Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:17 - ପବିତ୍ର ବାଇବଲ (CL) NT (BSI)

17 “ଯେଉଁମାନଙ୍କର ଶୁଣିବା ପାଇଁ କାନ ଅଛି, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଅଛନ୍ତି, ତାହା ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଗଚ୍ଛିତ ରଖାଯାଇଥିବା ମାନ୍ନାରୁ କିଛି ଦେବି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନୂତନ ନାମ ଲେଖା ହୋଇଥିବା ଗୋଟିଏ ଶ୍ୱେତ ପ୍ରସ୍ତର ପ୍ରଦାନ କରିବି। ସେହି ନୂତନ ନାମ କଅଣ, ପ୍ରସ୍ତର ଗ୍ରହଣକାରୀ ବ୍ୟତୀତ ଅନ୍ୟ କେହି ତାହା ଜାଣି ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ମଣ୍ତଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ମାନ୍ନା ଦେବୁ, ପୁଣି ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ, ଲିଖିତ ଏକ ଶ୍ଵେତ ପ୍ରସ୍ତର ତାହାକୁ ଦେବୁ।

Gade chapit la Kopi

ଓଡିଆ ବାଇବେଲ

17 ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ମାନ୍ନା ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ(ଧଳା) ପ୍ରସ୍ତର ତାହାକୁ ଦେବୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ସ୍ବର୍ଗୀୟ ଭୋଜନ ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ତାହାକୁ ଦେବୁ।”

Gade chapit la Kopi

ପବିତ୍ର ବାଇବଲ

17 “ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। “ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।”

Gade chapit la Kopi




ପ୍ରକାଶିତ 2:17
24 Referans Kwoze  

“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଛନ୍ତି, ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ଦ୍ୱିତୀୟ ମୃତ୍ୟୁ ସେମାନଙ୍କୁ ସ୍ପର୍ଶ କରି ପାରିବ ନାହିଁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ସେହି ଲକ୍ଷେ ଚଉରାଳିଶ ହଜାର ଜଣ ସ୍ୱର୍ଗ-ସିଂହାସନ, ଚାରୋଟି ପ୍ରାଣୀ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାଗଣଙ୍କ ସମ୍ମୁଖରେ ଠିଆହେଲେ। ସେମାନେ ନୂତନ ଗୀତ ଗାୟନ କରୁଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ସେହି ଗୀତ ଗାଇପାରୁ ନ ଥିଲା। ସମଗ୍ର ମାନବ ଜାତି ମଧ୍ୟରୁ କେବଳ ସେହିମାନେ ପରିତ୍ରାଣ ପାଇଥିଲେ।


“ଶୁଣିବାକୁ ଶକ୍ତି ଥିଲେ, ଈଶ୍ୱରଙ୍କ ଆତ୍ମା ମଣ୍ଡଳୀମାନଙ୍କୁ କ’ଣ କହୁଛନ୍ତି, ଶୁଣ।”


“ଶୁଣିବାକୁ କାନ ଥିଲେ, ମଣ୍ଡଳୀମାନଙ୍କୁ ପବିତ୍ରାତ୍ମା କଅଣ କହୁଛନ୍ତି, ମନ ଦେଇ ଶୁଣ।”


କାରଣ ତୁମେ ମୃତ୍ୟୁ ବରଣ କରିଅଛ ଓ ଖ୍ରୀଷ୍ଟଙ୍କ ସହିତ ତୁମ ଜୀବନ ଈଶ୍ୱରଙ୍କଠାରେ ସଂଗୁପ୍ତ ରହିଛି।


କିନ୍ତୁ ଯେ ଆଧ୍ୟାତ୍ମିକମନା ନୁହେଁ, ସେ ପରମାତ୍ମାଙ୍କ ଦାନଗୁଡ଼ିକ ଗ୍ରହଣ କରିବାକୁ ଅକ୍ଷମ। ସେ ପ୍ରକୃତରେ ଏହି ଦାନଗୁଡ଼ିକୁ ବୁଝିପାରେ ନାହିଁ। ସେସବୁ ତା’ ପାଇଁ ନିର୍ବୋଧତା; କାରଣ କେବଳ ଆଧ୍ୟାତ୍ମିକ ଭିତ୍ତିରେ ସେଗୁଡ଼କର ମୂଲ୍ୟାୟନ କରାଯାଇପାରେ।


ଯୀଶୁ ଉତ୍ତର ଦେଲେ, “ସ୍ୱର୍ଗରାଜ୍ୟର ରହସ୍ୟ ବୁଛିବା ପାଇଁ ତୁମ୍ଭେମାନେ ଜ୍ଞାନ ପାଇଛ-ସେମାନେ ପାଇ ନାହାନ୍ତି।


କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୋ’ ପାଖରେ ଯେଉଁ ଖାଦ୍ୟ ଅଛି, ତାହା ବିଷୟରେ ତୁମ୍ଭେମାନେ କିଛି ଜାଣ ନାହିଁ।”


ତାଙ୍କ ପୋଷାକ ଉପରେ ଓ ଉରୁଦେଶରେ ଲେଖା ହୋଇଥିଲା, “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”


Swiv nou:

Piblisite


Piblisite