Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:9 - ପବିତ୍ର ବାଇବଲ (CL) NT (BSI)

9 ପୃଥିବୀର ଯେଉଁ ରାଜାମହାରାଜାମାନେ ତା’ ସହିତ ବ୍ୟଭିଚାର ଓ ପାପାଚରଣ କରିଥିଲେ, ସେମାନେ ତା’ର ଦଗ୍ଧ ହେଉଥିବା ଶରୀରରୁ ଉତ୍ଥିତ ଧୂମ ଦେଖି କ୍ରନ୍ଦନ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୃଥିବୀର ଯେସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହାର ଦାହର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବୋ;

Gade chapit la Kopi

ଓଡିଆ ବାଇବେଲ

9 ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୃଥିବୀର ଯେ ସମସ୍ତ ରାଜା ତାହା ସଙ୍ଗରେ ବ୍ୟଭିଚାର କରି ବିଳାସିତାରେ କାଳ କାଟିଅଛନ୍ତି, ସେମାନେ ତାହା ଅଗ୍ନିର ଧୂମ ଦେଖି ତାହା ନିମନ୍ତେ କ୍ରନ୍ଦନ ଓ ବିଳାପ କରିବେ;

Gade chapit la Kopi

ପବିତ୍ର ବାଇବଲ

9 “ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା'ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା'ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ।

Gade chapit la Kopi




ପ୍ରକାଶିତ 18:9
24 Referans Kwoze  

ମୁଁ ଶୁଣିଲି, ସେମାନେ ଆହୁରି ଉଚ୍ଚ ସ୍ୱରରେ କହୁଛନ୍ତି, “ଈଶ୍ୱରଙ୍କ ସ୍ତୁତି ଗାନ କର। ସେହି ମହାନଗରୀକୁ ଧ୍ୱଂସ କରି ଦେଇଥିବା ଅଗ୍ନିର ଧୂମ ଚିରଦିନ ଉପରକୁ ଉଠୁଥିବ।


କାରଣ ସେ ସମଗ୍ର ମାନବ ଜାତିକୁ ତା’ର ତୀବ୍ର କାମୋଦ୍ଦୀପକ ସୁରା ପାନ କରାଇଛି, ପୃଥିବୀର ରାଜାମାନଙ୍କୁ ତା’ ସହିତ ବ୍ୟଭିଚାର ପାପରେ ଲିପ୍ତ କରାଇଛି, ଜଗତର ବ୍ୟବସାୟୀମାନେ ତାହାର ବିଳାସବ୍ୟସନ ହେତୁ ଧନବାନ ହୋଇଛନ୍ତି।”


ଓ ଦଗ୍ଧ ହେଉଥିବା ନଗରୀର ଧୂମ ଦେଖି କହିଲେ, “ଏହି ମହାନଗରୀ ପରି ଆଉ କୌଣସି ନଗର ନ ଥିଲା।”


ପୃଥିବୀର ରାଜାଗଣ ସେହି ବେଶ୍ୟା ସହିତ ବ୍ୟଭିଚାର କରିଛନ୍ତି ଏବଂ ପୃଥିବୀର ଜନସାଧାରଣ ତାହାର ବ୍ୟଭିଚାରରୂପ ସୁରାପାନ କରି ମତୁଆଳ ହୋଇଛନ୍ତି।”


ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।


ସେହି ଉତ୍ପୀଡ଼ନର ଧୂମ ଯୁଗେ ଯୁଗେ ଉତ୍ଥିତ ହେଉଥିବ। ଯେଉଁମାନେ ପଶୁ ଓ ତା’ ପ୍ରତିମୂର୍ତ୍ତିର ପୂଜା କରନ୍ତି, କିମ୍ବା ତା’ର ସଂକେତ ଧାରଣ କରନ୍ତି, ସେମାନେ ଦିବାରାତ୍ରି ସବୁବେଳେ ଅଶାନ୍ତି ଭୋଗ କରୁଥିବେ।”


ସେ ନିଜକୁ ଯେତେ ଗୌରବାନ୍ୱିତ କରୁଥିଲା ଓ ବିଳାସ ବ୍ୟସନରେ ବୁଡ଼ି ରହିଥିଲା, ସେହି ପରିମାଣରେ ତାକୁ ଦୁଃଖକଷ୍ଟ ଦିଅ। କାରଣ ସେ ନିଜର ବଡ଼ାଇ କରି କହୁଛି, ‘ମୁଁ ଏଠାରେ ରାଣୀ ପରି ବସିଛି! ମୁଁ ବିଧବା ନୁହେଁ, ମୋର କେବେ ଦୁଃଖ ହେବ ନାହିଁ।’


ଅଳ୍ପବୟସ୍କା ବିଧବାମାନଙ୍କୁ ଏହି ତାଲିକାରେ ରଖ ନାହିଁ। ସେମାନେ ପୁନର୍ବିବାହର ଲାଳସା ପୋଷଣ କରିବା ଦ୍ୱାରା ପ୍ରଭୁ ଯୀଶୁଙ୍କଠାରେ ରଖିଥିବା ପ୍ରତିଜ୍ଞା ଭଙ୍ଗ କରି ତାଙ୍କଠାରୁ ଦୂରେଇ ଯିବାର ଆଶଙ୍କା ରହିଛି।


ତେଣୁ ମୁଁ ତାକୁ ଏବଂ ତା’ ସହିତ ବ୍ୟଭିଚାରରେ ଲିପ୍ତ ସମସ୍ତଙ୍କୁ ରୋଗ ଶଯ୍ୟାରେ ପକାଇବି ଏବଂ ସେମାନେ ଭୟଙ୍କର ଯନ୍ତ୍ରଣା ଭୋଗ କରିବେ। ଯଦି ସେମାନେ ତାହା ସହିତ କରିଥିବା ଦୁଷ୍କୃତି ନିମନ୍ତେ ଅନୁତାପ ନ କରନ୍ତି, ତେବେ ମୁଁ ଏହା ନିଶ୍ଚୟ କରିବି।


Swiv nou:

Piblisite


Piblisite