Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:16 - ପବିତ୍ର ବାଇବଲ (CL) NT (BSI)

16 ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏଣୁ ମନ ପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ଵମୁଖନିଃସୃତ ଖଡ଼୍‍ଗ ଦ୍ଵାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।

Gade chapit la Kopi

ଓଡିଆ ବାଇବେଲ

16 ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଣୁ ମନ-ପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।

Gade chapit la Kopi

ପବିତ୍ର ବାଇବଲ

16 ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖ‌‌ଡ଼୍‌ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।

Gade chapit la Kopi




ପ୍ରକାଶିତ 2:16
15 Referans Kwoze  

ତା’ପରେ ସେହି ପାପାତ୍ମା ଆବିର୍ଭୂତ ହେବ; କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଆସିବେ, ସେ ତାଙ୍କ ମୁଖରେ ନିଶ୍ୱାସରେ ତାକୁ ସଂହାର କରିବେ, ପୁଣି ତାଙ୍କର ଜାଜ୍ୱଲ୍ୟମାନ ଉପସ୍ଥିତିରେ ସେ ଧ୍ୱଂସ ପାଇବ।


ସେ ତାଙ୍କ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧରିଥିଲେ ଏବଂ ଗୋଟିଏ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ତାଙ୍କ ମୁଖରୁ ନିଷ୍କାସିତ ହେଲା। ତାଙ୍କର ମୁଖ ମଧ୍ୟାହ୍ନର ସୂର୍ଯ୍ୟ ପରି ତେଜୋମୟ ଥିଲା।


ତୁମର କେଡ଼େ ଅଧୋଗତି ହୋଇଛି, ଚିନ୍ତା କର। ପାପରୁ ଫେରି ପୂର୍ବ ପରି ସତ୍କର୍ମ କର। ଯଦି ପାପରୁ ଫେରି ନ ଆସ, ତେବେ ମୁଁ ତୁମର ପ୍ରଦୀପକୁ ସ୍ଥାନାନ୍ତରିତ କରିବି।


ପରିତ୍ରାଣରୂପୀ ଶିରସ୍ତ୍ରାଣ ଓ ପବିତ୍ରଆତ୍ମାଦତ୍ତ ଈଶ୍ୱରଙ୍କ ବାକ୍ୟରୂପ ଖଡ଼୍ଗ ଧାରଣ କର।


ପୁଣି ସେମାନଙ୍କର ସୈନ୍ୟବାହିନୀ ଅଶ୍ୱାରୋହୀ ମୁଖନିସୃତ ଖଡ଼୍ଗ ଦ୍ୱାରା ନିହତ ହେଲେ; ଆକାଶର ପକ୍ଷୀମାନେ ମନଇଚ୍ଛା ସେମାନଙ୍କର ମାଂସ ଖାଇଗଲେ।


ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।


“ପର୍ଗାମମ୍ ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯାହାଙ୍କ ନିକଟରେ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ଅଛି, ତାଙ୍କର ଏହି ବାର୍ତ୍ତା।


ମୁଁ ଯେଉଁମାନଙ୍କୁ ପ୍ରେମ କରେ, ସେମାନଙ୍କୁ ତିରସ୍କାର କରେ ଓ ଶାସ୍ତି ଦିଏ। ତେଣୁ ଆନ୍ତରିକତା ସହିତ ପାପ ପଥରୁ ଫେରି ଆସ।


ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”


ଏଥିରେ ସେମାନେ ଉତ୍ତ୍ୟକ୍ତ ହୋଇ ଈଶ୍ୱରଙ୍କୁ ଅଭିଶାପ ଦେଲେ; କିନ୍ତୁ ମନ ପରିବର୍ତ୍ତନ କରି ତାଙ୍କର ମହିମା ସ୍ୱୀକାର କଲେ ନାହିଁ।


ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!


Swiv nou:

Piblisite


Piblisite