Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:18 - ପବିତ୍ର ବାଇବଲ (CL) NT (BSI)

18 ରାଜା, ପ୍ରଜା, ସୈନ୍ୟ, ସୈନ୍ୟାଧ୍ୟକ୍ଷ, ଅଶ୍ୱ, ଅଶ୍ୱାରୋହୀ, କ୍ରୀତଦାସ, ସ୍ୱାଧୀନ, ମହାନ୍ ବା ନଗଣ୍ୟ ସମସ୍ତଙ୍କର ମାଂସ ଆସି ଭକ୍ଷଣ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତି-ମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ଵ ଓ ଅଶ୍ଵାରୋହୀ-ମାନଙ୍କର, ସ୍ଵାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭକ୍ଷଣ କରିବ।

Gade chapit la Kopi

ଓଡିଆ ବାଇବେଲ

18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧିନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ।

Gade chapit la Kopi

ପବିତ୍ର ବାଇବଲ

18 ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”

Gade chapit la Kopi




ପ୍ରକାଶିତ 19:18
18 Referans Kwoze  

ସେହି ସମୟରେ ପୃଥିବୀର ସମସ୍ତେ, ରାଜା, ଶାସକ ବା ସେନାନାୟକ, ଧନୀ ଓ ପରାକ୍ରାନ୍ତ, କ୍ରୀତଦାସ ବା ସାଧାରଣ ନାଗରିକ ସମସ୍ତେ ଗୁମ୍ଫାମାନଙ୍କରେ ଓ ପର୍ବତର ପ୍ରସ୍ତର ଉହାଡ଼ ତଳେ ଯାଇ ଲୁଚିଲେ।


ଉଚ୍ଚନୀଚ, କ୍ରୀତଦାସ ବା ସ୍ୱାଧୀନ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କର ଦକ୍ଷିଣ ହସ୍ତରେ କିଅବା କପାଳରେ ଏକ ସଙ୍କେତ ସ୍ଥାପନ କରିବାକୁ ସେ ଲୋକମାନଙ୍କୁ ବାଧ୍ୟ କଲା।


ଶିଷ୍ୟମାନେ ତାଙ୍କୁ ପଚାରିଲେ, “ପ୍ରଭୁ କେଉଁଠାରେ?” ଯୀଶୁ ଉତ୍ତର ଦେଲେ, “ଶବ ପଡ଼ିଥିବା ସ୍ଥାନରେ ହଠାତ୍ ଶାଗୁଣାମାନେ ଆସି ଜମାହୋଇ ଯା’ନ୍ତି।”


“ଯେଉଁଠି ମଡ଼ା ପଡ଼ିଥାଏ, ସେଇଠି ଶାଗୁଣାମାନେ ଜମା ହୋଇ ଥାଆନ୍ତି।


ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”


ତୁମେ ଦେଖିଥିବା ସାତଟି ଶୃଙ୍ଗ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ; ସେମାନେ ତାହାଠାରୁ ତାହାର ସବୁ ଛଡ଼ାଇ ନେଇ ତାକୁ ଉଲଗ୍ନ କରି ଛାଡ଼ିଦେବେ। ସେମାନେ ତାହାର ମାଂସ ଭକ୍ଷଣ କରି, ତାକୁ ଅଗ୍ନିରେ ପକାଇ ଧ୍ୱଂସ କରିଦେବେ।


ତା’ପରେ ସିଂହାସନରୁ ଗୋଟିଏ ବାଣୀ ଶୁଣାଗଲା। “ଈଶ୍ୱରଙ୍କ ସ୍ତୁତି କର। କି ମହାନ୍, କି ନଗଣ୍ୟ, ଈଶ୍ୱରଙ୍କ ସେବକ ଓ ଉପାସକଗଣ, ସମସ୍ତେ ତାଙ୍କର ପ୍ରଶଂସା କର।”


Swiv nou:

Piblisite


Piblisite