Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:16 - ପବିତ୍ର ବାଇବଲ (CL) NT (BSI)

16 ସେମାନେ ଶୋକ କରି କହିବେ, “ହାୟ! ମହାନଗରୀର ଅବସ୍ଥା ଏବେ କେଡ଼େ ଭୟଙ୍କର, କେଡ଼େ ଶୋଚନୀୟ! ସେ ସୂକ୍ଷ୍ମ ବସ୍ତ୍ର, କୃଷ୍ଣ ଲୋହିତ ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ରପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, କୃଷ୍ଣଲୋହିତ ଓ ସିନ୍ଦୂରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।

Gade chapit la Kopi

ଓଡିଆ ବାଇବେଲ

16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର, ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।

Gade chapit la Kopi

ପବିତ୍ର ବାଇବଲ

16 ସେମାନେ କହିବେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ: ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା, ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,

Gade chapit la Kopi




ପ୍ରକାଶିତ 18:16
8 Referans Kwoze  

ସ୍ତ୍ରୀ ଲୋକଟି ବାଇଗଣିଆ ଓ ଗାଢ଼ ଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା ଓ ସ୍ୱର୍ଣ୍ଣଅଳଙ୍କାର, ବହୁମୂଲ୍ୟ ମଣିମାଣିକ୍ୟ ଓ ମୁକ୍ତାରେ ଭୂଷିତ ହୋଇଥିଲା। ତାହାର ଭ୍ରାଷ୍ଟାଚାରର ଫଳ ସ୍ୱରୂପ ଅଶ୍ଲୀଳ ଓ ଅଶୁଚି ବିଷୟପୂର୍ଣ୍ଣ ଗୋଟିଏ ସୁବର୍ଣ୍ଣ ପାତ୍ର ସେ ଧରିଥିଲା।


ସେମାନେ ମୁଣ୍ଡ ଉପରେ ଧୂଳି ପକାଇ ବିଳାପ କରି କହିଲେ, “କେଡ଼େ ଭୟଙ୍କର! ନଗରୀର ଏ କେଡ଼େ ଦାରୁଣ ଦୁର୍ଦ୍ଦଶା! ସମୁଦ୍ରରେ ଯାତ୍ରା କରୁଥିବା ଜାହାଜମାନେ ତାହାରି ଧନରେ ସମୃଦ୍ଧ ହୋଇଥିଲେ! କିନ୍ତୁ ଘଣ୍ଟାକ ମଧ୍ୟରେ ସେ ସର୍ବସ୍ୱାନ୍ତ ହୋଇଛି!”


ସେତେବେଳେ ପବିତ୍ରାତ୍ମା ମୋ’ଠାରେ ଅଧିଷ୍ଠାନ କଲେ ଓ ସେହି ଦୂତ ମୋତେ ଗୋଟିଏ ମରୁଭୂମିକୁ ନେଇଗଲେ। ସେଠାରେ ମୁଁ ଦେଖିଲି, ଜଣେ ସ୍ତ୍ରୀ ଲୋକ ଗୋଟିଏ ଲାଲ ରଙ୍ଗର ପଶୁ ଉପରେ ବସିଛି। ପଶୁଟିର ସର୍ବାଙ୍ଗ ଶରୀରରେ ଈଶ୍ୱରନିନ୍ଦାସୂଚକ ନାମଟିଏ ଲେଖାଯାଇଛି ଓ ତା’ର ସାତଟି ମସ୍ତକ ଓ ଦଶଟି ଶୃଙ୍ଗ ଅଛି।


ଓ ଦଗ୍ଧ ହେଉଥିବା ନଗରୀର ଧୂମ ଦେଖି କହିଲେ, “ଏହି ମହାନଗରୀ ପରି ଆଉ କୌଣସି ନଗର ନ ଥିଲା।”


Swiv nou:

Piblisite


Piblisite