Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:24 - ପବିତ୍ର ବାଇବଲ (CL) NT (BSI)

24 ପୁଣି ଏହି ନଗରୀରେ ପୃଥିବୀର ଅନେକ ଭାବବାଦୀ ଓ ସାଧୁମାନଙ୍କର ରକ୍ତପାତ ହୋଇଥିଲା। ଏହିସବୁ ପାପ ଲାଗି ସେ ସମୁଚିତ ଦଣ୍ଡ ପାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ପୁଣି ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା।

Gade chapit la Kopi

ଓଡିଆ ବାଇବେଲ

24 ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି, ଭାବବାଦୀମାନଙ୍କର, ସାଧୁମାନଙ୍କର ଓ ପୃଥିବୀରେ ହତ ହୋଇଥିବା ସମସ୍ତଙ୍କର ରକ୍ତ ତାହା ମଧ୍ୟରେ ଦେଖାଯାଇଥିଲା।”

Gade chapit la Kopi

ପବିତ୍ର ବାଇବଲ

24 ସେ (ବାବିଲ) ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”

Gade chapit la Kopi




ପ୍ରକାଶିତ 18:24
16 Referans Kwoze  

ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।


ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ଯେଉଁ ରକ୍ତପାତ କରିଥିଲେ, ତାହା ତୁମେ ସେମାନଙ୍କୁ ପାନ କରାଇ ଅଛ। ସେମାନଙ୍କର ପ୍ରାପ୍ୟ ସେମାନେ ପାଇ ଅଛନ୍ତି।”


ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”


ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଉତ୍ପୀଡ଼ିତ ନ ହୋଇଥିବା କୌଣସି ଭାବବାଦୀ ଅଛନ୍ତି କି? ଈଶ୍ୱରଙ୍କ ଯେଉଁ ବାର୍ତ୍ତାବହମାନେ ବହୁ ପୂର୍ବେ ତାଙ୍କ ପବିତ୍ର ଦାସଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ, ତୁମ ପୂର୍ବପୁରୁଷମାନେ ସେମାନଙ୍କୁ ହତ୍ୟା କଲେ।


ସେମାନେ ବାର୍ତ୍ତା ଘୋଷଣା ଶେଷ କରିବା ପରେ ପାତାଳପୁରୀରୁ ଏକ ପଶୁ ଉଠି ଆସି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ।


ପରିଣାମରେ ହେବଲଠାରୁ ଆରମ୍ଭ କରି ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟ (ବରଖିଆଙ୍କ ପୁତ୍ର) ପର୍ଯ୍ୟନ୍ତ ସମସ୍ତ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ହତ୍ୟା ପାଇଁ ତୁମ୍ଭେମାନେ ଦଣ୍ଡିତ ହେବ।


“ଆହେ ଧର୍ମଗୁରୁ ଓ ଫାରୁଶୀଗଣ! ତୁମେ କେଡ଼େ ଭୀଷଣ ଦଶା ଭୋଗିବ। ଆରେ କପଟୀ ଗଣ! ତୁମେ ସବୁ ବାହାର ପଟେ ଚୂନଧଉଳା ହୋଇଥିବା କବର ପରି।


ସେହି ଇହୁଦୀମାନେ ପ୍ରଭୁ ଯୀଶୁଙ୍କୁ ଓ ଭାବବାଦୀମାନଙ୍କୁ ବଧ କରିଥିଲେ ଓ ଆମ୍ଭମାନଙ୍କୁ ମଧ୍ୟ ନିର୍ଯ୍ୟାତିତ କରିଥିଲେ। ସେମାନଙ୍କ ପ୍ରତି ଈଶ୍ୱର କେଡ଼େ ଅସନ୍ତୁଷ୍ଟ! ସମଗ୍ର ମାନବ ଜାତିର ସେମାନେ ଶତ୍ରୁ।


Swiv nou:

Piblisite


Piblisite