Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:23 - ପବିତ୍ର ବାଇବଲ (CL) NT (BSI)

23 ତାହାର ଅନୁଗାମୀମାନଙ୍କୁ ମଧ୍ୟ ହତ୍ୟା କରିବି। ତା’ହେଲେ, ମଣ୍ଡଳୀମାନେ ସମସ୍ତେ ଜାଣିପାରିବେ ଯେ; ମୁଁ ଅନ୍ତର୍ଯ୍ୟାମୀ, ମନୁଷ୍ୟର ସକଳ ଚିନ୍ତା ଓ କାମନା ମୁଁ ଜାଣିପାରେ। ତୁମେ ପ୍ରତ୍ୟେକେ ଯାହା କରିଅଛ, ସେହି ଅନୁସାରେ ମୁଁ ତୁମ୍ଭମାନଙ୍କୁ ପ୍ରତିଫଳ ଦେବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ପୁଣି, ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ଵାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା, ଏହା ମଣ୍ତଳୀଗଣ ଜାଣିବେ।

Gade chapit la Kopi

ଓଡିଆ ବାଇବେଲ

23 ପୁଣି, ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ । ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସରେ ଫଳଦାତା, ଏହା ମଣ୍ଡଳୀଗଣ ଜାଣିବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ପୁଣି, ଆମ୍ଭେ ତାହାର ଅନୁଗମନକାରୀମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା, ଏହା ମଣ୍ଡଳୀଗଣ ଜାଣିବେ।

Gade chapit la Kopi

ପବିତ୍ର ବାଇବଲ

23 ମୁଁ ତା'ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।

Gade chapit la Kopi




ପ୍ରକାଶିତ 2:23
39 Referans Kwoze  

ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ଈଶ୍ୱର ତା’ ବୁଝିପାରନ୍ତି, କାରଣ ସେ ଅନ୍ତର୍ଯ୍ୟାମୀ ଓ ପବିତ୍ରଆତ୍ମା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଲୋକମାନଙ୍କ ପାଇଁ ଅନୁନୟ କରୁଥାଆନ୍ତି।


ପୁଣି ପ୍ରାର୍ଥନା କଲେ, “ପ୍ରଭୁ, ତୁମେ ପ୍ରତ୍ୟେକର ଚିନ୍ତା ଜାଣ। ଯିହୁଦା ଯେଉଁ ସ୍ଥାନରେ ରହିବା ଉପଯୁକ୍ତ, ସେଠାକୁ ଚାଲିଯିବା ପରେ, ତାହା ସ୍ଥାନରେ ତୁମ ଦ୍ୱାରା ମନୋନୀତ ଏହି ଦୁଇଜଣଙ୍କ ମଧ୍ୟରୁ କିଏ


ଈଶ୍ୱର ପ୍ରତ୍ୟେକର କାର୍ଯ୍ୟାକଳାପ ଅନୁସାରେ ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି। ତୁମ୍ଭେମାନେ ତାଙ୍କ ନକଟରେ ପ୍ରାର୍ଥନା କଲାବେଳେ ତାଙ୍କୁ ପିତା ବୋଲି ସମ୍ବୋଧନ କରିଥାଅ। ଅତଏବ, ଏହି ଜଗତରେ ତୁମ୍ଭମାନଙ୍କ ଜୀବନର ଅବଶିଷ୍ଟ ସମୟ ତାଙ୍କୁ ଭୟଭକ୍ତି କରି ଅତିବାହିତ କର।


ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।


ଈଶ୍ୱରଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେୁଁ; ସମୁଦାୟ ସୃଷ୍ଟିରେ ସମୟ ବଷୟ ତାହାଙ୍କ ସର୍ବଦର୍ଶୀ ଚକ୍ଷୁ ସମ୍ମୁଖରେ ଅନାଚ୍ଛାଦିତ ଓ ଉନ୍ମୁକ୍ତ। ସେହି ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ ହିସାବ ଦେବାକୁ ପଡ଼ିବ।


କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ଦ୍ୱିତୀୟ ମୃତ୍ୟୁ ସେମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ଆମ ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ନିକଟରେ ନିଜ ନିଜର ହିସାବ ଦେବାକୁ ପଡ଼ିବ।


ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।


ମୁଁ ଦେଖିଲି, ଗୋଟିଏ ପାଣ୍ଡୁର ବର୍ଣ୍ଣ ଅଶ୍ୱ। ତା’ ଆରୋହୀଙ୍କ ନାମ ମୃତ୍ୟୁ; ପ୍ରେତପୁରୀ ତା’ର ଅନୁଗମନ କରୁଥିଲା। ଯୁଦ୍ଧ, ଦୁର୍ଭିକ୍ଷ, ରୋଗ, ବ୍ୟାଧି ଓ ବନ୍ୟଜନ୍ତୁମାନଙ୍କ ଉପଦ୍ରବ ଦ୍ୱାରା ପୃଥିବୀର ଏକ ଚତୁର୍ଥାଂଶ ଅଧିବାସୀଙ୍କୁ ବିନଷ୍ଟ କରିବା ପାଇଁ ସେମାନଙ୍କୁ କ୍ଷମତା ପ୍ରଦତ୍ତ ହେଲା।


କାରଣ ପ୍ରତ୍ୟେକଙ୍କୁ ନିଜ ନିଜର ଭାର ବହନ କରିବାକୁ ପଡ଼ିବ।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ଧାର୍ମିକ ବୋଲି ଦେଖାଇ ଥାଅ, କିନ୍ତୁ ଈଶ୍ୱର ତୁମ ହୃଦୟ ଜାଣନ୍ତି। କାରଣ ଯେଉଁ ବିଷୟଗୁଡ଼ିକ ମନୁଷ୍ୟ ଦୃଷ୍ଟିରେ ବହୁମୂଲ୍ୟ, ଈଶ୍ୱରଙ୍କ ଦୃଷ୍ଟିରେ ସେଗୁଡ଼ିକ ମୂଲ୍ୟହୀନ।


ସେହି ସମୟରେ ସମୁଦ୍ର ଗର୍ଭରେ ମୃତ ହୋଇଥିବା ବ୍ୟକ୍ତିମାନେ ଉଠି ଆସିଲେ। ମୃତ୍ୟୁପୁରୀରେ ଥିବା ମୃତ ବ୍ୟକ୍ତିମାନେ ମଧ୍ୟ ବାହାରି ଆସିଲେ। ସେମାନେ ସମସ୍ତେ ନିଜ ନିଜର କ୍ରିୟାକର୍ମ ଅନୁଯାୟୀ ବିଚାରିତ ହେଲେ।


ଯୀଶୁ କହୁଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଅଛି! ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟ ଅନୁସାରେ ଫଳ ଦେବା ପାଇଁ ମୁଁ ପୁରସ୍କାର ନେଇ ଆସିବି।


ଯୀଶୁ ତାକୁ କହିଲେ: “ଯାଅ, ତୁମ ସ୍ୱାମୀଙ୍କୁ ଡାକି ଆଣ।”


Swiv nou:

Piblisite


Piblisite