Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 16:6 - ପବିତ୍ର ବାଇବଲ (CL) NT (BSI)

6 ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ଯେଉଁ ରକ୍ତପାତ କରିଥିଲେ, ତାହା ତୁମେ ସେମାନଙ୍କୁ ପାନ କରାଇ ଅଛ। ସେମାନଙ୍କର ପ୍ରାପ୍ୟ ସେମାନେ ପାଇ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀ-ମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।

Gade chapit la Kopi

ଓଡିଆ ବାଇବେଲ

6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିରେ ଯୋଗ୍ୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”

Gade chapit la Kopi

ପବିତ୍ର ବାଇବଲ

6 ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”

Gade chapit la Kopi




ପ୍ରକାଶିତ 16:6
25 Referans Kwoze  

ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”


ପୁଣି ଏହି ନଗରୀରେ ପୃଥିବୀର ଅନେକ ଭାବବାଦୀ ଓ ସାଧୁମାନଙ୍କର ରକ୍ତପାତ ହୋଇଥିଲା। ଏହିସବୁ ପାପ ଲାଗି ସେ ସମୁଚିତ ଦଣ୍ଡ ପାଇଛି।


ପ୍ରଥମ ପଶୁର ପ୍ରତିମୂର୍ତ୍ତିରେ ପ୍ରାଣବାୟୁ ଦେଇ ତାକୁ ସଜୀବ କରିବା କୌଶଳ ଦ୍ୱିତୀୟ ପଶୁ ଜାଣିଥିଲା। ଅନନ୍ତର ପ୍ରତିମୂର୍ତ୍ତିଟି କଥା କହିଲା ଓ ଯେଉଁମାନେ ତାହାର ପୂଜା କଲେ ନାହିଁ, ସେମାନଙ୍କୁ ସଂହାର କରିବାକୁ ସକ୍ଷମ ହେଲା।


ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”


ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।


ତାହାହେଲେ, ଯିଏ ଈଶ୍ୱରଙ୍କ ପୁତ୍ରଙ୍କୁ ହେୟ ଜ୍ଞାନ କରେ, ଈଶ୍ୱରଙ୍କ ନୂତନ ନିୟମର ରକ୍ତ ଦ୍ୱାରା ପାପ ମୋଚନ ସୁଯୋଗ ପାଇଥିବା ସତ୍ତେ୍ୱତାକୁ ତୁଚ୍ଛ ମନେ କରେ ଏବଂ ନଅୁଗ୍ରହଦାତା ପବିତ୍ରଆତ୍ମାଙ୍କୁ ଅପମମାନ କରେ, ତାହାର ଦଶା କ’ଣ ନ ହେବ? ଭାବି ଦେଖ, ସେ କେତେ ଅଧିକ ଦଣ୍ଡନୀୟ ହେବ।


ଅନ୍ୟମାନଙ୍କ ଦୋଷ ବିଷୟରେ ତୁମେ ଯେପରି ଭାବରେ ବିଚାର କରିଥାଅ, ଈଶ୍ୱର ସେପରି ତୁମର ବିଚାର କରିବେ। ତୁମେ ଅନ୍ୟମାନଙ୍କ ପ୍ରତି ଯେଉଁ ନିୟମ ପ୍ରୟୋଗ କରୁଛ, ସେହି ନିୟମ ଈଶ୍ୱର ତୁମ ପ୍ରତି ମଧ୍ୟ ପ୍ରୟୋଗ କରିବେ।


କିନ୍ତୁ ଯେଉଁ ଦାସ ମାଲିକଙ୍କ ଇଚ୍ଛା ଜାଣି ନ ପାରି ପ୍ରହାରଯୋଗ୍ୟ କାର୍ଯ୍ୟ କରିଥାଏ, ସେ ଅଳ୍ପ ଶାସ୍ତି ପାଇବ। ଯାହାକୁ ବହୁତ ଦିଆଯାଇଛି, ତା’ଠାରୁ ବହୁତ ଆଶା କରାଯାଏ - ଯାହାକୁ ଆହୁରି ଅଧିକ ଦିଆଯାଇଛି, ତା’ଠାରୁ ଆହୁରି ଅଧିକ ଆଶା କରାଯାଏ।


Swiv nou:

Piblisite


Piblisite