Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:21 - ପବିତ୍ର ବାଇବଲ (CL) NT (BSI)

21 ତା’ପରେ ଜଣେ ପ୍ରବଳ ପ୍ରତାପୀ ଦୂତ ଚକି ପରି ଗୋଟିଏ ବୃହତ୍ ଶିଳାଖଣ୍ଡ ନେଇ ସମୁଦ୍ରରେ ନିକ୍ଷେପ କଲେ ଓ କହିଲେ, “ମହାନଗରୀ ବାବିଲନ୍ ଏହିପରି ଭାବରେ ନିକ୍ଷିପ୍ତ ହେବ ଓ ତାକୁ ଆଉ କେହି କେବେ ଦେଖି ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, ଏହିପରି ମହାବଳରେ ମହାନଗରୀ ବାବିଲ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

21 ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, ଏହିପରି ମହାବଳରେ ମହାନଗରୀ ବାବିଲ୍ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତତ୍ପରେ ଜଣେ ବଳବାନ ଦୂତ ଗୋଟିଏ ବୃହତ୍ ଚକିପଥର ପରି ଗୋଟିଏ ପଥର ସମୁଦ୍ରରେ ନିକ୍ଷେପ କରି କହିଲେ, “ଏହିପରି ମହାବଳରେ, ମହାନଗରୀ ବାବିଲ ନିକ୍ଷିପ୍ତ ହେବ, ଆଉ କେବେ ହେଁ ତାହାର ଉଦ୍ଦେଶ୍ୟ ମିଳିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

21 ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ: “ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ। ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।

Gade chapit la Kopi




ପ୍ରକାଶିତ 18:21
14 Referans Kwoze  

ପୁଣି ମୁଁ ଦେଖିଲି, ଜଣେ ମହାପରାକ୍ରାନ୍ତ ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ ଘୋଷଣା କରି କହୁଛନ୍ତି: “ମୋହରଗୁଡ଼ିକ ଭାଙ୍ଗି ଏହି ପାଣ୍ଡୁଲିପିଟିକୁ ଖୋଲିବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ଥିଲେ, ବାହାରି ଆସନ୍ତୁ।”


ଅନନ୍ତର ମୁଁ ଦେଖିଲି, ଶ୍ୱେତବର୍ଣ୍ଣର ଗୋଟିଏ ବୃହତ୍ ସିଂହାସନ ଓ ତାହା ଉପରେ ଜଣେ ଉପବିଷ୍ଟ।


କି ବୀଣା, କି କଣ୍ଠସଙ୍ଗୀତ, ବଂଶୀ ବା ତୂରୀଧ୍ୱନି, କେବେ ଆଉ ତୋ’ ମଧ୍ୟରେ ଶୁଣାଯିବ ନାହିଁ। କୌଣସି ଶିଳ୍ପୀ ବା କାରିଗର ତୋ’ ମଧ୍ୟରେ ଆଉ ଦେଖାଯିବେ ନାହିଁ; କିଅବା ଚକି ବେଷିବା ଶବ୍ଦ ଶୁଭିବ ନାହିଁ।


ଦ୍ୱୀପ ସବୁ ଅଦୃଶ୍ୟ ହୋଇଗଲେ, ଗିରି ପର୍ବତ ସକଳ ଉଭେଇ ଗଲେ।


ଯୁଦ୍ଧରେ ସର୍ପ ଓ ତା’ର ଅନୁଚରମାନେ ପରାସ୍ତ ହେଲେ ଓ ସେମାନେ ଆଉ ସ୍ୱର୍ଗରେ ସ୍ଥାନ ପାଇଲେ ନାହିଁ।


ତା’ର ଦୁଃଖକଷ୍ଟରେ ଅଂଶୀ ହେବାକୁ ଭୟ କରି ସେମାନେ ତା’ଠାରୁ ବହୁ ଦୂରରେ ଠିଆହୋଇ ରହିବେ ଏବଂ ହାୟ, ହାୟ କରି କହିବେ: “କି ଭୟଙ୍କର! କି ନିଦାରୁଣ! ତୁ କଅଣ ସେହି ପରାକ୍ରାନ୍ତ ମହାନଗରୀ ବାବିଲନ୍! ମାତ୍ର ଗୋଟିଏ ଘଣ୍ଟା ଭିତରେ ଏହିପରି ଶାସ୍ତି ପାଇଗଲୁ!”


ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା।


Swiv nou:

Piblisite


Piblisite