Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:6 - ପବିତ୍ର ବାଇବଲ (CL) NT (BSI)

6 ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ମୁଁ ମହାଜନତାର ଶଦ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ଵର ରାଜତ୍ଵ ଗ୍ରହଣ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

6 ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁଜଳକଲ୍ଲୋଳ ଓ ଘୋର ମେଘଗର୍ଜନର ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ୱର ରାଜତ୍ୱ ଗ୍ରହଣ କରିଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନ ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, “ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ବର ରାଜତ୍ୱ ଗ୍ରହଣ କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

6 ତା'ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ: “ହାଲ୍ଲିଲୂୟା! ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି। ସେ ସର୍ବଶକ୍ତିମାନ।

Gade chapit la Kopi




ପ୍ରକାଶିତ 19:6
25 Referans Kwoze  

ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।


ଏହାପରେ ମୁଁ ଯାହା ଶୁଣିଲି, ତାହା ସ୍ୱର୍ଗର ଏକ ବିରାଟ ଜନତାର କୋଳାହଳ ପରି ମନେ ହେଉଥିଲା। ସେମାନେ କହୁଥିଲେ, “ଈଶ୍ୱରଙ୍କର ସ୍ତୁତି କର। ଆମ୍ଭମାନଙ୍କ ଈଶ୍ୱର ପରିତ୍ରାଣ, ଗୌରବ ଓ ପରାକ୍ରମର ଅଧିକାରୀ।


ତା’ପରେ ମୁଁ ଦେଖିଲି, ମେଷଶାବକ ସାତଟି ମୋହର ମଧ୍ୟରୁ ପ୍ରଥମଟି ଭାଙ୍ଗିଲେ ଏବଂ ଚାରି ପ୍ରାଣୀଙ୍କ ମଧ୍ୟରୁ ଜଣେ ମୋତେ ବଜ୍ରଗମ୍ଭୀର ସ୍ୱରରେ କହିଲେ, “ଆସ!”


ତାଙ୍କ ପାଦ ଦୁଇଟି ଅଗ୍ନିରେ ଶୁଦ୍ଧ ପିତ୍ତଳ ପରି ଝଟକୁ ଥିଲା ଏବଂ ତାଙ୍କର କଣ୍ଠସ୍ୱର ଜଳପ୍ରପାତ ପରି ନିନାଦିତ ହେଉଥିଲା।


ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।


ତାହାପରେ ମୁଁ ସ୍ୱର୍ଗରେ ଉଚ୍ଚ ଧ୍ୱନିରେ ଉଚ୍ଚାରିତ ଏକ ବାଣୀ ଶୁଣିଲି: “ବର୍ତ୍ତମାନ ଈଶ୍ୱରଙ୍କ ପରିତ୍ରାଣ ଉପସ୍ଥିତ। ତାଙ୍କର ରାଜଶକ୍ତି ପରାକ୍ରମ ଓ ତାଙ୍କ ମସୀହଙ୍କ କ୍ଷମତା ପ୍ରଦର୍ଶିତ ହୋଇଛି - ଯେଉଁ କୁଚକ୍ରୀ ଦିବାରାତ୍ର ଈଶ୍ୱରଙ୍କ ସମ୍ମୁଖରେ ଠିଆହୋଇ, ଆମ ଭାଇମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା, ସେ ଆଜି ସ୍ୱର୍ଗରୁ ବିତାଡ଼ିତ ହୋଇଛି।


ତା’ପରେ ଦୂତ, ଧୂପଧାରରେ ବେଦୀର ଅଗ୍ନି ପୂର୍ଣ୍ଣ କରି ତାହା ପୃଥିବୀ ଉପରେ ଫୋପାଡ଼ି ଦେଲେ। ଏହା ଫଳରେ ବଜ୍ର ଧ୍ୱନି ହେଲା, ବିଦ୍ୟୁତ୍ ଚମକିଲା ଓ ଭୂମିକମ୍ପ ହେଲା।


ସିଂହାସନରୁ ବିଜୁଳିର ଝଲକ, ଗୁରୁଗମ୍ଭୀର ଶବ୍ଦ ଓ ବଜ୍ର ଧ୍ୱନି ନିଃସୃତ ହେଉଥିଲା। ସିଂହାସନ ସମ୍ମୁଖରେ ଈଶ୍ୱରଙ୍କ ସପ୍ତ ଆତ୍ମାର ପ୍ରତୀକ ସପ୍ତ ମଶାଲ ଜଳୁଥିଲା।


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


ସିଂହାସନୋପବିଷ୍ଟ ଈଶ୍ୱରଙ୍କ ସମ୍ମୁଖରେ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଓ ସେହି ଚାରୋଟି ପ୍ରାଣୀ ଭୂମିଷ୍ଠ ହୋଇ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ କହିଲେ, “ଆମେନ୍! ଈଶ୍ୱରଙ୍କ ପ୍ରଶଂସା କର।”


Swiv nou:

Piblisite


Piblisite