisite