Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:11 - ପବିତ୍ର ବାଇବଲ (CL) NT (BSI)

11 ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତତ୍ପରେ ମୁଁ ସ୍ଵର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ଵେତବର୍ଣ୍ଣ ଅଶ୍ଵ; ତାହାର ଆରୋହୀଙ୍କ ନାମ ବିଶ୍ଵସ୍ତ ଓ ସତ୍ୟ ; ସେ ନ୍ୟାଯ୍ୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

11 ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି।

Gade chapit la Kopi

ପବିତ୍ର ବାଇବଲ

11 ତା'ପରେ ମୁଁ ସ୍ୱର୍ଗ ଖୋଲିଯିବାର ଦେଖିଲି। ସେଠାରେ ଗୋଟିଏ ଶ୍ୱେତ ଅଶ୍ୱ, ଠିଆ ହୋଇଥିଲା। ଅଶ୍ୱାରୋହୀଙ୍କ ନାମ ‘ବିଶ୍ୱସ୍ତ’ ଓ ‘ସତ୍ୟବାନ’। ସେ ନ୍ୟାୟପୂର୍ଣ୍ଣ ଭାବରେ ବିଗ୍ଭର କରନ୍ତି ଓ ଲଢ଼ନ୍ତି।

Gade chapit la Kopi




ପ୍ରକାଶିତ 19:11
28 Referans Kwoze  

ମୁଁ ଚାହିଁ ଦେଖିଲି, ଗୋଟିଏ ଶୁକ୍ଲ ବର୍ଣ୍ଣ ଅଶ୍ୱ, ଅଶ୍ୱାରୋହୀ ହସ୍ତରେ ଧନୁ ଧରିଥିଲେ। ତାଙ୍କୁ ଗୋଟିଏ ମୁକୁଟ ପ୍ରଦତ୍ତ ହେଲା ଓ ସେ ଦିଗ୍‌ବିଜୟୀ ହେବା ପାଇଁ ବାହାରି ପଡ଼ିଲେ।


“ଲାଓଦେସିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଏବଂ ଈଶ୍ୱରଙ୍କ ସମସ୍ତ ସୃଷ୍ଟିର ଆଦି ତଥା ଅନ୍ତ ସେହି “ଆମେନ୍”ଙ୍କ ଏହି ବାର୍ତ୍ତା:


ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।”


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ଯୀଶୁ ପୁଣି କହିଲେ: “ତୁମେ ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବା ଦେଖିବ। ପୁଣି ଈଶ୍ୱରଙ୍କ ଦୂତମାନେ ମନୁଷ୍ୟପୁତ୍ରଙ୍କ ଉପରେ ଅବତରଣ ଓ ଆରୋହଣ କରିବା ମଧ୍ୟ ଦେଖିବ।”


ତାହାପରେ ମୁଁ ଦେଖିଲି, ସେହି ଅଶ୍ୱାରୋହୀ ଓ ତାଙ୍କର ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଉକ୍ତ ପଶୁ ଏବଂ ପୃଥିବୀର ସମସ୍ତ ରାଜା ଓ ସେମାନଙ୍କର ସୈନ୍ୟବାହିନୀ ଏକଜୁଟ ହେଲେ।


ପୁଣି ସେମାନଙ୍କର ସୈନ୍ୟବାହିନୀ ଅଶ୍ୱାରୋହୀ ମୁଖନିସୃତ ଖଡ଼୍ଗ ଦ୍ୱାରା ନିହତ ହେଲେ; ଆକାଶର ପକ୍ଷୀମାନେ ମନଇଚ୍ଛା ସେମାନଙ୍କର ମାଂସ ଖାଇଗଲେ।


Swiv nou:

Piblisite


Piblisite