Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 17:5 - ପବିତ୍ର ବାଇବଲ (CL) NT (BSI)

5 ତାହାର କପାଳରେ ଗୋଟିଏ ରହସ୍ୟପୂର୍ଣ୍ଣ ନାମ ଲେଖା ହୋଇଥିଲା: “ମହାନ୍ ବାବିଲନ୍, ପୃଥିବୀର ସମସ୍ତ ବେଶ୍ୟା ଓ ଭ୍ରଷ୍ଟାଚାରୀମାନଙ୍କର ଜନନୀ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ଜନନୀ।

Gade chapit la Kopi

ଓଡିଆ ବାଇବେଲ

5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ୍, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା।

Gade chapit la Kopi

ପବିତ୍ର ବାଇବଲ

5 ତା'ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା: ମହାନ୍ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସବୁ ଘୃଣ୍ୟ ବିଷୟସକଳର ମାତା।

Gade chapit la Kopi




ପ୍ରକାଶିତ 17:5
18 Referans Kwoze  

ସେହି ପ୍ରଥମ ଦୂତଙ୍କ ପଛେ ପଛେ ଆଉ ଜଣେ ଦୂତ ଆସି କହିଲେ, “ତାହାର ପତନ ଘଟିଛି। ପ୍ରଖ୍ୟାତ ବାବିଲନ୍ ଭୂମିସାତ୍ ହୋଇଛି। ସେ ତା’ର କଳୁଷିତ କାମନାରୂପ ସୁରା ପାନ କରାଇ ସମସ୍ତଙ୍କୁ ମତୁଆଳ କରିଥିଲା।”


ସେ ଉଚ୍ଚ ସ୍ୱରରେ କହିଲେ, “ତାହାର ପତନ ଘଟିଛି। ମହାନ୍ ବାବିଲନ୍ ଧୂଳିସାତ୍ ହୋଇଛି! ତାହା ବର୍ତ୍ତମାନ ପିଶାଚ ଓ ଅଶୁଚି ପ୍ରେତାତ୍ମାମାନଙ୍କର ଆଶ୍ରୟସ୍ଥଳୀ ହୋଇଛି। ସମସ୍ତ ପ୍ରକାର ଅଶୁଚି ଓ ଘୃଣ୍ୟ ପକ୍ଷୀ ସେଠାରେ ବସା ବାନ୍ଧି ରହିଛନ୍ତି।


ଦୂତ କହିଲେ: “କାହିଁକି ବିସ୍ମିତ ହେଉଛ? ସେହି ସ୍ତ୍ରୀ ଲୋକ ଏବଂ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ତା’ର ବାହନ ପଶୁର ଗୁପ୍ତ ରହସ୍ୟ ମୁଁ ତୁମକୁ କହୁଛି, ଶୁଣ!


ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”


ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍‌ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।


ଇତିମଧ୍ୟରେ ତା’ର ରହସ୍ୟପୂର୍ଣ୍ଣ ଦୂରନ୍ତପଣ ପାର୍ଯ୍ୟ କରୁଅଛି; ମାତ୍ର ତାହାର ପ୍ରତିରୋଧକାରୀ ବ୍ୟକ୍ତି ଦୂର ନ ହେବା ପର୍ଯ୍ୟନ୍ତ ସେହି ଦୁର୍ଘଟଣା ଘଟିବ ନାହିଁ।


ତା’ପରେ ଜଣେ ପ୍ରବଳ ପ୍ରତାପୀ ଦୂତ ଚକି ପରି ଗୋଟିଏ ବୃହତ୍ ଶିଳାଖଣ୍ଡ ନେଇ ସମୁଦ୍ରରେ ନିକ୍ଷେପ କଲେ ଓ କହିଲେ, “ମହାନଗରୀ ବାବିଲନ୍ ଏହିପରି ଭାବରେ ନିକ୍ଷିପ୍ତ ହେବ ଓ ତାକୁ ଆଉ କେହି କେବେ ଦେଖି ପାରିବେ ନାହିଁ।


ସେ ସେମାନଙ୍କୁ ପରାଜିତ କରି ହତ୍ୟା କରିବ ଏବଂ ଯେଉଁ ମହାନଗରୀରେ, ରାଜପଥରେ ପ୍ରଭୁ କ୍ରୁଶବିଦ୍ଧ ହୋଇଥିଲେ, ସେହିଠାରେ ସେମାନଙ୍କର ଶବ ପଡ଼ି ରହିବ। ସେହି ସହରକୁ ସଦୋମ ଓ ମିସର ବୋଲି କୁହାଯାଇ ପାରିବ।


ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।


ସେମାନଙ୍କୁ ଉଚ୍ଚ ସ୍ୱରରେ କହିଲେ, “ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବକମାନଙ୍କ କପାଳରେ ମୋହର ମାରି ନାହୁଁ, ସେ ପର୍ଯ୍ୟନ୍ତ ପୃଥିବୀ, ସମୁଦ୍ର ବା ବୃକ୍ଷମାନଙ୍କର କୌଣସି କ୍ଷତି କର ନାହିଁ।”


ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।


ତାହାପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ! ଏକାଧିଖ ନଦୀ ନିକଟରେ ନିର୍ମିତ ବେଶ୍ୟା ସଦୃଶ ସେହି ମହାନଗରୀ କି ଶାସ୍ତି ପାଇବ, ତାହା ଦେଖାଇବି।


ପୃଥିବୀର ରାଜାଗଣ ସେହି ବେଶ୍ୟା ସହିତ ବ୍ୟଭିଚାର କରିଛନ୍ତି ଏବଂ ପୃଥିବୀର ଜନସାଧାରଣ ତାହାର ବ୍ୟଭିଚାରରୂପ ସୁରାପାନ କରି ମତୁଆଳ ହୋଇଛନ୍ତି।”


Swiv nou:

Piblisite


Piblisite