Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:14 - ପବିତ୍ର ବାଇବଲ (CL) NT (BSI)

14 କିନ୍ତୁ ତୁମ ବିରୁଦ୍ଧରେ ମୋର କେତେକ ବିଷୟ କହିବାର ଅଛି। ସେଠାରେ ତୁମ ସଙ୍ଗରେ ଥିବା କେତେକେ, ବାଲାମର ଶିକ୍ଷାରେ ପରିଚାଳିତ ହେଉଛନ୍ତି। ବାଲାମ ଦେବପ୍ରସାଦ ଭୋଜନ ଓ ଲମ୍ପଟାଚରଣ କରିବା ପାଇଁ ଇଶ୍ରାଏଲୀୟମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ବାଲାକକୁ ଶିକ୍ଷା ଦେଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କିଛି କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ଵୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

14 କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ (ଭୋଗ) ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ୱୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ବୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

14 “ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।

Gade chapit la Kopi




ପ୍ରକାଶିତ 2:14
30 Referans Kwoze  

ସେମାନେ ସରଳ ପଥ ପରିତ୍ୟାଗ କରି ବିପଥଗାମୀ ହୋଇ ଅଛନ୍ତି। ବିଓରର ପୁତ୍ର ବାଲାମର ପଥ ସେମାନେ ଅନୁସରଣ କରିଛନ୍ତି। ସେ ଅନ୍ୟାୟ କାର୍ଯ୍ୟ କରି ଅର୍ଥ ଲାଭ କରିବାକୁ ଲାଳାୟିତ ହେବାରୁ,


କିନ୍ତୁ ତୁମ ବିରୁଦ୍ଧରେ ମୋର କେବଳ ଏତିକି କହିବାର ଅଛି, ଈଶ୍ୱରଙ୍କର ବାର୍ତ୍ତାବହ ରୂପେ ନିଜର ପରିଚୟ ଦେଉଥିବା ଯେଜେବଲ ନାମ୍ନୀ ସ୍ତ୍ରୀଙ୍କୁ ତୁମେ ପ୍ରଶ୍ରୟ ଦେଇଛ। ସେ ମୋର ଦାସମାନଙ୍କୁ ଲମ୍ପଟାଚରଣ କରିବାକୁ ଓ ଦେବଦେବୀମାନଙ୍କ ନିକଟରେ ଉତ୍ସର୍ଗିତ ହୋଇଥିବା ଖାଦ୍ୟ ପଦାର୍ଥ ଭୋଜନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ବିପଥଗାମୀ କରାଉଛି।


ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।


ସେହି କେତୋଟି ନିୟମ ହେଲା: ପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା କୌଣସି ଖାଦ୍ୟ ଭୋଜନ କରିବ ନାହିଁ, ରକ୍ତ ପାନ କରିବ ନାହିଁ, ଗଳା ଚିପାଯାଇ ମରା ଯାଇଥିବା କୌଣସି ଜୀବର ମାଂସ ଭୋଜନ କରିବ ନାହିଁ ଏବଂ ଯୌନ ପାପରୁ ନିବୃତ୍ତ ହେବ। ଏହି ସବୁ କାର୍ଯ୍ୟ ନ କରିବା ପାଇଁ ସତର୍କ ରହିଲେ, ତୁମର ମଙ୍ଗଳ ହେବ। ଆମର ଶୁଭେଚ୍ଛା ଗ୍ରହଣ କର।”


ବିବାହ ସମସ୍ତଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ହେଉ, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ। ଈଶ୍ୱର କାମକୁ ଓ ପାରଦାରିକମାନଙ୍କର ବିଚାର କରିବେ।


ପବିତ୍ର ଶାସ୍ତ୍ରରେ ଅନ୍ୟ ଏକ ସ୍ଥାନରେ ଲେଖା ଯାିଛି: “ଏହି ପ୍ରସ୍ତର ଉପରେ ଅନେକେ ଝୁଣ୍ଟି ପଡ଼ିବେ, ଏହି ଶିଳାଖଣ୍ଡ ସେମାନଙ୍କ ପତିନର କାରଣ ହେବ।” ସେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ଝୁଣ୍ଟି ପଡ଼ିଲେ। ଏହା ଥିଲା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଅଭିମତ।


କିନ୍ତୁ ଯେଉଁ ଅଣଇହୁଦୀମାନେ ବିଶ୍ୱାସୀ ହୋଇଛନ୍ତି, ସେମାନଙ୍କ ନିକଟକୁ ଆମେ ଗୋଟିଏ ପତ୍ର ଲେଖି ପରାମର୍ଶ ଦେଇଛୁ ଯେ, ଆମ୍ଭମାନଙ୍କ ନିଷ୍ପତ୍ତି ଅନୁସାରେ ସେମାନେ ପ୍ରତିମାମାନଙ୍କ ନିକଟରେ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଖାଇବେ ନାହିଁ, ରକ୍ତ ପିଇବେ ନାହିଁ, ଗଳା ଚିପା ଯାଇ ମରା ଯାଇଥିବା ପଶୁ ମାଂସ ଖାଇବେ ନାହିଁ ଓ ଯୌନ ପାପରୁ ନିବୃତ୍ତ ହେବେ।”


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


କିନ୍ତୁ ସର୍ବତ୍ର ଯୌନ ପ୍ରଲୋଭନ ପୂରି ରହି ଥିବାରୁ, ପ୍ରତ୍ୟେକ ପୁରୁଷର ସ୍ତ୍ରୀ ଓ ପ୍ରତ୍ୟେକ ସ୍ତ୍ରୀର ସ୍ୱାମୀ ଥିବା ଆବଶ୍ୟକ।


ଲେକମାନଙ୍କର ବିଶ୍ୱାସରେ ବିଘ୍ନ ଘଟାଇବା ପାଇଁ ଅନେକ ବିଷୟ ରହିଛି। ସେଥପାଇଁ ଏହି ଜଗତର ଅବସ୍ଥା ଏଡ଼େ ଭୟାନକ। ସବୁଥିପାଇଁ ଏହି ଜଗତରେ ଅବସ୍ଥା ଏଡ଼େ ଭୟାନକ। ସବୁବେଳେ ଏପରି ବିଘ୍ନ ଆସିବ, କିନ୍ତୁ ଯେ ବିଘ୍ନ ଘଟଶଏ, ତା’ର ପରିଣତି କେଡ଼େ ଶେଜନୀୟ!


ତୁମର ଆମିଷ ଭୋଜନ, ମଦ୍ୟପାନ ଇତ୍ୟାଦି ଯଦି ତୁମ ଭାଇକୁ ଦୁର୍ବଳ କରେ, ତେବେ ସେହି ସବୁରୁ ନିବୃତ୍ତ ହେବା ତୁମର ବିଧେୟ।


ତେଣୁ ପରସ୍ପରକୁ ବିଚାର କର ନାହିଁ। ଏପରି ମଧ୍ୟ କିଛି କର ନାହିଁ, ଯଦ୍ଦ୍ୱାରା ତୁମ ଭାଇ ଝୁଣ୍ଟି ପଡ଼ି ପାପ କରିବ।


କିନ୍ତୁ ତୁମ ବିରୁଦ୍ଧରେ ମୋର ଏହି ଅଭିଯୋଗ ତୁମେ ଆଦ୍ୟରେ ଯେପରି ମୋତେ ପ୍ରେମ କରୁଥିଲ, ବର୍ତ୍ତମାନ ସେପରି ଆଉ କରୁ ନାହଁ।


କିନ୍ତୁ ଆମେ କ୍ରୁଶବିଦ୍ଧ ଯୀଶୁଙ୍କୁ ପ୍ରଚାର କରୁଛୁ। ଏହା ଇହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ଅଣଇହୁଦୀମାନଙ୍କ ଦୃଷ୍ଟିରେ ନିର୍ବୋଧତା ହୋଇପରେ;


ସେମାନଙ୍କ ସମ୍ପର୍କରେ ଦାଉଦ ଲେଖିଛନ୍ତି: “ସେମାନେ ଉତ୍ସବ କରବା ବେଳେ ଫାନ୍ଦରେ ପଡ଼ନ୍ତୁ। ପତିତ ହୋଇ ଦଣ୍ଡଭୋଗ କରନ୍ତୁ।


ଏହାର କାରଣ ହେଉଛି, ସେମାନେ ନିଜ ଚେଷ୍ଟା ଉପରେ ନିର୍ଭର କରୁଥିଲେ, ବିଶ୍ୱାସ ଉପରେ ନୁହେଁ। ସେଥିପାଇଁ ସେମାନେ ବାଧା ଦେଉଥିବା ପ୍ରସ୍ତରରେ ଆଘାତ ପାଇ ଝୁଣ୍ଟି ପଡ଼ିଲେ।


Swiv nou:

Piblisite


Piblisite