Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 16:9 - ପବିତ୍ର ବାଇବଲ (CL) NT (BSI)

9 ଏଥିରେ ସେମାନେ ଉତ୍ତ୍ୟକ୍ତ ହୋଇ ଈଶ୍ୱରଙ୍କୁ ଅଭିଶାପ ଦେଲେ; କିନ୍ତୁ ମନ ପରିବର୍ତ୍ତନ କରି ତାଙ୍କର ମହିମା ସ୍ୱୀକାର କଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ଵରଙ୍କର ଏହିସମସ୍ତ କ୍ଳେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ସେତେବେଳେ ମନୁଷ୍ୟମାନେ ମହା ତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନପରିବର୍ତ୍ତନ କଲେ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ବରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ-ପରିବର୍ତ୍ତନ କଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

9 ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।

Gade chapit la Kopi




ପ୍ରକାଶିତ 16:9
20 Referans Kwoze  

ପଚାଶ କିଲୋଗ୍ରାମ ଓଜନର ବିରାଟ କରକାମାନ ଆକାଶରୁ ମନୁଷ୍ୟମାନଙ୍କ ଉପରେ ପଡ଼ିଲା, ଲୋକମାନେ ଏହି ଭୀଷଣ ବିପତ୍ତି ଲାଗି ଈଶ୍ୱରଙ୍କୁ ଅଭିଶାପ ଦେଲେ।


ଠିକ୍ ସେହି ସମୟରେ ଭୀଷଣ ଭୂମିକମ୍ପ ହେଲା, ନଗରୀର ଏକ ଦଶମାଂଶ ଧ୍ୱଂସ ପାଇଲା ଏବଂ ଭୂମିକମ୍ପରେ ସାତ ହଜାର ଲୋକ ପ୍ରାଣ ହରାଇଲେ। ବଞ୍ଚି ଯାଇଥିବା ଲୋକମାନେ ଭୟଭୀତ ହୋଇ ସ୍ୱର୍ଗବାସୀ ଈଶ୍ୱରଙ୍କ ସର୍ବବ୍ୟାପକ ମହତ୍ତ୍ୱର ସ୍ତୁତିବାଦ କଲେ।


ପାପରୁ ଫେରି ଆସିବା ନିମନ୍ତେ ମୁଁ ତାଙ୍କୁ ସମୟ ଦେଇଛି, କିନ୍ତୁ ସେ ନିଜର ଦୁଷ୍କର୍ମ ପରିତ୍ୟାଗ କରିବାକୁ ଚାହୁଁ ନାହିଁ।


କଦାପି ନୁହେଁ! ମୁଁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ମଧ୍ୟ ସେମାନଙ୍କ ପରି ମରିବ।”


କଦାପି ନୁହେଁ! ମୁଁ ତୁମମାନଙ୍କୁ କହୁଛି, ପାପରୁ ମନ ନ ଫେରାଇଲେ ତୁମେ ସମସ୍ତେ ସେମାନଙ୍କ ପରି ମରିବ।


ସେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କୁ ଭୟ କର, ତାଙ୍କ ମହାତ୍ମ୍ୟର ପ୍ରଶଂସା କର, କାରଣ ମନୁଷ୍ୟର ବିଚାର ସମୟ ଉପସ୍ଥିତ। ସ୍ୱର୍ଗ, ପୃଥିବୀ, ସାଗର ଓ ସମସ୍ତ ଜଳରାଶିର ସ୍ରଷ୍ଟାଙ୍କୁ ପୂଜା କର।”


ମହାମାରୀମାନଙ୍କରେ ବିନଷ୍ଟ ହୋଇ ନ ଥିବା ଅବଶିଷ୍ଟ ମନୁଷ୍ୟ ଜାତିର, ତଥାପି କୌଣସି ପରିବର୍ତ୍ତନ ହେଲା ନାହିଁ। ସେମାନେ ପ୍ରେତ ପୂଜାରୁ ନିବୃତ୍ତ ହେଲେ ନାହିଁ। ଦୃଷ୍ଟି, ଶ୍ରବଣ ଓ ଚଳତ୍ଶକ୍ତିଶୂନ୍ୟ, ସୁନା, ରୂପା, ପିତ୍ତଳ ତଥା କାଠ ପଥରନିର୍ମିତ ପ୍ରତିମା ପୂଜା ପରିହାର କଲେ ନାହିଁ।


ଏଥର ତୁମ୍ଭମାନଙ୍କ ନିକଟକୁ ଗଲାବେଳକୁ ହୁଏତ ଈଶ୍ୱର ତୁମ୍ଭମାନଙ୍କ ସାକ୍ଷାତରେ ମୋତେ ଅପଦସ୍ଥ କରିବେ, ଯେଉଁମାନେ ଆଗରୁ ପାପ କରିଛନ୍ତି, କିନ୍ତୁ ସେମାନଙ୍କର ଅଶୁଚି କାର୍ଯ୍ୟକଳାପ, ଲମ୍ପଟତା ଓ ଭ୍ରଷ୍ଟାଚାର ନିମନ୍ତେ ଅନୁତପ୍ତ ନୁହନ୍ତି, ଏପରି ଅନେକଙ୍କ ପାଇଁ ମୋତେ ଶୋକ କରିବାକୁ କଡ଼ିବ।


Swiv nou:

Piblisite


Piblisite