Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 16:18 - ପବିତ୍ର ବାଇବଲ (CL) NT (BSI)

18 ତତ୍‌କ୍ଷଣାତ୍ ବିଦ୍ୟୁତ୍ ଚମକିଲା, ବଜ୍ରନାଦ ଓ ଏକ ପ୍ରଚଣ୍ଡ ଭୂମିକମ୍ପ ହେଲା। ମନୁଷ୍ୟ ସୃଷ୍ଟିର ଆରମ୍ଭରୁ ଏପରି ଭୂମିକମ୍ପ କେବେ ହୋଇ ନାହିଁ; ଏହା ଥିଲା ସବୁଠାରୁ ଭୟାବହ ଭୂମିକମ୍ପ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ଵର ଓ ବଜ୍ରଧ୍ଵନି ହେଲା, ପୁଣି ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ମହା ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।

Gade chapit la Kopi

ଓଡିଆ ବାଇବେଲ

18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।

Gade chapit la Kopi

ପବିତ୍ର ବାଇବଲ

18 ତା'ପରେ ସେଠାରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ୟ ଇତିହାସରେ କେବେ ହୋଇ ନ ଥିଲା।

Gade chapit la Kopi




ପ୍ରକାଶିତ 16:18
8 Referans Kwoze  

ସିଂହାସନରୁ ବିଜୁଳିର ଝଲକ, ଗୁରୁଗମ୍ଭୀର ଶବ୍ଦ ଓ ବଜ୍ର ଧ୍ୱନି ନିଃସୃତ ହେଉଥିଲା। ସିଂହାସନ ସମ୍ମୁଖରେ ଈଶ୍ୱରଙ୍କ ସପ୍ତ ଆତ୍ମାର ପ୍ରତୀକ ସପ୍ତ ମଶାଲ ଜଳୁଥିଲା।


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ଠିକ୍ ସେହି ସମୟରେ ଭୀଷଣ ଭୂମିକମ୍ପ ହେଲା, ନଗରୀର ଏକ ଦଶମାଂଶ ଧ୍ୱଂସ ପାଇଲା ଏବଂ ଭୂମିକମ୍ପରେ ସାତ ହଜାର ଲୋକ ପ୍ରାଣ ହରାଇଲେ। ବଞ୍ଚି ଯାଇଥିବା ଲୋକମାନେ ଭୟଭୀତ ହୋଇ ସ୍ୱର୍ଗବାସୀ ଈଶ୍ୱରଙ୍କ ସର୍ବବ୍ୟାପକ ମହତ୍ତ୍ୱର ସ୍ତୁତିବାଦ କଲେ।


ତା’ପରେ ଦୂତ, ଧୂପଧାରରେ ବେଦୀର ଅଗ୍ନି ପୂର୍ଣ୍ଣ କରି ତାହା ପୃଥିବୀ ଉପରେ ଫୋପାଡ଼ି ଦେଲେ। ଏହା ଫଳରେ ବଜ୍ର ଧ୍ୱନି ହେଲା, ବିଦ୍ୟୁତ୍ ଚମକିଲା ଓ ଭୂମିକମ୍ପ ହେଲା।


ତା’ପରେ, ମୁଁ ଦେଖିଲି, ମେଷଶାବକ ଷଷ୍ଠ ମୋହର ଭାଙ୍ଗିଲେ; ତତ୍କ୍ଷଣାତ୍ ପ୍ରବଳ ଭୂମିକମ୍ପ ହେଲା। ସୂର୍ଯ୍ୟ କୃଷ୍ଣ ବର୍ଣ୍ଣର କମ୍ବଳ ପରି ଅନ୍ଧକାରମୟ ହେଲା ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ହୋଇଗଲା।


ସେତେବେଳେ ଯେଉଁ ଦୁଃଖ ଭୋଗ କରିବାକୁ ପଡ଼ିବ, ଜଗତର ସୃଷ୍ଟିଠାରୁ ଆଜିଯାଏ ଘଟିଥିବା ସବୁ କ୍ଲେଶକୁ ତାହା ବଳି ପଡ଼ିବ। ସେପରି ଦୁଃଖ ଭୋଗ ଭବିଷ୍ୟତ୍ରେ କେବେ ଆସିବ ନାହିଁ।


Swiv nou:

Piblisite


Piblisite