Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:5 - ପବିତ୍ର ବାଇବଲ (CL) NT (BSI)

5 ତା’ପରେ ସିଂହାସନରୁ ଗୋଟିଏ ବାଣୀ ଶୁଣାଗଲା। “ଈଶ୍ୱରଙ୍କ ସ୍ତୁତି କର। କି ମହାନ୍, କି ନଗଣ୍ୟ, ଈଶ୍ୱରଙ୍କ ସେବକ ଓ ଉପାସକଗଣ, ସମସ୍ତେ ତାଙ୍କର ପ୍ରଶଂସା କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ଵରଙ୍କ ଦାସ ସମସ୍ତେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକ ସମସ୍ତେ, ତାହାଙ୍କର ପ୍ରଶଂସା କର।

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, “ହେ ଈଶ୍ବରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର।”

Gade chapit la Kopi

ପବିତ୍ର ବାଇବଲ

5 ତା'ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା: “ହେ ପରମେଶ୍ୱରଙ୍କର ସେବକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର! ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”

Gade chapit la Kopi




ପ୍ରକାଶିତ 19:5
14 Referans Kwoze  

ସେଥିଯୋଗୁଁ ସେମାନେ ଈଶ୍ୱରଙ୍କ ମନ୍ଦିରରେ ତାଙ୍କ ସିଂହାସନ ସମ୍ମୁଖରେ ଠିଆ ହୋଇ ଦିବାରାତ୍ରି ତାଙ୍କର ଆରାଧନା କରୁଛନ୍ତି। ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କୁ ଆଶ୍ରୟ ଦେବେ।


ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।


ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”


ଉଚ୍ଚନୀଚ, କ୍ରୀତଦାସ ବା ସ୍ୱାଧୀନ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କର ଦକ୍ଷିଣ ହସ୍ତରେ କିଅବା କପାଳରେ ଏକ ସଙ୍କେତ ସ୍ଥାପନ କରିବାକୁ ସେ ଲୋକମାନଙ୍କୁ ବାଧ୍ୟ କଲା।


ରାଜା, ପ୍ରଜା, ସୈନ୍ୟ, ସୈନ୍ୟାଧ୍ୟକ୍ଷ, ଅଶ୍ୱ, ଅଶ୍ୱାରୋହୀ, କ୍ରୀତଦାସ, ସ୍ୱାଧୀନ, ମହାନ୍ ବା ନଗଣ୍ୟ ସମସ୍ତଙ୍କର ମାଂସ ଆସି ଭକ୍ଷଣ କର।”


Swiv nou:

Piblisite


Piblisite