Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:8 - ପବିତ୍ର ବାଇବଲ (CL) NT (BSI)

8 ତାଙ୍କର ପରିଧାନ ନିମନ୍ତେ ସେ ଶୁକ୍ଲ ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପାଇଛନ୍ତି।” (ସାଧୁମାନଙ୍କର ପୁଣ୍ୟ କର୍ମ ହେଉଛି, ସେହି ସୂକ୍ଷ୍ମ ବସ୍ତ୍ର)।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ।

Gade chapit la Kopi

ଓଡିଆ ବାଇବେଲ

8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧାର୍ମିକ କର୍ମ।”

Gade chapit la Kopi

ପବିତ୍ର ବାଇବଲ

8 କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।” (ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)

Gade chapit la Kopi




ପ୍ରକାଶିତ 19:8
21 Referans Kwoze  

ତେଣୁ ମୁଁ ତୁମକୁ ପରାମର୍ଶ ଦେଇଛି, ଧନବାନ ହେବା ପାଇଁ ମୋ’ଠାରୁ ବିଶୁଦ୍ଧ ସୁବର୍ଣ୍ଣ କ୍ରୟ କର - ତୁମ୍ଭମାନଙ୍କର ଲଜ୍ଜାକର ଉଲଗ୍ନତାକୁ ଆବୃତ କରିବା ପାଇଁ ମୋ’ ନିକଟରୁ ଶୁକ୍ଲ ବସ୍ତ୍ର କ୍ରୟ କର। ପୁଣି ଦୃଷ୍ଟିଶକ୍ତି ନିର୍ମଳ କରିବା ପାଇଁ କିଛି ଅଞ୍ଜନ କିଣି ଚକ୍ଷୁରେ ଲଗାଅ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


ତାଙ୍କ ବସ୍ତ୍ର ଶୁଭ୍ର ହୋଇ ଅତି ଉଜ୍ଜ୍ୱଳ ଦେଖାଗଲା - ଜଗତର କେହି ତାକୁ ଧୋଇ ଏତେ ଶୁଭ୍ର କରିପାରି ନ ଥାନ୍ତା।


ରାଜା ତାକୁ ପଚାରିଲେ, ‘ବନ୍ଧୁ, ବାହାଘର ପୋଷାକ ନ ପିନ୍ଧି ଏଠାକୁ ଆସିଲ କିପରି?’ ଲୋକଟି ନିରୁତ୍ତର ରହିଲା।


ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”


ସେ ଉଦ୍ଧ୍ୱର୍କୁ ଯିବା ପରେ ମଧ୍ୟ ସେମାନେ ସ୍ଥିର ଦୃଷ୍ଟିରେ ଆକାଶକୁ ଚାହିଁ ରହିଥିଲେ। ଶୁଭ୍ର ବସ୍ତ୍ର ପରିହିତ ଦୁଇ ବ୍ୟକ୍ତି ହଠାତ୍ ସେମାନଙ୍କ ପାଖରେ ଆସି ଠିଆ ହୋଇ କହିଲେ,


ସେମାନେ ଏ ବିଷୟରେ ହତବୁଦ୍ଧି ହୋଇ ଠିଆ ହୋଇଥିବା ସମୟରେ, ହଠାତ୍ ଉଜ୍ଜ୍ୱଳ ଶୁଭ୍ର ବସ୍ତ୍ର ପରିହିତ ଦୁଇ ଜଣ ବ୍ୟକ୍ତି ସେମାନଙ୍କ ପାଖରେ ଆସି ଠିଆହେଲେ।


କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।


ଶିଷ୍ୟମାନେ ଦେଖୁ ଦେଖୁ ଯୀଶୁଙ୍କର ଗୋଟିଏ ଅପୂର୍ବ ପରିବର୍ତ୍ତନ ହେଲା। ତାଙ୍କ ମୁଖ ସୂର୍ଯ୍ୟପରି ଉଜ୍ଜ୍ୱଳ ହେଲା ଏବଂ ତାଙ୍କ ପୋଷାକ ଆଲୋକ ପରି ଶୁଭ୍ର ଦେଖାଗଲା।


ସପ୍ତ ମହାମାରୀ ଧରିଥିବା ସପ୍ତଦୂତ ସ୍ୱର୍ଗମନ୍ଦିର ଭିତରୁ ବାହାରି ଆସିଲେ: ସେମାନେ ନିର୍ମଳ ଶୁଭ୍ର ବସ୍ତ୍ର ପିନ୍ଧି ଥିଲେ ଓ ବକ୍ଷ ସ୍ଥଳରେ ସୁବର୍ଣ୍ଣ ପଟୁକା ବାନ୍ଧି ଥିଲେ।


ସ୍ୱର୍ଗର ସୈନ୍ୟବାହିନୀ, ପରିଷ୍କାର, ଶୁକ୍ଲ, ସୂକ୍ଷ୍ମ ପୋଷାକ ପିନ୍ଧି, ଶ୍ୱେତ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାଙ୍କୁ ଅନୁସରଣ କରୁଥିଲେ।


Swiv nou:

Piblisite


Piblisite