Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 17:17 - ପବିତ୍ର ବାଇବଲ (CL) NT (BSI)

17 କାରଣ, ଈଶ୍ୱର ନିଜ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ସେମାନଙ୍କୁ ଏହି ପ୍ରେରଣା ଦେଇଛନ୍ତି। ସେମାନେ ଏକମତ ହୋଇ କାର୍ଯ୍ୟ କରିବେ ଏବଂ ଈଶ୍ୱରଙ୍କର ବାକ୍ୟ ବାସ୍ତବତାରେ ପରିଣତ ନ ହେବା ପର୍ଯ୍ୟନ୍ତ ରାଜ୍ୟର ଶାସନ ଭାର ସେହି ପଶୁ ହସ୍ତରେ ଛାଡ଼ି ଦେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କାରଣ ଈଶ୍ଵରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ଵର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ।

Gade chapit la Kopi

ଓଡିଆ ବାଇବେଲ

17 କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥି ନିମନ୍ତେ ଈଶ୍ୱର ସେମାନଙ୍କ ମନରେ ସୂଚାଇ ଦେଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କାରଣ ଈଶ୍ବରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ସେମାନଙ୍କ ମନରେ ସୂଚାଇ ଦେଲେ।

Gade chapit la Kopi

ପବିତ୍ର ବାଇବଲ

17 ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ।

Gade chapit la Kopi




ପ୍ରକାଶିତ 17:17
28 Referans Kwoze  

ଯେତେବେଳେ ସପ୍ତମ ଦୂତ ତୂରୀ ବଜାଇବେ, ଈଶ୍ୱର ତାଙ୍କର ସେବକ ଭାବବାଦୀଙ୍କ ନିକଟରେ ଯେଉଁ ଗୁପ୍ତ ସଙ୍କଳ୍ପ ପ୍ରକାଶ କରିଥିଲେ, ତାହା ସମ୍ପାଦନ କରିବେ।”


ଈଶ୍ୱରଙ୍କ ଧନ୍ୟବାଦ ହେଉ। କାରଣ ଆମ୍ଭମାନଙ୍କ ପରି ତିତସ ମଧ୍ୟ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗ୍ରହାନ୍ୱିତ।


ସେ ଦିନ ଯୀଶୁ ଓ ତାଙ୍କ ଶିଷ୍ୟମାନେ ରାତ୍ରିଭୋଜନରେ ବସିଥିଲେ। ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବା ପାଇଁ ଶିମୋନର ପୁତ୍ର ଇଷ୍କରିୟୋଥ ଯିହୁଦାକୁ ଶୟତାନ ପ୍ରବର୍ତ୍ତାଇ ଥିଲା।


ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ଏକ। ସେମାନେ ନିଜର ସମସ୍ତ ଶକ୍ତି ଓ କ୍ଷମତା ପଶୁକୁ ସମର୍ପଣ କରିବେ।


“ତୁମ ସମସ୍ତଙ୍କର ବିଷୟରେ ମୁଁ ଏ କଥା କହୁ ନାହିଁ। ମୁଁ ଯେଉଁମାନଙ୍କୁ ମନୋନୀତ କରିଛି, ସେମାନଙ୍କୁ ମୁଁ ଜାଣେ। କିନ୍ତୁ ଶାସ୍ତ୍ରର ଏହି ଉକ୍ତି ନିଶ୍ଚୟ ସଫଳ ହେବ - ‘ଯେ ମୋ’ ଅନ୍ନରେ ପ୍ରତିପାଳିତ, ସେ ମୋତେ ପଦାଘାତ କଲା।’


ଈଶ୍ୱରଙ୍କ ସଙ୍କଳ୍ପ ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁ ଭୋଗ କରିବେ, କିନ୍ତୁ ଯେ ତାଙ୍କ ପ୍ରତି ବିଶ୍ୱାସଘାତକତା କରେ, ତା’ର ଶେଷ ଦଶା କି ଶୋଚନୀୟ ହେବ।”


ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।


ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”


ସୈନିକମାନେ ପରସ୍ପରକୁ କହିଲେ, “ଏହାକୁ ଚିରିବା ନାହିଁ। ଗୁଲିବାଣ୍ଟରେ ଯିଏ ପାଇବ, ସେ ତାକୁ ନେବ।” ଏହି ଘଟଣାରେ ଶାସ୍ତ୍ରଲିଖିତ ଗୋଟିଏ କଥା ସଫଳ ହେଲା: “ସେମାନେ ମୋର ବସ୍ତ୍ର ସବୁ ଭାଗବାଣ୍ଟ କରି ନେଲେ, ମୋର ଉତ୍ତରୀୟ ପାଇଁ ଗୁଲିବାଣ୍ଟ କଲେ।” ସୈନିକମାନେ ଠିକ୍ ଏହିପରି କଲେ।


ଆମେ ଜାଣୁ, ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ, ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି।


କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ‘ସେ ଅପରାଧୀମାନଙ୍କ ସହ ସମଦଶା ଭୋଗ କଲେ’ ଧର୍ମଶାସ୍ତ୍ରରେ ଲିଖିତ ଏହି ଉକ୍ତି ମୋ’ଠାରେ ସଫଳ ହେବ; କାରଣ ମୋ’ ସମ୍ପର୍କରେ ଲିଖିତ ସମସ୍ତ ବିଷୟ ସଫଳ ହେବାକୁ ଯାଉଛି।”


ଇତିମଧ୍ୟରେ ଯିହୂଦା ମନରେ ଶୟତାନ ପ୍ରବେଶ କଲା। ଯିହୂଦାର ଅନ୍ୟ ନାମ ଥିଲା ଇଷ୍କାରିୟୋଥ ଓ ସେ ବାର ଶିଷ୍ୟଙ୍କ ମଧ୍ୟରୁ ଜଣେ।


ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶୁକ୍ଲ ବସ୍ତ୍ର ଦିଆହେଲା। ପୁଣି ସେମାନଙ୍କର ସଙ୍ଗୀ ଭାଇ ଓ ସେବକମାନେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ନିହତ ନ ହେବା ଯାଏ ସେମାନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ କୁହାଗଲା।


ଅନନ୍ତର ସ୍ୱର୍ଗଦୂତ ମୋତେ କହିଲେ, “ଲେଖି ରଖ, ଯେଉଁମାନେ ମେଷଶାବକଙ୍କର ବିବାହଭୋଜିକୁ ନିମନ୍ତ୍ରିତ ହୋଇଛନ୍ତି, ସେମାନେ ଭାଗ୍ୟବାନ।” ସେ ଆହୁରି ମଧ୍ୟ କହିଲେ, “ଏହା ଈଶ୍ୱରଙ୍କର ବାଣୀ - ନିରାଟ ସତ୍ୟ।”


Swiv nou:

Piblisite


Piblisite