Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 16:19 - ପବିତ୍ର ବାଇବଲ (CL) NT (BSI)

19 ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍‌ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ବିଜାତିମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ଵର ଆପଣା ପ୍ରଚଣ୍ତ କ୍ରୋଧ-ରୂପ ମଦିରାପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ।

Gade chapit la Kopi

ଓଡିଆ ବାଇବେଲ

19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୂଦୀମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୁଦୀମାନଙ୍କର ନଗରସମୂହ ଭୂମିସାତ୍‍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ବର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ।

Gade chapit la Kopi

ପବିତ୍ର ବାଇବଲ

19 ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ।

Gade chapit la Kopi




ପ୍ରକାଶିତ 16:19
15 Referans Kwoze  

ତାହାର ପାପରାଶି ସ୍ତୂପାକାର ହୋଇ ଆକାଶକୁ ଉଠିଛି। ତା’ର ପାପାଚରଣ ସବୁ ଈଶ୍ୱର ମନେ ରଖିଛନ୍ତି।


ତା’ର ଦୁଃଖକଷ୍ଟରେ ଅଂଶୀ ହେବାକୁ ଭୟ କରି ସେମାନେ ତା’ଠାରୁ ବହୁ ଦୂରରେ ଠିଆହୋଇ ରହିବେ ଏବଂ ହାୟ, ହାୟ କରି କହିବେ: “କି ଭୟଙ୍କର! କି ନିଦାରୁଣ! ତୁ କଅଣ ସେହି ପରାକ୍ରାନ୍ତ ମହାନଗରୀ ବାବିଲନ୍! ମାତ୍ର ଗୋଟିଏ ଘଣ୍ଟା ଭିତରେ ଏହିପରି ଶାସ୍ତି ପାଇଗଲୁ!”


“ତୁମେ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଲ, ସେ ହେଉଛି, ପୃଥିବୀର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କରୁଥିବା ସେହି ମହାନ ନଗରୀ।”


ତା’ପରେ ଜଣେ ପ୍ରବଳ ପ୍ରତାପୀ ଦୂତ ଚକି ପରି ଗୋଟିଏ ବୃହତ୍ ଶିଳାଖଣ୍ଡ ନେଇ ସମୁଦ୍ରରେ ନିକ୍ଷେପ କଲେ ଓ କହିଲେ, “ମହାନଗରୀ ବାବିଲନ୍ ଏହିପରି ଭାବରେ ନିକ୍ଷିପ୍ତ ହେବ ଓ ତାକୁ ଆଉ କେହି କେବେ ଦେଖି ପାରିବେ ନାହିଁ।


ସେ ଉଚ୍ଚ ସ୍ୱରରେ କହିଲେ, “ତାହାର ପତନ ଘଟିଛି। ମହାନ୍ ବାବିଲନ୍ ଧୂଳିସାତ୍ ହୋଇଛି! ତାହା ବର୍ତ୍ତମାନ ପିଶାଚ ଓ ଅଶୁଚି ପ୍ରେତାତ୍ମାମାନଙ୍କର ଆଶ୍ରୟସ୍ଥଳୀ ହୋଇଛି। ସମସ୍ତ ପ୍ରକାର ଅଶୁଚି ଓ ଘୃଣ୍ୟ ପକ୍ଷୀ ସେଠାରେ ବସା ବାନ୍ଧି ରହିଛନ୍ତି।


ତାହାର କପାଳରେ ଗୋଟିଏ ରହସ୍ୟପୂର୍ଣ୍ଣ ନାମ ଲେଖା ହୋଇଥିଲା: “ମହାନ୍ ବାବିଲନ୍, ପୃଥିବୀର ସମସ୍ତ ବେଶ୍ୟା ଓ ଭ୍ରଷ୍ଟାଚାରୀମାନଙ୍କର ଜନନୀ।”


ସେ ସେମାନଙ୍କୁ ପରାଜିତ କରି ହତ୍ୟା କରିବ ଏବଂ ଯେଉଁ ମହାନଗରୀରେ, ରାଜପଥରେ ପ୍ରଭୁ କ୍ରୁଶବିଦ୍ଧ ହୋଇଥିଲେ, ସେହିଠାରେ ସେମାନଙ୍କର ଶବ ପଡ଼ି ରହିବ। ସେହି ସହରକୁ ସଦୋମ ଓ ମିସର ବୋଲି କୁହାଯାଇ ପାରିବ।


ତାହାପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ! ଏକାଧିଖ ନଦୀ ନିକଟରେ ନିର୍ମିତ ବେଶ୍ୟା ସଦୃଶ ସେହି ମହାନଗରୀ କି ଶାସ୍ତି ପାଇବ, ତାହା ଦେଖାଇବି।


Swiv nou:

Piblisite


Piblisite