Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 16:5 - ପବିତ୍ର ବାଇବଲ (CL) NT (BSI)

5 ସେତେବେଳେ ମୁଁ ଶୁଣିଲି, ଜଳର ଦାୟିତ୍ୱରେ ଥିବା ଦୂତ କହୁଛନ୍ତି: “ତୁମେ ପବିତ୍ର, ତୁମେ ବର୍ତ୍ତମାନ ଓ ଅତୀତ; ତୁମେ ଯଥାର୍ଥ ବିଚାର କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଭୂତ, ପୁଣି ପବିତ୍ର ଯେ ତୁମ୍ଭେ, ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ;

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, “ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ, ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ;

Gade chapit la Kopi

ପବିତ୍ର ବାଇବଲ

5 ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି: “ହେ ପବିତ୍ର ପରମେଶ୍ୱର, ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ। ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ।

Gade chapit la Kopi




ପ୍ରକାଶିତ 16:5
18 Referans Kwoze  

“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର, ତୁମେ ଅତୀତ ଓ ବର୍ତ୍ତମାନ! ଆମେ ତୁମକୁ ଧନ୍ୟବାଦ ଦେଉଛୁ; କାରଣ ତୁମ ମହାଶକ୍ତିରେ ରାଜ୍ୟ ଭାର ଗ୍ରହଣ କରିଛ।


ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।


ତା’ପରେ ମୁଁ ଦେବାରୁ ଗୋଟିଏ କଣ୍ଠସ୍ୱର ଶୁଣିଲି, “ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର! ତୁମର ବିଚାର ଯଥାର୍ଥ ଓ ନ୍ୟାୟସଙ୍ଗତ।”


ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?


ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”


ତାହାପରେ ତୃତୀୟ ଦୂତଙ୍କ ପାତ୍ରରେ ଯାହା ଥିଲା, ତାହା ସେ ନଦୀ ଓ ଝରଣାଗୁଡ଼ିକ ଉପରେ ଢ଼ାଳିଦେଲେ ଏବଂ ସେ ସବୁର ଜଳ ରକ୍ତରେ ପରିଣତ ହେଲା।


ପୁଣ୍ୟବାନ୍ ପିତା! ଜଗତ ତୁମକୁ ଜାଣେ ନାହିଁ। ମୁଁ ତୁମକୁ ଜାଣେ ଏବଂ ଏମାନେ ଜାଣନ୍ତି ଯେ, ତୁମେ ମୋତେ ପଠାଇଛ।


ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହୁଥିଲେ, “ସର୍ବତୋଭାବେ ପବିତ୍ର ଓ ସତ୍ୟମୟ ପ୍ରଭୁ ଈଶ୍ୱର! ପୃଥିବୀରେ ଯେଉଁମାନେ ଆମକୁ ହତ୍ୟା କରିଥିଲେ, ସେମାନଙ୍କୁ ବିଚାର କରି ଶାସ୍ତି ଦେବାକୁ ଆଉ କେତେ କାଳ ବିଳମ୍ବ କରିବ?”


Swiv nou:

Piblisite


Piblisite