Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:10 - ପବିତ୍ର ବାଇବଲ (CL) NT (BSI)

10 ତା’ର ଦୁଃଖକଷ୍ଟରେ ଅଂଶୀ ହେବାକୁ ଭୟ କରି ସେମାନେ ତା’ଠାରୁ ବହୁ ଦୂରରେ ଠିଆହୋଇ ରହିବେ ଏବଂ ହାୟ, ହାୟ କରି କହିବେ: “କି ଭୟଙ୍କର! କି ନିଦାରୁଣ! ତୁ କଅଣ ସେହି ପରାକ୍ରାନ୍ତ ମହାନଗରୀ ବାବିଲନ୍! ମାତ୍ର ଗୋଟିଏ ଘଣ୍ଟା ଭିତରେ ଏହିପରି ଶାସ୍ତି ପାଇଗଲୁ!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେମାନେ ତାହାର ଯନ୍ତ୍ରଣାର ଭୟ ହେତୁ ଦୂରରେ ଠିଆ ହୋଇ କହିବେ, ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ, ତୁ ସନ୍ତାପର ପାତ୍ରୀ। କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ତ ଉପସ୍ଥିତ ହେଲା।

Gade chapit la Kopi

ଓଡିଆ ବାଇବେଲ

10 ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ୍, ତୁ ସନ୍ତାପର ପାତ୍ରୀ । କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେମାନେ ତାହାର ଯନ୍ତ୍ରଣାରେ ଭୟ ହେତୁ ଦୂରରେ ଠିଆ ହୋଇ କହିବେ, “ହାୟ, ହାୟ, ମହାନଗରୀ, ପରାକ୍ରମୀ ନଗରୀ ବାବିଲ, ତୁ ସନ୍ତାପର ପାତ୍ରୀ। କାରଣ ଏକ ଘଡ଼ି ମଧ୍ୟରେ ତୋହର ଦଣ୍ଡ ଉପସ୍ଥିତ ହେଲା।”

Gade chapit la Kopi

ପବିତ୍ର ବାଇବଲ

10 ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ: “ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ! ଏହା ଭୟାନକ! ଏହା ଭୟାନକ! ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”

Gade chapit la Kopi




ପ୍ରକାଶିତ 18:10
17 Referans Kwoze  

ସେମାନେ ମୁଣ୍ଡ ଉପରେ ଧୂଳି ପକାଇ ବିଳାପ କରି କହିଲେ, “କେଡ଼େ ଭୟଙ୍କର! ନଗରୀର ଏ କେଡ଼େ ଦାରୁଣ ଦୁର୍ଦ୍ଦଶା! ସମୁଦ୍ରରେ ଯାତ୍ରା କରୁଥିବା ଜାହାଜମାନେ ତାହାରି ଧନରେ ସମୃଦ୍ଧ ହୋଇଥିଲେ! କିନ୍ତୁ ଘଣ୍ଟାକ ମଧ୍ୟରେ ସେ ସର୍ବସ୍ୱାନ୍ତ ହୋଇଛି!”


ତା’ର ଏହି ସବୁ ପାପ ଲାଗି ରୋଗ, ଶୋକ, ଦୁର୍ଭିକ୍ଷ, ମହାମାରୀ ଦିନେ ତାକୁ ଏକା ସଙ୍ଗରେ ଆଘାତ କରିବ। ପୁଣି ସେ ଅଗ୍ନିରେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। କାରଣ ତା’ର ଯେ ବିଚାର କରୁଛନ୍ତି, ସେହି ପ୍ରଭୁ ଈଶ୍ୱର ମହାପରାକ୍ରମଶାଳୀ।”


ସେହି ପ୍ରଥମ ଦୂତଙ୍କ ପଛେ ପଛେ ଆଉ ଜଣେ ଦୂତ ଆସି କହିଲେ, “ତାହାର ପତନ ଘଟିଛି। ପ୍ରଖ୍ୟାତ ବାବିଲନ୍ ଭୂମିସାତ୍ ହୋଇଛି। ସେ ତା’ର କଳୁଷିତ କାମନାରୂପ ସୁରା ପାନ କରାଇ ସମସ୍ତଙ୍କୁ ମତୁଆଳ କରିଥିଲା।”


“ତୁମେ ଦେଖିଥିବା ଦଶଟି ଶୃଙ୍ଗ, ଦଶଟି ରାଜାଙ୍କର ପ୍ରତୀକ, ସେମାନେ ଏ ପର୍ଯ୍ୟନ୍ତ ରାଜତ୍ୱ କରି ନାହାଁନ୍ତି। କିନ୍ତୁ ପଶୁ ସଙ୍ଗରେ ରାଜତ୍ୱ କରିବା ନିମନ୍ତେ ଗୋଟିଏ ଘଣ୍ଟା ପାଇଁ ସେମାନଙ୍କୁ କ୍ଷମତା ଦିଆଯିବ।


ସେ ସେମାନଙ୍କୁ ପରାଜିତ କରି ହତ୍ୟା କରିବ ଏବଂ ଯେଉଁ ମହାନଗରୀରେ, ରାଜପଥରେ ପ୍ରଭୁ କ୍ରୁଶବିଦ୍ଧ ହୋଇଥିଲେ, ସେହିଠାରେ ସେମାନଙ୍କର ଶବ ପଡ଼ି ରହିବ। ସେହି ସହରକୁ ସଦୋମ ଓ ମିସର ବୋଲି କୁହାଯାଇ ପାରିବ।


ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍‌ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।


ଓ ଦଗ୍ଧ ହେଉଥିବା ନଗରୀର ଧୂମ ଦେଖି କହିଲେ, “ଏହି ମହାନଗରୀ ପରି ଆଉ କୌଣସି ନଗର ନ ଥିଲା।”


ତା’ପରେ ଜଣେ ପ୍ରବଳ ପ୍ରତାପୀ ଦୂତ ଚକି ପରି ଗୋଟିଏ ବୃହତ୍ ଶିଳାଖଣ୍ଡ ନେଇ ସମୁଦ୍ରରେ ନିକ୍ଷେପ କଲେ ଓ କହିଲେ, “ମହାନଗରୀ ବାବିଲନ୍ ଏହିପରି ଭାବରେ ନିକ୍ଷିପ୍ତ ହେବ ଓ ତାକୁ ଆଉ କେହି କେବେ ଦେଖି ପାରିବେ ନାହିଁ।


Swiv nou:

Piblisite


Piblisite