Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:25 - ପବିତ୍ର ବାଇବଲ (CL) NT (BSI)

25 ମାତ୍ର ମୁଁ ନ ଆସିବା ପର୍ଯ୍ୟନ୍ତ ତୁମର ଯାହା ରହିଛି, ତାହା ଦୃଢ଼ଭାବେ ଧରି ରଖ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ ରୂପେ ଧରି ରଖ।

Gade chapit la Kopi

ଓଡିଆ ବାଇବେଲ

25 କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖ।

Gade chapit la Kopi

ପବିତ୍ର ବାଇବଲ

25 ମୁଁ ଆସିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ।

Gade chapit la Kopi




ପ୍ରକାଶିତ 2:25
16 Referans Kwoze  

ମୁଁ ଶୀଘ୍ର ଆସୁଅଛି, ତୁମର ଯାହା ଅଛି, ତାହା ସୁରକ୍ଷା କର, ଯେପରି କେହି ତୁମ ନିକଟରୁ, ତୁମ ବିଜୟ ପୁରସ୍କାର ଅପହରଣ ନ କରେ।


ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”


ତୁମକୁ ଯେଉଁ ଶିକ୍ଷା ଦିଆଯାଇଥିଲା ଏବଂ ତୁମେ ଯାହା ଶୁଣିଥିଲ, ତାହା ସ୍ମରଣ କରି ପାଳନ କର ଓ ତୁମ ପାପରୁ ଫେର। ଜାଗ୍ରତ ନ ହେଲେ, ମୁଁ ଚୋର ପରି ଅତର୍କିତ ଭାବରେ ତୁମ ନିକଟକୁ ଆସିବି। କେଉଁ ସମୟରେ ଆସିବି, ତାହା ତୁମେ ଜାଣି ପାରିବ ନାହିଁ।


ଯେଉଁ ଭରସା ଆମ୍ଭମାନଙ୍କର ଅଛି ବୋଲି ସ୍ୱୀକାର କରୁଛୁ, ସେଥିରେ ଆମେ ଦୃଢ଼ ରହିବା ଉଚିତ, କାରଣ ଆମେ ଈଶ୍ୱରଙ୍କ ପ୍ରତିଶ୍ରୁତି ଉପରେ ଆସ୍ଥା ରଖିପାରୁ।


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


ସମସ୍ତ ବିଷୟ ପରୀକ୍ଷା କରି ଦେଖ; ଯାହା ସବୁ ସତ୍, ତାହାକୁ ଗ୍ରହଣ କର;


ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।


ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।


ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ, ଫେରିଆସି ତୁମ୍ଭମାନଙ୍କୁ ମୋ’ ନିକଟକୁ ନେଇଯିବି। ତା’ହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ।


କିନ୍ତୁ ପ୍ରଭୁଙ୍କର ଦିନ ଚୋର ପରି ଆସିବ। ସେହି ଦିନ ଏକ ତୀବ୍ର ଧ୍ୱନି ଭିତରେ ଆକାଶମଣ୍ଡଳ ବିଲୁପ୍ତ ହେବ। ଆକାଶର ଗ୍ରହ ନକ୍ଷତ୍ରାଦି ପୋଡ଼ି ଜଳି ଧ୍ୱସ ପାଇବେ। ପୃଥିବୀ ତା'ର ସମସ୍ତ ବସ୍ତୁ ସହ ବିଲୀନ ହେବ।


ଏଥିରୁ ଏହା ଜଣାପଡ଼ୁଛି ଯେ, ତୁମ୍ଭେମାନେ ଯେତେ ଥର ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ବାର୍ତ୍ତା ଘୋଷଣା କରିଥାଅ।


ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ।


ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ଲୋକ ଆତ୍ମାଙ୍କ ଶକ୍ତିରେ ପୂର୍ଣ୍ଣ ହୋଇ ସମଗ୍ର ପୃଥିବୀରେ ଏକ ଭୟଙ୍କର ଦୁର୍ଭିକ୍ଷ ହେବ ବୋଲି ଭବିଷ୍ୟ ବାଣୀ ଶୁଣାଇଲେ। (ସମ୍ରାଟ କ୍ଳଡିୟସ୍‌ଙ୍କ ସମୟରେ ଏହା ଘଟିଥିଲା।)


Swiv nou:

Piblisite


Piblisite