Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:14 - ପବିତ୍ର ବାଇବଲ (CL) NT (BSI)

14 ବ୍ୟବସାୟୀମାନେ ତାକୁ କହିବେ: “ତୁମର ଅଭିଳଷିତ ସମସ୍ତ ଉତ୍ତମ ଦ୍ରବ୍ୟ ଉଭେଇ ଯାଇଛି ଏବଂ ତୁମର ଧନ ସମ୍ପତ୍ତିର ଚାକଚକ୍ୟ ଆଉ ନାହିଁ। ତୁମେ ସେଗୁଡ଼ିକୁ ଆଉ କେବେ ଫେରି ପାଇବ ନାହିଁ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତୋହର ପ୍ରାଣର ଅଭିଳଷିତ ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି ସମସ୍ତ ସୁସ୍ଵାଦୁ ଓ ମନୋହର ବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

14 ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହରବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତୋହର ପ୍ରାଣର ଅଭିଳାଷର ଫଳସବୁ ତୋହଠାରୁ ଦୂର ହୋଇଅଛି, ପୁଣି, ସମସ୍ତ ସୁସ୍ୱାଦୁ ଓ ମନୋହର ବିଷୟ ତୋହଠାରୁ ଅନ୍ତର କରାଯାଇ ବିନଷ୍ଟ ହୋଇଅଛି, ଆଉ କେବେ ହେଁ ସେ ସମସ୍ତର ଉଦ୍ଦେଶ୍ୟ ମିଳିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

14 ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ, ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି। ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି। ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’

Gade chapit la Kopi




ପ୍ରକାଶିତ 18:14
12 Referans Kwoze  

ସେମାନଙ୍କ ପ୍ରତି ଅସତ୍ ଚିନ୍ତା ନ କରିବା ପାଇଁ କିମ୍ବା ସେମାନଙ୍କ ମଧ୍ୟରୁ କେତେକଙ୍କ ପରି ପ୍ରତିମା ପୂଜା ନ କରିବା ପାଇଁ, ଏସବୁ ଦୃଷ୍ଟାନ୍ତ ସ୍ୱରୂପ ହୋଇ ଆମକୁ ଚେତାବନୀ ଦେଉଛି। ଧର୍ମଶାସ୍ତ୍ରରେ ଲେଖାଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ ଓ ତା’ପରେ ଉଠି ରଙ୍ଗରସରେ ମାତିଲେ।”


କାରଣ ତୁମେ ଯାହା ପାଇବାକୁ ଇଚ୍ଛା କରୁଛ, ତାହା ପାଇ ନ ପାରିଲେ, ହତ୍ୟା କରିବାକୁ ଉଦ୍ୟତ ହେଉଛ। ଯାହା ପାଇବାକୁ ତୁମର ପ୍ରବଳ ଅଭିଳାଷ ହୁଏ, ତାହା ନ ପାଇଲେ କଳହ ଓ ସଂଘର୍ଷ ଲାଗେ। ତୁମର ଇପ୍ସିତ ବିଷୟ ନ ପାଇବାର କାରଣ ହେଉଛି, ତୁମେ ଈଶ୍ୱରଙ୍କୁ ମାଗି ନ ଥାଅ।


“କିନ୍ତୁ ଅବ୍ରାହମ କହିଲେ, ‘ହେ ମୋର ପୁଅ, ତୁ ଯେ ଜୀବନରେ ସମସ୍ତ ଉକ୍ରୃଷ୍ଟ ବିଷୟ ଭୋଗ କଲୁ, କିନ୍ତୁ ଲାଜାର କେବଳ ନିକୃଷ୍ଟ ବିଷୟ ପାଇଥିଲା, ତାହା ସ୍ମରଣ କର। କିନ୍ତୁ ବର୍ତ୍ତମାନ ସେ ଏଠାରେ ସୁଖ ଭୋଗ କରୁଛି ଓ ତୁ କଷ୍ଟ ଭୋଗ କରୁଛୁ।


କିନ୍ତୁ ଈଶ୍ୱର ତାକୁ କହିଲେ, ‘ରେ ମୂର୍ଖ! ଆଜି ରାତିରେ ଯଦି ତୋର ମୃତ୍ୟୁ ହୁଏ, ତେବେ ତୁ ନିଜ ପାଇଁ ଯାହା ସଞ୍ଚୟ କରିଛୁ, ସେସବୁ କିଏ ପାଇବ?”


କାହାକୁ ଦେଖିବାକୁ ଯାଇଥିଲେ? ସୌଖୀପ ପୋଷାକ ପିନ୍ଧିଥିବା ଲୋକମାରେ ରାଜପ୍ରସାଦରେ ରହନ୍ତି।


ଯେଉଁ ବ୍ୟବସାୟୀମାନେ ସେହି ନଗରରେ ବାଣିଜ୍ୟ କରି ଧନବାନ ହୋଇଥିଲେ, ସେମାନେ ତାହାର ଦୁଃଖଭୋଗରେ ଅଂଶୀ ହେବାକୁ ଭୟ କରି ବହୁ ଦୂରରେ ଠିଆହୋଇ ରହିବେ।


Swiv nou:

Piblisite


Piblisite